Latest Odisha News

BREAKING NEWS

୨ ମାସ ପରେ ହଟିଲା କଟକଣା, ଆଜିଠାରୁ ସମୁଦ୍ର ଯିବେ ମତ୍ସ୍ୟଜୀବୀ

ପାରାଦୀପ: ହଟିଲା କଟକଣା । ୬୧ ଦିନ ପରେ ଆଜି ଠାରୁ ଆରମ୍ଭ ହୋଇଛି ମାଛ ଧରା । ମାଛ ମାନଙ୍କ ବଂଶ ବିସ୍ତାର ଲାଗି ଏପ୍ରିଲ ୧୫ରୁ ଜୁନ୍ ୧୪ ତାରିଖ ପର୍ଯ୍ୟନ୍ତ ୬୧ ଦିନ ଧରି ସମୁଦ୍ରରେ ମାଛ ଧରା ବନ୍ଦ ରହିଥିଲା । କଟକଣା ହଟିବା ପରେ ଦୁଇ ମାସ ଧରି ହାତ ଗୋଡ ବାନ୍ଧି ବସିଥିବୀ ମତ୍ସଜୀବୀ ମାନେ ମାଛ ଧରିବା ଲାଗି ତତ୍ପର ହୋଇପଡିଥିବା ଦେଖିବାକୁ ମିଳିଛି ।

ଆଜି ସେମାନେ ବେଶ ଉତ୍ସହର ସହ ନିଜ ନିଜ ବୋଟ୍ ଧରି ସମୁଦ୍ର ଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ସାଧାରଣତଃ ଏକ ସପ୍ତାହ ପର୍ଯ୍ୟନ୍ତ ସେମାନେ ପାଣି ଭିତରେ ସମୟ ବିତେଇଥାନ୍ତି ତେଣୁ ମତ୍ସ୍ୟଜୀବୀମାନେ ସେମାନଙ୍କ ଅତ୍ୟାବଶ୍ୟକ ସାମଗ୍ରୀ ଡିଜେଲ, ବରଫ, ପିଇବା ପାଣି, ରାସନ ସାମଗ୍ରୀ ଆଦି ବୋଟ୍ ଗୁଡିକରେ ରଖିଛନ୍ତି ।

ସୂଚନାଯୋଗ୍ୟ, ମୌସୁମୀର ଆଗମନର ଠିକ୍ ଦୁଇ ମାସ ପୂର୍ବରୁ ସମୁଦ୍ରରେ ମାଛମାନଙ୍କ ପ୍ରଜନନ ଋତୁ ଆରମ୍ଭ ହୋଇଥାଏ । ମାଛବଂଶ ବୃଦ୍ଧି କାରଣରୁ ଏହି କଟକଣା ଲାଗୁ ହୋଇଥାଏ । ପ୍ରତିବର୍ଷ ଏପରି କରାଯାଇଥାଏ । ଏହି କଟକଣା ସମୟରେ ମତ୍ସ୍ୟଜୀବୀମାନେ ରୋଜଗାର ହରାଇଥାନ୍ତି ।

Leave A Reply

Your email address will not be published.