Latest Odisha News

BREAKING NEWS

ତାଇୱାନକୁ ନେଇ ଆମେରିକାକୁ ଧମକାଇଲା ଚୀନ

ନୂଆଦିଲ୍ଲୀ: ହେବ କି ଯୁଦ୍ଧ ? ମୁହାଁମୁହିଁ ହେବେ କି ଚୀନ ଓ ଆମେରିକା ? ତାଇୱାନ ଉପରେ ଅଧିକାର ସାବ୍ୟସ୍ତ କରିବାକୁ ଉଦ୍ୟମ କରୁଥିବା ଚୀନ, ଆମେରିକାକୁ ଧମକ ଦେଇଛି । ଖାଲି ଧମକାଇନି ବରଂ ପାଦେ ଆଗକୁ ଯାଇ ଡ୍ରାଗନ, ଆମେରିକା ସେନାର ବେସ୍ ନିକଟରେ ଶକ୍ତିଶାଳୀ ଯୁଦ୍ଧପୋତ ଅତିକ୍ରମ କରିଛି ।

ପ୍ରଶାନ୍ତ ମହାସାଗରର ଗୁଆମରେ ଥିବା ଆମେରିକା ନୌସେନା ଘାଟି ନିକଟରେ ଅତିକ୍ରମ କରିଛି ଚୀନର ଏୟାରକ୍ରାଫ୍ଟ କ୍ୟାରିଅର ଲିଆଓନିଙ୍ଗ । ଯାହାକୁ ଜାପାନ ଅଧିକାରୀ ସ୍ପଷ୍ଟ କରିଥିବା ବେଳେ ବିଶେଷଜ୍ଞଙ୍କ କହିବା କଥା, ଏଭଳି କରି ଚୀନ ଆମେରିକାକୁ ସଂକେତ ଦେବାକୁ ଚାହୁଁଛି ତାଇୱାନ ସମ୍ବନ୍ଧରେ ଆମେରିକାର ହସ୍ତକ୍ଷେପକୁ ଚୀନ ବରଦାସ୍ତ କରିବ ନାହିଁ ।

ତେବେ ଆମେରିକା ନୌସେନା ନିକଟରେ ଅତିକ୍ରମ କରିଥିବା ଏୟାରକ୍ରାଫ୍ଟ ଶକ୍ତିଶାଳୀ ମିସାଇଲରେ ଭର୍ତ୍ତି ଥିଲା । ଆଉ ବଡ଼ କଥା ହେଲା ଚୀନର ଏହି ଏୟାରକ୍ରାଫ୍ଟ ଚୀନର ଯୁଦ୍ଧ ଜାହାଜର ନେତୃତ୍ୱ ନିଏ । ପୂର୍ବରୁ ଏହା ଆମେରିକାର ସହଯୋଗୀ ଦେଶ ଜାପାନକୁ ଡରାଇବାକୁ ଚେଷ୍ଟା କରିଥିଲା । ଜାପାନର ଦ୍ୱୀପ ଓକିନାଭା ନିକଟରେ ଚୀନ ଯୁଦ୍ଧପୋତରୁ ୨୬୦ ଥର ଯୁଦ୍ଧ ବିମାନ ଉଡ଼ାଣ ଅଭ୍ୟାସ କରିଥିଲା ।

ଏବେ ଗୁଆମ ନିକଟରେ ଚୀନର ଏୟାରକ୍ରାଫ୍ଟକୁ ନେଇ ଗ୍ଲୋବାଲ୍ ଟାଇମ୍ସ ଲେଖିଛି, ଗୁଆମରୁ ଆମେରିକାର କୌଣସି ଆକ୍ରମଣରୁ ଦେଶକୁ ରକ୍ଷା ଓ ତାଇୱାନ ଉପରେ ହସ୍ତକ୍ଷେପରୁ ବିରତ ଲାଗି ଚୀନ ଏୟାରକ୍ରାଫ୍ଟ ପ୍ରସ୍ତୁତ ରହିଛି । ତେବେ ଚୀନର ଏଭଳି କାର୍ଯ୍ୟକୁ ନେଇ ଆମେରିକା ଏଯାଏ କୌଣସି ମନ୍ତବ୍ୟ ଦେଇ ନାହିଁ ।

Leave A Reply

Your email address will not be published.