କାବୁଲ: ତାଲିବାନ କବଜାକୁ ଆଫଗାନିସ୍ତାନ ଆସିବା ପରେ ପ୍ରତ୍ୟେକ ଦିନ ନୂଆ ନୂଆ ସଙ୍କଟ ଉଭା ହେଉଛି । ଏଠାରେ ଥିବା ୩୧୮ ମିଡିଆ ସଂସ୍ଥାକୁ ଜୋର ଜବରଦସ୍ତ ବନ୍ଦ କରି ଦିଆଯାଇଛି । ଏଥିରେ ୫୧ ଟିଭି ଚ୍ୟାନେଲ, ୧୩୨ ରେଡିଓ ଷ୍ଟେସନ ଓ ୧୯ ଅନଲାଇନ ମିଡିଆ ସଂସ୍ଥା ସାମିଲ । ମହିଳା ସାମ୍ବାଦିକଙ୍କ ପାଇଁ ଏହା ନର୍କ ଭୂମି ପାଲଟି ଯାଇଛି କହିଲେ ଭୁଲ ହେବନି । ୭୨ ପ୍ରତିଶତ ମହିଳା ସାମ୍ବାଦିକ ଘରେ ବସିବାକୁ ବାଧ୍ୟ ହୋଇଛନ୍ତି ।
ଇଂଟରନ୍ୟାଶନାଲ ଫେଡେରେଶନ ଅଫ ଜର୍ଣ୍ଣାଲିଷ୍ଟଙ୍କ ମତରେ ୫୦୬୩ ସାମ୍ବାଦିକଙ୍କ ମଧ୍ୟରୁ ଏବେ ମାତ୍ର ୨୭୨୯ଜଣ କାମ କରୁଛନ୍ତି । ତାଲିବାନ ତାଙ୍କ ଆଭିମୁଖ ନ ବଦଳାଇବେ ତାହାହେଲେ ସମସ୍ତ ସଂସ୍ଥା ବନ୍ଦ ହୋଇଯିବା ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି ଆଫଗାନିସ୍ତାନର ଇଣ୍ଡିପେଂଡେଟ ଜର୍ଣ୍ଣାଲିଷ୍ଟ ଆସୋସିଏଶନର ମୁଖ୍ୟ ହାଫିଜୁଲ୍ଲା ବରକଜାଇ ।
Comments are closed.