Latest Odisha News

BREAKING NEWS

ବିଶ୍ୱାସ ନ ହେଲେ ବି ସତ୍ୟ, ଏଠାରେ ହେଉଛି ସୁନାର ବର୍ଷା

ନୂଆଦିଲ୍ଲୀ: ବିଶ୍ୱରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ପ୍ରତ୍ୟେକ ଦିନ ସୁନାର ବର୍ଷା ହେଉଛି । ଆଜ୍ଞା ହଁ ଏହା ବିଶ୍ୱାସ ହେଉ ନ ଥିଲେ ବି ସତ୍ୟ । ବରଫାଦୃତ ଏକ ଆଗ୍ନେୟଗିରିରୁ ପ୍ରତିଦିନି କୋଟି କୋଟି ଟଙ୍କାର ସୁନା ନିର୍ଗତ ହେଉଛି । ଏକ ହିସାବ ଅନୁସାରେ ପ୍ରତ୍ୟେକ ଦିନ ଆଗ୍ନେୟଗିରିର ଲାଭାରୁ ୬ ଲକ୍ଷ ଟଙ୍କା ମୂଲ୍ୟର ସୁନା ବାହାରୁଛି । ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ମୁତାବକ ଏରେବସ ଆଗ୍ନେୟଗିରିରୁ ଉତପ୍ତ ଲାଭା ମାଧ୍ୟମରେ ଗ୍ୟାସ, ବାମ୍ପ, ବିଭିନ୍ନ ଧାତୁର ଅବଶେଷ ଏଥିରୁ ବାହାରୁଛି । ଏହା ମଧ୍ୟରେ ତରଳ ସୁନା ମଧ୍ୟ ରହିଛି । ଏରେବସରୁ ବାହାରୁଥିବା ଲାଭା ୯୯୯ କିଲୋମିଟର ପର୍ଯ୍ୟନ୍ତ ବ୍ୟାପି ସାରିଛି । ବୈଜ୍ଞାନିକମାନେ ସୁନା ବାହାରୁଥିବା ପରୀକ୍ଷଣ ମାଧ୍ୟମରେ ଜାଣି ପାରିଛନ୍ତି ।

ତେବେ ଏଠାକାର ତାପମାତ୍ରା ଯେ କୌଣସି ସମୟ ରେ ବି ମାଇନସ ୫୦ ଡିଗ୍ରୀ ସେଲସିୟସ ତଳକୁ ଯାଇପାରେ । ଫଳରେ ଏହା ନିକଟକୁ କେହି ଯାଇ ପାରୁ ନାହାନ୍ତି । ୧୦୦୦ କିଲୋମିଟର ଦୂରତାରୁ ଯାହା କିଛି ଅନୁମାନ କରାଯାଉଛି । ୧୮୪୧ରେ କ୍ୟାପ୍ଟେନ ସର ଜେମ୍ସ କ୍ଲାର୍କ ୧୮୪୧ରେ ଏକ ଦ୍ୱୀପରେ ଏହି ଆଗ୍ନେୟଗିରିକୁ ଠାବ କରିଥିଲେ । ତାଙ୍କ ନାମ ଅନୁସାରେ ଏହାର ନାମ ରସ ରଖାଯାଇଛି । ଆଂଟାର୍କଟିକାରେ ୧୩୮ ଆଗ୍ନେୟଗିରି ରହିଛି । ଅନେକ ମୂଲ୍ୟବାନ ଧାତୂ ଏଥିରୁ ନିର୍ଗକ ହେଉଥିଲେ ମଧ୍ୟ ପାଖକୁ ଯିବା ସମ୍ଭବପର ହେଉ ନ ଥିବା ତାହା ସେଠାରେ ପଡି ରହିଛି ।

Leave A Reply

Your email address will not be published.