Latest Odisha News

BREAKING NEWS

୩୯ ବର୍ଷ ପରେ ଆଇସିସି ଟେଷ୍ଟ ର‌୍ୟାଙ୍କିଙ୍ଗରେ ପ୍ରଥମ ୩ଟି ସ୍ଥାନରେ ଗୋଟିଏ ଦେଶର ବ୍ୟାଟ୍ସମ୍ୟାନ

ସିଡନୀ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ହାତେଇବା ପରେ ଅଷ୍ଟ୍ରେଲିଆ କ୍ରିକେଟ ଟିମ ଆଉ ଏକ କୀର୍ତିମାନ ସ୍ଥାପନ କରିଛନ୍ତି । ଦୀର୍ଘ ୩୯ ବର୍ଷ ପରେ ଆଇସିସି ର‌୍ୟାଙ୍କିଙ୍ଗରେ ଗୋଟିଏ ଦେଶର ୩ଜଣ ବ୍ୟାଟ୍ସମ୍ୟାନ ପ୍ରଥମ ୩ଟି ସ୍ଥାନରେ ରହିଛନ୍ତି । ମାର୍ନସ ଲାବୁସେନ ଶୀର୍ଷ ସ୍ଥାନ ବଜାୟ ରଖିଥିବା ବେଳେ ଷ୍ଟିଭ ସ୍ମିଥ ଗୋଟିଏ ସ୍ଥାନ ଉନ୍ନୀତ ହୋଇ ଦ୍ୱିତୀୟ ଏବଂ ୩ଟି ସ୍ଥାନ ଉପରକୁ ଉଡି ଟ୍ରେଭିସ ହେଡ ତୃତୀୟ ସ୍ଥାନରେ ରହିଛନ୍ତି । ଏହା ପୂର୍ବରୁ ୧୯୮୪ରେ ୱେଷ୍ଟଇଣ୍ଡିଜର ୩ଜଣ ବ୍ୟାଟ୍ସମ୍ୟାନ ପ୍ରଥମ ୩ଟି ସ୍ଥାନରେ ରହିଥିଲେ । ଏମାନେ ହେଲେ ଗର୍ଡନ ଗ୍ରୀନିଜ, କ୍ଲାଏଭ ଲଏଡ ଓ ଲ୍ୟାରୀ ଗେମ୍ସ ।

ଭାରତର ରିଷଭ ପନ୍ତ ୧୦ମ ସ୍ଥାନରେ ରହିଛନ୍ତି । ବୋଲରଙ୍କ ମଧ୍ୟରେ ରବିଚନ୍ଦ୍ରନ ଅଶ୍ୱୀନ ଶୀର୍ଷ ସ୍ଥାନ ବଜାୟ ରଖିଛନ୍ତି । ସେହିପରି ଅଲରାଉଣ୍ଡର ର‌୍ୟାଙ୍କିଙ୍ଗରେ ରବୀନ୍ଦ୍ର ଜାଡେଜା ଶୀର୍ଷରେ ରହିଥିବା ବେଳେ ବୋଲିଂରେ ୯ମ ସ୍ଥାନରେ ରହିଛନ୍ତି । ଭାରତ ପୂର୍ବ ଭଳି ଟିମ ର‌୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନରେ ରହିଛି ।

Leave A Reply

Your email address will not be published.