Latest Odisha News

BREAKING NEWS

ଲାଗୁ ହେଲା ନିର୍ବାଚନ ଆଚରଣ ବିଧି, ରାତାରାତି ହଟିଲା ହୋର୍ଡିଂ ଓ ପୋଷ୍ଟର

ଭୁବନେଶ୍ବର: ରାଜ୍ୟରେ ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ତାରିଖ ଘୋଷଣା ସରିଛି । ରାଜ୍ୟରେ ୪ଟି ପର୍ଯ୍ୟାୟରେ ଭୋଟ ହେବ । ଏହା ସହିତ ଲାଗୁ ହୋଇଛି ଆଦର୍ଶ ଆଚରଣ ବିଧି । ୨୪ ଘଣ୍ଟା ମଧ୍ୟରେ ସମସ୍ତ କାର୍ଯ୍ୟାଳୟ ପରିସରରୁ ହୋର୍ଡିଂ, ପୋଷ୍ଟର, ବ୍ୟାନର ଓ ସରକାରୀ ଯୋଜନାର ବାର୍ତ୍ତା ହଟାଇବା ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ଦିଆଯାଇଛି ।

ବିଶେଷକରି ୨୪ ଘଣ୍ଟା ମଧ୍ୟରେ ସରକାରୀ କାର୍ଯ୍ୟାଳୟରୁ, ୪୮ ଘଣ୍ଟା ମଧ୍ୟରେ ଜନ ସାଧାରଣଙ୍କ କାନ୍ଥବାଡରୁ ଓ ୭୨ ଘଣ୍ଟା ମଧ୍ୟରେ ସମସ୍ତ ସ୍ଥାନରୁ ଓ ପୋଷ୍ଟର ଓ ବ୍ୟାନର ଗୁଡ଼ିକ ହଟାଇ ଦିଆଯିବା ପାଇଁ ନିର୍ଦ୍ଦେଶ ରହିଛି । ଯାହାଫଳରେ ରାଜ୍ୟର ଅନେକ ଜିଲ୍ଲାରୁ ହିଁ ରାତି ଅଧିଆ ପୋଷ୍ଟର ହଟା ଦୃଶ୍ୟ ସାମ୍ନାକୁ ଆସିଛି ।

ରାସ୍ତା ଘାଟ, ଛକ ବଜାର ଓ ବିଭିନ୍ନ କାର୍ଯ୍ୟାଳୟରେ ଲାଗିଥିବା ହୋର୍ଡ଼ିଂ, ପୋଷ୍ଟର ଓ ବ୍ୟାନରକୁ ହଟାଇ ଦିଆଯିବା କାର୍ଯ୍ୟ ଆରମ୍ଭ ହୋଇଛି । ଏଥର ନିର୍ବାଚନ କମିଶନ ନିର୍ବାଚନ ଆଚରଣ ବିଧି କଡାକଡି ହେବ ବୋଲି ଘୋଷଣା କରିଛନ୍ତି । ଯାହାଫଳରେ ଏପରି ଦୃଶ୍ୟ ସାମ୍ନାକୁ ଆସିଛି ।

Leave A Reply

Your email address will not be published.