Latest Odisha News

BREAKING NEWS

ଏମିତି ଏକ ମନ୍ଦିର, ଯେଉଁଠି ଲକ୍ଷ ଲକ୍ଷ ଶୁଆ ଭଗବାନଙ୍କ ଦର୍ଶନ କରନ୍ତି, ପ୍ରସାଦ ଖାଆନ୍ତି

ଇନ୍ଦୋର: ସାଧାରଣତଃ ଲୋକମାନେ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିଥାନ୍ତି । କିନ୍ତୁ ଆପଣ କେବେ ପକ୍ଷୀମାନଙ୍କୁ ଭକ୍ତି କରୁଥିବା ଦେଖିଛନ୍ତି ? ଇନ୍ଦୋରରେ ଏମିତି ଏକ ମନ୍ଦିର ଅଛି, ଯେଉଁଠାରେ ଲକ୍ଷ ଲକ୍ଷ ଶୁଆ ଆସି ହନୁମାନଜୀଙ୍କୁ ଦେଖା କରନ୍ତି ଓ ପ୍ରସାଦ ଖାଇଥାନ୍ତି ।

ଇନ୍ଦୋର ସହରର ପଶ୍ଚିମ ଅଞ୍ଚଳରେ ରହିଛି ପଞ୍ଚକୁଆନ୍ ଶ୍ରୀ ରାମ ମନ୍ଦିର । ଏହି ମନ୍ଦିର ପ୍ରାୟ ୨୦୦ ବର୍ଷ ପୁରୁଣା । ଯେଉଁଠାରେ ଖେଦପତି ବାଲାଜୀଙ୍କ ଏକ ମନ୍ଦିର ମଧ୍ୟ ରହିଛି । ଏହି ମନ୍ଦିରର ଖାସ୍ କଥା ହେଲା, ଏଠାକୁ ପ୍ରତ୍ୟେକ ଦିନ ଲକ୍ଷ ଲକ୍ଷ ଶୁଆ ନିୟମିତ ଆସିଥାନ୍ତି । ସେମାନଙ୍କୁ ଦାନା ଦିଆଯାଇଥାଏ । ଆଉ ଦାନା ଖାଇବା ପରେ ନିଜ ନିଜ ସ୍ଥାନକୁ ଉଡ଼ି ପଳାନ୍ତି । ଏଠାରେ ପ୍ରାୟ ୫୦ ବର୍ଷ ଧରି ଶୁଆମାନଙ୍କୁ ଖାଇବାକୁ ଦିଆଯାଉଛି । ରମେଶ ଅଗ୍ରୱାଲ ନାମକ ଜଣେ ବ୍ୟକ୍ତି ପାଗକୁ ଖାତିର ନକରି ନିୟମିତ ଭୋର ସାଢେ ୫ଟାରେ ଆସି ଏହି ଶୁଆଙ୍କୁ ଖାଇବାକୁ ଦେଇଥାନ୍ତି ।

ରମେଶ କୁହନ୍ତି ଯେ, ସାଧୁମାନେ ପଞ୍ଚକୁଆନ୍ ଅଞ୍ଚଳରେ ବହୁତ ତପସ୍ୟା କରିଛନ୍ତି । ସେଥିପାଇଁ ଏହା ଏକ ତପୋଭୂମି । ଏଠାକୁ ଆସୁଥିବା ଶୁଆମାନେ ସାଧୁମାନଙ୍କ ରୂପରେ ଅଛନ୍ତି । ପ୍ରାୟ ୫୦ ବର୍ଷ ପୂର୍ବେ ଏହି ହନୁମାନଜୀଙ୍କ ମନ୍ଦିର ଚାରିପଟେ ଖାଲି କ୍ଷେତ ଥିଲା । ଏହି କ୍ଷେତରେ କରାଯାଉଥିବା ଫସଲ ଖାଇବାକୁ ଶୁଆମାନେ ଆସୁଥିଲେ । ପରେ ମନ୍ଦିରରେ ଖାଇବାକୁ ଦିଆଯିବାରୁ ଶୁଆମାନେ ନିୟମିତ ଆସୁଛନ୍ତି । ଭକ୍ତ୍‌ଙ୍କ ଦାନରେ ଶୁଆକୁ ଖାଇବାକୁ ଦିଆଯାଇଥାଏ । ହେଲେ କରୋନା ପରେ ସେ ନିୟମିିତ ଦେଇ ଆସୁଛନ୍ତି ।

ବିଶେଷ କଥା ହେଉଛି, ଯେତେବେଳେ ଶୁଆମାନେ ପ୍ରସାଦ ଗ୍ରହଣ କରିବାକୁ ଆସନ୍ତି, ସେମାନେ ଛାତ ଉପରେ ବସିବା ପରେ ପ୍ରଥମେ ହନୁମାନଜୀଙ୍କ ପତାକା ଦେଖନ୍ତି । ତା’ପରେ ପ୍ରସାଦ ଖାଇଥାନ୍ତି । ଆଉ କିଛି ଶୁଆ ନିକଟସ୍ଥ ଗଛ ଉପରେ ବସି ଶୃଙ୍ଖଳା ସହିତ ଅପେକ୍ଷା କରନ୍ତି । ଗୋଟେ ଦଳ ଖାଦ୍ୟ ଖାଇ ଉଡ଼ିଯିବା ମାତ୍ରେ ଗଛ ଉପରେ ବସି ଅପେକ୍ଷା କରିଥିବା ଅନ୍ୟ ଶୁଆମାନେ ଛାତକୁ ଆସନ୍ତି ।

Leave A Reply

Your email address will not be published.