Latest Odisha News

ବୟସ ଲୁଚାଇବାକୁ ଯାଇ ଏଚଆଇଭି ସଂକ୍ରମିତ ହେଲେ ୩ଜଣ ମହିଳା

ନ୍ୟୁୟର୍କ: ସୁନ୍ଦର ଦେଖାଯିବା ଓ ବୟସ ଲୁଚାଇବା ପାଇଁ ଏବେ ମହିଳାମାନେ ଅନେକ ପ୍ରକାରର ପଦକ୍ଷେପ ଗ୍ରହଣ କରୁଛନ୍ତି । ବେଳେ ବେଳେ ଏହି କୃତ୍ରିମ ପଦକ୍ଷେପ ମାରାତ୍ମକ ସାବ୍ୟସ୍ତ ହୋଇଥାଏ । ରିପୋର୍ଟ ମୁତାବକ ଆମେରିକାରେ ଏବେ ଭ୍ୟାମ୍ପାୟାର ଫେସିଆଲର ପ୍ରଚଳନ ଜୋର ଧରିଛି । ଏବେ ଏହି ଫେସିଆଲ କରି ୩ଜଣ ମହିଳା ଏଚଆଇଭି ସଂକ୍ରମିତ ହୋଇଛନ୍ତି । ନ୍ୟୁ ମେକ୍ସିକୋର ଏକ ସ୍ପାରେ ଏହି ଘଟଣା ଘଟିଛି । ପ୍ରଥମ ଥର ପାଇଁ କସମେଟିକ ଇଞ୍ଜେକ୍ସନ ମାଧ୍ୟମରେ ଏଚଆଇଭି ସଂକ୍ରମଣ ଘଟଣା ସମ୍ମୁଖକୁ ଆସିଛି ।

ସେମାନେ ଏକ ଲାଇସେନ୍ସ ନ ଥିବା ସ୍ପା ରେ ପ୍ଲେଟଲେଟ ରିଚ ପ୍ଲାଜମା ମାଇକ୍ରୋନିଡଲିଂ ପ୍ରକ୍ରିୟାରେ ଫେସିଆଲ କରାଇଥିଲେ । ଏହା ପରେ ସେମାନେ ଏଚଆଇଭି ସଂକ୍ରମିତ ହୋଇଥିଲେ । ସିଡିସି କହିବା ଅନୁସାରେ ମହିଳାମାନେ ଇଂଞ୍ଜେକ୍ସନ ମାଧ୍ୟମରେ ଡ୍ରଗ୍ସ କିମ୍ବା ସଂକ୍ରମିତ ରକ୍ତ କୌଣସିଠାରେ ନେଇ ନାହାନ୍ତି । ଏଚଆଇଭି ସଂକ୍ରମିତ ପାର୍ଟନରଙ୍କ ସହ ସମ୍ବନ୍ଧ ମଧ୍ୟ ସ୍ଥାପନ କରି ନାହାନ୍ତି । ଏହା ସତ୍ୱେ ସେମାନେ କିପରି ସଂକ୍ରମିତ ହେଲେ ତାର ଅନୁଧ୍ୟାନ କରାଯାଇଥିଲା ।

ପରେ ଏହାର ସତ୍ୟତା ଜଣା ପଡିଥିଲା । ୨ଜଣ ଏଚଆଇଭି ସଂକ୍ରମିତ ରୋଗୀ ଏହି ଇଞ୍ଜେକ୍ସନ ନେବା ପରେ ଅନ୍ୟମାନଙ୍କୁ ବ୍ୟାପିଥିବା ଅନୁମାନ କରାଯାଉଛି । ଭ୍ୟାମ୍ପୟର ଫେସିଆଲ ପ୍ରକ୍ରିୟା ପାଇଁ ୪୫ ମିନିଟ ସମୟ ଲାଗିଥାଏ । ହାତରୁ ରକ୍ତ ନେଇ ଇଞ୍ଜେକ୍ସନ ମାଧ୍ୟମରେ ମୁହଁରେ ଇଞ୍ଜେକ୍ଟ କରାଯାଇଥାଏ । ଏହା ଫଳରେ ମୁହଁ ସତେଜ ରହିଥାଏ ଏବଂ ସହଜରେ ବୟସକୁ ଲୁଚା ଯାଇପାରେ ।

Leave A Reply

Your email address will not be published.