Latest Odisha News

BREAKING NEWS

ତୱାଙ୍ଗ ଘଟଣା ପରେ ସୀମା ଉପରେ ଚୀନର ନଜର, ରଖିଲା ଡ୍ରୋନ, ଯୁଦ୍ଧବିମାନ

ନୂଆଦିଲ୍ଲୀ: ତୱାଙ୍ଗ ଘଟଣା ପରେ ସୀମା ଉପରେ ତୀକ୍ଷ୍ଣ ନଜର ରଖିଛି ଚୀନ । ସୀମାରେ ମୁତୟନ କରିଛି ଡ୍ରୋନ ଏବଂ ଯୁଦ୍ଧ ବିମାନ । ଉପଗ୍ରହ ମାଧ୍ୟମରେ ଏପରି ଆଶ୍ଚର୍ଯ୍ୟଜନକ ଚିତ୍ର ସବୁ ସାମ୍ନାକୁ ଆସିଛି। ଚାଇନା ସୀମାରେ କିପରି ଅସ୍ତ୍ରଶସ୍ତ୍ର ଠୁଳ କରିଛି, ଏକାଧିକ ଡ୍ରୋନ୍‌, ଫାଇଟର ଜେଟ୍‌ ରଖିଛି ତାର ଦୃଶ୍ୟ ସାଟେଲାଇଟ୍‌ରେ କଏଦ ହୋଇଛି।
ଏସବୁ ଯୁ୍ଦ୍ଧ ପ୍ରସ୍ତୁତି ଚାଇନା ତିବତ୍ତ ଏୟାର ବେସ୍‌ରେ କରାଯାଇଥିବା ଦେଖିବାକୁ ମିଳିଛି । ଅନ୍ୟପକ୍ଷେ ଭାରତୀୟ ସେନା ମଧ୍ୟ ଶତ୍ରୁ ରାଷ୍ଟ୍ରକୁ ମୁକାବିଲା ପାଇଁ ପ୍ରସ୍ତୁତିରେ କମ ନଥିବା ଜଣାପଡ଼ିଛି। ଏୟାର ପାଟ୍ରୋଲିଂକୁ ଜୋରଦାର କରିଛି ଭାରତୀୟ ବାୟୁସେନା। ଏସବୁ ଦୃଶ୍ୟ ମାକ୍ସରରେ କଏଦ ହୋଇଛି ।

ଅରୁଣାଚଳ ପ୍ରଦେଶ ସୀମାର ୧୫୦ କିଲୋମିଟର ପୂର୍ବତ୍ତୋର ଇଲାକାରେ ଥିବା ଚୀନର ବାଙ୍ଗଦା ଏୟାରବେସରୁ ଏହି ଚିତ୍ର ସାଟେଇଲାଇଟ ମାଧ୍ୟମରେ ମିଳିଛି । ଏହି ଫଟୋରେ ଦେଖିବାକୁ ମିଳିଛି,ଚୀନ ଅତ୍ୟାଧୁନିକ ଡବ୍ଲୁଜେଡ-୭, ସୋରିଂ ଡ୍ରାଗନ ମୁତୟନ ରଖିଛି । ୨୦୨୧ରେ ପ୍ରଥମ ଥର ପାଇଁ ଏପରି ଡ୍ରୋନ ପ୍ରଥମେ ଦେଖିବାକୁ ମିଳିଥିଲା । ଏହି ଡ୍ରୋନ ଲଗାତାର ୧୦ ଘଣ୍ଟା ଧରି ଉଡିପାରିବ । ଏହାକୁ ଗୁଇନ୍ଦା ବିଭାଗ, ସର୍ବେକ୍ଷଣ ଆଦି କାମରେ ବ୍ୟବହାର କରାଯାଉଥିଲା । ଏହା ଡାଟା ଟ୍ରାନ୍ସମିଟ ବି କରିପାରିବ । ଏହା ବିଶେଷ କରି ଗୋଇନ୍ଦା ଉଦ୍ଦେଶ୍ୟରେ ତିଆରି ହୋଇଥିଲା ।

Comments are closed.