Latest Odisha News

[ଭିଡ଼ିଓ] ନିଧିବନ ରଙ୍ଗମହଲ ତଳେ ରହସ୍ୟମୟ ଗୁମ୍ଫା

ଉତ୍ତରପ୍ରଦେଶ: ଧାର୍ମିକ ନଗରୀ ବୃନ୍ଦାବନ । ଆଉ ବୃନ୍ଦାବନରେ ରହିଛି ନିଧିବନ । ଯେଉଁଠି ପ୍ରଭୂ ଶ୍ରୀକୃଷ୍ଣ ଆଉ ମାଆ ରାଧାଙ୍କ ଆଗମନ ହୋଇଥାଏ। ରାଧାକୃଷ୍ଣ ଏଠାରେ ଜୀବନ୍ତ ପ୍ରତୀୟ ମାନ ହୋଇଥାନ୍ତି। ପରିସରରେ ଥିବା ରଙ୍ଗମହଲରେ ବିଶ୍ରାମ ନେଇଥାନ୍ତି ରାଧାକୃଷ୍ଣ । ଏହି ରଙ୍ଗମହଲରେ ସେମାନଙ୍କ ପାଇଁ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥାଏ । 

ତେବେ ନିଧିବନରେ ଥିବା ରଙ୍ଗମହଲ ନିକଟରେ ଏକ ଗୁମ୍ଫା ରହିଛି। ନିଧିବନ ଯେମିତି ରହସ୍ୟମୟ ଏହି ଗୁମ୍ଫା ବି ସେତିକି ରହସ୍ୟମୟ । ପୂଜା କରୁଥିବା ପଣ୍ଡିତଙ୍କ କହିବା ଅନୁସାରେ ରଙ୍ଗମହଲ ତଳେ ରହିଛି ରହସ୍ୟମୟ ଗୁମ୍ଫା। ମଙ୍ଗଳ ଆରତୀ ସମୟରେ ଏହି ଗୁମ୍ଫାରୁ ରହସ୍ୟମୟ ଶଦ୍ଦ ଶୁଣିବାକୁ ମିଳିଥିଲା । ସେହି ଶଦ୍ଦ ଅନୁସରଣ କରି ସେହି ସ୍ଥାନରେ ପୂଜାରୀ ପହଞ୍ଚିଥିଲେ। ଜଣେ ସାଧୁଙ୍କୁ ପ୍ରଣାମ କରୁଥିବା ଅବସ୍ଥାରେ ଦେଖିଥିଲେ।

ସ୍ଥାନୀୟ ଲୋକେ ମଧ୍ୟ ଘଟଣା ସ୍ଥଳରେ ପହଂଚିବା ସହିତ ସାଧୁଙ୍କୁ ଗୁମ୍ଫା ଭିତରୁ ବାହାରକୁ ଅଣାଯାଇଥିଲା। ଯିଏ କି କିଛି କହିବା ଅସ୍ଥାରେ ନଥିଲେ। କିନ୍ତୁ ତାଙ୍କ ପରିସ୍ଥିତିରୁ ଜଣାପଡୁଥିଲା ଯେ ସାଧୁ ଜଣକ ସ୍ୱୟଂ ରାଧାକୃଷ୍ଣଙ୍କୁ ଦର୍ଶନ କରିଥିଲେ। ସ୍ୱୟଂ ଭଗବାନଙ୍କୁ ଦର୍ଶନ କରିବା ପରେ ସେ ଅବାକ୍ ହୋଇଯାଇଥିଲେ।

ଦୀର୍ଘ ଦିନ ପରେ ସୁସ୍ଥ ହୋଇ ପ୍ରଭୁଙ୍କ ଲୀଳା ଆଉ ଉପସ୍ଥିତି ବଖାଣିଥିଲେ ସାଧୁ ଜଣକ। ଆଉ ପ୍ରଭୁଙ୍କ ସାକ୍ଷାତ ଦର୍ଶନ ପାଇବା ସହିତ ସ୍ୱୟଂ ରାଧାକୃଷ୍ଣ ସେଠାରେ ସବୁବେଳେ ବିରାଜମାନ ବୋଲି ପ୍ରମାଣ କରିଥିଲେ। ଆଉ ସେବେଠାରୁ ଲୋକଙ୍କ ମନରେ ଦୃଢ ବିଶ୍ୱାସ ସେହି ପରାମାତ୍ମାଙ୍କୁ ନେଇ . . .

Comments are closed, but trackbacks and pingbacks are open.