Latest Odisha News

BREAKING NEWS

ଶେଷ ହେବ ନଓ୍ବାଜ ସରିଫଙ୍କ ବନବାସ, ଫେରିବେ ସ୍ବଦେଶ

ଇସଲାମବାଦ: ନିଜ ଦେଶକୁ ଫେରିବେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫ। ସେ ଆସନ୍ତା ଶନିବାର ପାକିସ୍ତାନ ଫେରିପାରନ୍ତି । ପାକିସ୍ତାନର ଏକ କୋର୍ଟ ଆଜି ଆଭେନଫିଲ୍ଡ ଏବଂ ଅଲ-ଅଜିଜିଆ ଦୁର୍ନୀତି ମାମଲାରେ ନୱାଜ ସରିଫଙ୍କୁ ସୁରକ୍ଷା ଜାମିନ ପ୍ରଦାନ କରିଛନ୍ତି। ଗତ ୪ ବର୍ଷ ଧରି ଲଣ୍ଡନରେ ଆତ୍ମ ନିର୍ବାସିତ ଜୀବନ ବିତାଉଛନ୍ତି ନୱାଜ।

ପାକିସ୍ତାନର ଡନ୍ ଖବରକାଗଜର ରିପୋର୍ଟ ଅନୁଯାୟୀ, ନୱାଜ ଦେଶକୁ ଫେରିବା ନେଇ ଇସଲାମାବାଦ କୋର୍ଟରୁ ଗିରଫଦାରୀରୁ ସୁରକ୍ଷା ମାଗିଥିଲେ। ଲଣ୍ଡନର ସ୍ୱେଚ୍ଛାକୃତ ନିର୍ବାସନରେ ଥିବା ସରିଫ ଶନିବାର ନିଜ ଦେଶକୁ ଫେରିବେ ବୋଲି ଜଣାପଡିଛି। କିଛି ଦିନ ପୂର୍ବେ ପାକିସ୍ତାନ ମୁସଲିମ ଲିଗର ନେତା ନୱାଜ ଲଣ୍ଡନରେ ଦଳର କର୍ମୀଙ୍କ ସହ କଥାବାର୍ତ୍ତା ବେଳେ ସେ ଖୁବ ଶୀଘ୍ର ପାକିସ୍ତାନ ଫେରିବେ ବୋଲି ସୂଚାଇ ଦେଇଥିଲେ।

ସୂଚନାମତାବକ, ୨୦୧୮ ମସିହାରେ ଅଲ-ଅଜିଜିଆ ଏବଂ ଆଭେନଫିଲ୍ଡ ଦୁର୍ନୀତି ମାମଲାରେ ନୱାଜ ସରିଫ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହି ମାମଲାରେ ତାଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା। ଲାହୋରର କୋଟ ଲଖପାଟ ଜେଲରେ ରହିବା ସମୟରେ ନୱାଜ ସରିଫଙ୍କ ସ୍ବାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ପରେ ତାଙ୍କୁ ଉତ୍ତମ ଚିକିତ୍ସା ପାଇଁ ଲଣ୍ଡନ ଯିବାକୁ ଅନୁମତି ମିଳିଥିଲା। ସେବେଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ନୱାଜ ସରିଫ ଲଣ୍ଡନରେ ରହୁଛନ୍ତି।

Leave A Reply

Your email address will not be published.