Latest Odisha News

BREAKING NEWS

ମୃତ ସାମ୍ବାଦିକଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କା ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଖବର ସଂଗ୍ରହ କରିବାକୁ ଯାଇ ଲ୍ୟାଣ୍ଡ ମାଇନ ବିସ୍ପୋରଣରେ ପ୍ରାଣ ହରାଇଥିବା ସମ୍ବାଦିକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସହାୟତା ରାଶି ଘୋଷଣା କରିଛନ୍ତି । ମୃତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ପରିବାରକୁ ୧୩ ଲକ୍ଷ ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ରାଜ୍ୟ ପୋଲିସ ପକ୍ଷରୁ ୯ ଲକ୍ଷ ଟଙ୍କା ଏବଂ ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ୪ ଲକ୍ଷ ଟଙ୍କା ଅନୁକମ୍ପା ରାଶୀ ଯୋଗାଇଦେବାକୁ ଘୋଷଣା ହୋଇଛି । ଏନେଇ ରାଜ୍ୟ ସରକାରଙ୍କ ଗଣ ମାଧ୍ୟମ ପରାମର୍ଶ ଦାତା ମାନଓ ମଙ୍ଗରାଜ ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ ଆଜି କଳାହାଣ୍ଡି ଜିଲ୍ଲାରେ ମଦନପୁର ରାମପୁର ଅଞ୍ଚଳରେ ଖବର ସଂଗ୍ରହ କରିବାକୁ ଯାଇଥିବା ବେଳେ ମାଓବାଦୀ ବିଛାଇଥିବା ଲ୍ୟାଣ୍ଡ ମାଇନ ବିସ୍ପୋରଣରେ ସାମ୍ବାଦିକଙ୍କ ମୃତ୍ୟୁ ହୋଇଯାଇଥିଲା ।

Comments are closed, but trackbacks and pingbacks are open.