Latest Odisha News

BREAKING NEWS

ସାପ କାମୁଡାରେ ପୁଅର ମୃତ୍ୟୁ ପରେ ହୃଦଘାତରେ ଚାଲିଗଲା ମା’ର ଜୀବନ

ସୁନ୍ଦରଗଡ଼: ସାପ କାମୁଡାରେ ପୁଅର ଜୀବନ ଚାଲିଯିବା ପରେ ପୁଅକୁ ଝୁରି ଝୁରି ମାଆ ର ଜୀବନ ଚାଲିଗଲା । ଏଭଳି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ ଜିଲ୍ଲା ରାଜଗାଙ୍ଗପୁର ବ୍ଲକ ବୁଢ଼ାମ ପଞ୍ଚାୟତର ଢେଙ୍ଗୁରପାନି ଗ୍ରାମରେ । ମୃତକ ପୁଅ ଜ୍ଞାନଦୀପ କୁଜୁର (୬) ଓ ମାଆ ହେଲେ ସୁକାନ୍ତି କୁଜୁର (୩୮) ।

ଘଟଣା ମୁତାବକ, ଶୁକ୍ରବାର ଢେଙ୍ଗୁରପାନି ଗ୍ରାମର ବାସିନ୍ଦା ଜନ ଅମିତ କୁଜୁରଙ୍କ ୬ ବର୍ଷର ବଡ଼ ପୁଅ ଜ୍ଞାନଦୀପ କୁଜୁର ସଂନ୍ଧ୍ୟା ସମୟରେ ଘର ବାହାରେ ଖେଳୁଥିଲେ । ଏହି ସମୟରେ ତାଙ୍କୁ ଏକ ସାପ କାମୁଡିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ରାଜଗାଙ୍ଗପୁର ସିଏଚସି କୁ ଅଣାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ପରିବାର ଲୋକେ ଡାକ୍ତରଙ୍କ କଥାକୁ ଗ୍ରହଣ କରିନଥିଲେ ଏବଂ ପୁଅର ମୃତଦେହ କୁ ଘରକୁ ନେଇଯାଇଥିଲେ ।

ସେଠାରେ କାଳେ ପୁଅ ବଞ୍ଚିଯିବ ବୋଲି ଅନ୍ଧବିଶ୍ୱାସ ରେ ଝଡାଫୁଙ୍କା କରିଥିଲେ । ସବୁ ପ୍ରୟାସ ପରେ ମଧ୍ୟ ପୁଅ କିନ୍ତୁ ଆଉ ଉଠି ନଥିଲା । ଅକାଳରେ ପୁଅର ମୃତ୍ୟୁ ହୋଇଯିବା ପରେ ମାଆ କୋହ ସମ୍ଭାଳି ପାରି ନଥିଲେ । କାନ୍ଦିକାନ୍ଦି ଶେଷରେ ଚେତା ହରାଇ ପଡିଯାଇଥିଲେ । ଚେତାଶୂନ୍ୟ ଅବସ୍ଥାରେ ରାତି ଅଧିଆ ତାଙ୍କୁ ଚିକିତ୍ସା ପାଇଁ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର କୁ ଅଣାଯାଇଥିଲା । ସେଠାରେ ଡାକ୍ତର ଯାଞ୍ଚ ପରେ ମାଆଙ୍କୁ ମୃତ ଘୋଷଣା କରିଥିଲେ।

ପ୍ରାଥମିକ ଯାଞ୍ଚ ପରେ ମାଆ ର ମୃତ୍ୟୁ ହୃଦଘାତ ଯୋଗୁଁ ହୋଇଥିବା ନେଇ ଡାକ୍ତର ସଂଦେହ କରୁଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପରେ ମୃତ୍ୟୁର ଅସଲ କାରଣ ସ୍ପଷ୍ଟ ହେବ । ତେବେ ଏକା ସାଙ୍ଗରେ ମାଆ ଓ ପୁଅର ମୃତ୍ୟୁ କୁ ନେଇ ଭାଙ୍ଗିପଡିଛନ୍ତି ପରିବାରଲୋକେ । ଅଞ୍ଚଳରେ ଶୋକଳୁଳ ପରିବେଶ ସୃଷ୍ଟି ହୋଇଛି ।

ଘଟଣା ସମ୍ପର୍କରେ ଖବର ପାଇ ଆଜି ସକାଳୁ ରାଜଗାଙ୍ଗପୁର କଂଗ୍ରେସ ବିଧାୟକ ପାର୍ଥୀ ଡ଼ଃ ସିଏସ ରାଜନ ଏକ୍କା ଏବଂ ବିଜେଡି ର ଅନୀଲ ବରୁଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ଶୋକସନ୍ତପ ପରିବାର ଲୋକଙ୍କୁ ସାନ୍ତତ୍ବନା ପ୍ରଦାନ କରିଛନ୍ତି । ଉକ୍ତ ଘଟଣାରେ ପୋଲିସ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ପକ୍ରିୟା ଜାରି ରଖିଛି ।

Leave A Reply

Your email address will not be published.