Latest Odisha News

BREAKING NEWS

ସମୁଦ୍ରରେ ରହିଲେ ୧୦୦ ଦିନ, କଲେ ବିଶ୍ୱ ରେକର୍ଡ଼

ଫ୍ଲୋରିଡା: ସମୁଦ୍ର ଭିତରେ ୧୦୦ ଦିନ ରହି ଆମେରିକା ଫ୍ଲୋରିଡାର ଜଣେ ପ୍ରଫେସର ବିଶ୍ୱ ରେକର୍ଡ କରିଛନ୍ତି । ଏହାକୁ ନେଇ ଏବେ ସେ ଖୁବ୍ ଚର୍ଚ୍ଚାରେ । ସମୁଦ୍ର ଭିତରେ ୧୦୦ ଦିନ ରହିବାର ଅନୁଭୂତି ସେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି ।

ଆମେରିକାର ଫ୍ଲୋରିଡ଼ାରେ ରୁହନ୍ତି ଜୋସେଫ ଡ଼ିଟୁରି । ସେ ଆମେରିକାର ନୌସେନାର ପୂର୍ବତନ ଡାଇଭର ତଥା ବାୟୋମେଟିକାଲ ଇଞ୍ଜିନିୟରିଂର ବିଶେଷଜ୍ଞ । ସେ ଫ୍ଲୋରିଡାର ଲାର୍ଗୋ ସିଟିରେ ସମୁଦ୍ରରେ୧୦୦ ଦିନ ରହିବାକୁ ନିଷ୍ପତ୍ତିି ନେଲେ ଓ ସଫଳ ବି ହେଲେ । ଏଥିସହିତ ବିଶ୍ୱ ରେକର୍ଡ଼ ମଧ୍ୟ କଲେ । ତାଙ୍କ ପୂର୍ବରୁ ସମୁଦ୍ର ଭିତରେ ଏତେ ଦିନ କେହି ରହିନାହାନ୍ତି । ଜୋସେଫ କହିଛନ୍ତି ଯେ, ୧୦୦ ଦିନ ସମୁଦ୍ର ତଳେ ବାସ କରିବା ଅନୁଭୂତି ପୁରା ନିଆରା । କିଛି ନୂତନ ଆବିଷ୍କାର କରିବା ପାଇଁ ସର୍ବଦା ବ୍ୟକ୍ତିଗତ ଏବଂ ବୃତ୍ତିଗତ ଅନୁସନ୍ଧାନ କରିବାରେ ସୁରାକ ଯୋଗାଇବ । ଏହି ନିଆରା ଅଭିଜ୍ଞତା ମୋତେ ବହୁତ ପରିବର୍ତ୍ତନ କରିଛି । ଅନୁସନ୍ଧାନକାରୀଙ୍କୁ ମୁଁ ପ୍ରେରଣା ଦେଇଛି ବୋଲି ଆଶା କରୁଛି । ତାଙ୍କର ଏପରି କାର୍ଯ୍ୟକୁ ଅନେକ ପ୍ରଶଂସା କରିବା ସହ ଶୁଭେଚ୍ଛା ଜଣାଇଛନ୍ତି ।

Leave A Reply

Your email address will not be published.