Latest Odisha News

BREAKING NEWS

ଜାତୀୟ ଅଧ୍ୟକ୍ଷ ହେବା ପରେ ସୋନିଆ ଗାନ୍ଧୀଙ୍କ ପ୍ରଥମ ନିଷ୍ପତ୍ତି ଥିଲା ମୁଁ ମୁଖ୍ୟମନ୍ତ୍ରୀ ହୁଏ-ଗେହଲଟ

ଜୟପୁର: ‘ମୁଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନ ଥିଲି । ହେଲେ ସୋନିଆ ଗାନ୍ଧୀ ଯେତେବେଳେ କଂଗ୍ରେସ ସଭାପତି ହେଲେ ତାଙ୍କର ପ୍ରଥମ ନିଷ୍ପତ୍ତି ଥିଲା ମୋତେ ମୁଖ୍ୟମନ୍ତ୍ରୀ କରିବା ।’ ନିର୍ବାଚନ ପୂର୍ବରୁ ଏମିତି କହି କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କୁ ପ୍ରଶଂସାରେ ପୋତିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ଅଶୋକ ଗେହଲଟ ।

ରାଜସ୍ଥାନରେ ପାଖେଇ ଆସୁଛି ନିର୍ବାଚନ । ଜୋର ଧରିଛି ରାଜନୈତିକ ବୟନାବାଜି । ଇତିମଧ୍ୟରେ କଂଗ୍ରେସ ପକ୍ଷରୁ ଜୋର ଧରିଛି ନିର୍ବାଚନ ପ୍ରଚାର ।  ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଦିଲ୍ଲରେ ଏକ ସାମ୍ବାଦିକ ସମ୍ମିଳନୀରେ ଆଜି କହିଛନ୍ତି,  ମୁଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନ ଥିଲି ।  ସୋନିଆଜୀ ସଭାପତି ହେବା ପରେ ପ୍ରଥମ ନିଷ୍ପତ୍ତି ନେଇଥିଲେ ମୁଁ ମୁଖ୍ୟମନ୍ତ୍ରୀ କରିବା ପାଇଁ । ମୁଖ୍ୟମନ୍ତ୍ରୀ ଭାବେ ସୋନିଆ ମୋତେ ମନୋନୀତ କରିଥିଲେ । ସେ ବହୁତ ଭାବିଚିନ୍ତି ଏପରି ନିଷ୍ପତ୍ତି ନେଇଥିଲେ ।’ ଏମିତି କହି ସୋନିଆଙ୍କୁ ପ୍ରଶଂସା କରିଛନ୍ତି ପକାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ,‘ ମୁଁ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ଚାହୁଁଥିଲି । ହେଲେ ପଦ ମୋତେ ଛାଡି ନ ଥିଲା ।’  ପ୍ରଥମେ ଜାତୀୟ ଅଧ୍ୟକ୍ଷ ପଦ ପାଇଁ ଗେହଲଟଙ୍କ ନାମ ପ୍ରସ୍ତାବ ଦିଆ ଯାଇଥିଲା । ହେଲେ ସେ ମୁଖ୍ୟମନ୍ତ୍ରୀ ପଦ ଛାଡିବାକୁ ପ୍ରସ୍ତୁତ ନ ଥିଲେ । ମୁଖ୍ୟମନ୍ତ୍ରୀ ପଦରେ ଥାଇ ଅଧ୍ୟକ୍ଷ ହେବାକୁ ଚେଷ୍ଟା କରିଥିଲଷ । ହେଲେ ଦଳ ତାଙ୍କୁ ସିଧା ସିଧା ମନା କରି ଦେଇଥିଲା । ତେଣୁ ସେ ଜାତୀୟ ଅଧ୍ୟକ୍ଷ ପଦ ଛାଡି ମୁଖ୍ୟମନ୍ତ୍ରୀ ପଦରେ ରହିବାକୁ ନିଷ୍ପତ୍ତି ନେଇଥିଲେ । ସେହି ପ୍ରସଙ୍ଗକୁ ନେଇ ଗେହଲଟ ମୁଖ୍ୟମନ୍ତ୍ରୀ ପଦ ତାଙ୍କୁ ଛାଡୁ ନ ଥିବା କଥା କହି ନିଜ ସପକ୍ଷରେ ବି ସଫେଇ ଦେଇଥିଲେ ।

ଏଠି କହିରଖିବୁ, ରାଜସ୍ଥାନରେ ବିଧାନସଭା ନିର୍ବାଚନ ନେଇ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି । ଏହି ତାଲିକାକୁ ନେଇ ଦଳରେ ଅସନ୍ତୋଷ ଦେଖା ଦେଇଛି । ଏପରିକି ରାହୁଲ ଗାନ୍ଧୀ ମଧ୍ୟ ଏହାକୁ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି । କାରଣ ଅଶୋକ ଗେହଲଟ ଏପରି ନେତାଙ୍କୁ ଟିକେଟ ଦେବାକୁ ଚାହୁଁଛନ୍ତି ଯେଉଁମାନେ ବିଧାୟକ ଦଳ ବୈଠକକୁ ବହିଷ୍କାର ନେତୃତ୍ୱ ନେଇଥିଲେ । ସେତିକି ନୁହେଁ, ଭ୍ରଷ୍ଟାଚାର ଅଭିଯୋଗ ଥିବା ନେତାଙ୍କୁ ମଧ୍ୟ ନିର୍ବାଚନରେ ଛିଡା କରାଇବା  ପାଇଁ ଚାହୁଁଛନ୍ତି ଗେହଲଟ । ଏପରି କରି ସେ ରାଜସ୍ଥାନ କଂଗ୍ରେସକୁ ନିଜ ହାତମୁଠାରେ ରଖିବାକୁ ଚାହୁଁଛନ୍ତି । ଏହାବ୍ୟତୀତ ସଚ୍ଚିନ ପାଇଲଟଙ୍କୁ ରାଜସ୍ଥାନରେ ଚିମୁଟାଏ ସ୍ଥାନ ଦେବାକୁ ମଧ୍ୟ ଚାହୁଁନାହାନ୍ତି ପାଇଲଟ ।

Leave A Reply

Your email address will not be published.