Latest Odisha News

BREAKING NEWS

ପ୍ରତିକୂଳ ପାଗରେ ପରାକ୍ରମ ଦେଖାଇଲା ବାୟୁସେନା, ବନ୍ଦେ ମାତରମ୍ ଧ୍ୱନିରେ କମ୍ପିଲା ବେଳାଭୂମି

ପୁରୀ: ସମୟ ସକାଳ ୧୦ଟା ୪୫ । ପ୍ରତିକୂଳ ପାଗ, ଏୟାର ଶୋକୁ ନେଇ ସମସ୍ତଙ୍କ ମନରେ ଆଶଙ୍କା ସହ ଥିଲା ଉତ୍କଣ୍ଠା । ଚାହୁଁ ଚାହୁଁ ପୁରୀ ବେଳାଭୂମିର ନୀଳଆକାଶ ଚିରି ସମୁଦ୍ର ଉରେ ଘୂରି ବୁଲିଥିଲା ଭାରତୀୟ ବାୟୁ ସେନାର ୯ଟି ଲଢ଼ୁଆ ହକ୍ ବିମାନ । ସମୁଦ୍ର ଉପରେ ବିମାନରେ ଗୋଟିଏ ପରେ ଗୋଟିଏ ରଣକୌଶଳ ଦେଖାଇ ଥିଲେ ବାୟୁସେନା ଯବାନ ।

ଯାହାକୁ ଦେଖିବାକୁ ସୁଦୀର୍ଘ ବେଳାଭୂମିରେ ଏକାଠି ହୋଇଥିଲେ ହଜାର ହଜାର ଲୋକ । ବନ୍ଦେ ମାତରମ ଧ୍ୱନିରେ ବିଚ୍ କମ୍ପୁଥିବା ବେଳେ ଚିତ୍ତାକର୍ଷକ ଏୟାର ଶୋ ସମସ୍ତଙ୍କ ମନ ମୋହିଥିଲା । ଘଣ୍ଟା ପ୍ରତି ୧୫୦୦ କିଲୋମିଟର ବେଗରେ ବାୟୁ ସେନାର ହକ୍ ବିମାନ ଆକାଶର ବୁକୁ ଚିରି ଦୁଃସାହାସିକ କଳା ଦେଖାଇଥିଲା ।

ବର୍ଷା ଓ ମେଘୁଆ ପାଗ ଟିକିଏ ଫର୍ଚ୍ଚା ହେବା ପରେ ପୁରୀ ବେଳାଭୂମିର ଆକାଶରେ ଶୌର୍ଯ୍ୟ ପ୍ରଦର୍ଶନ କରିଥିଲେ ବାୟୁସେନାର ୱିଙ୍ଗ କମାଣ୍ଡର । କମ୍ପୋଜାଇଟ୍ ଓ ସିଙ୍କ୍ ଦୁଇଟି ପର୍ଯ୍ୟାୟରେ ବାୟୁସେନାର ସୂର୍ଯ୍ୟକିରଣ ଟିମ୍ ଏୟାର ଶୋ କରିଥିଲା ।

ଭୁବନେଶ୍ୱର ପରେ ପୁରୀରେ ବାୟୁସେନାର ଦୁଃସାହାସିକ ପ୍ରଦର୍ଶନ ସମସ୍ତଙ୍କୁ ସ୍ତବ୍ଧ କରିଛି । ବାୟୁସେନାରେ ଭର୍ତ୍ତି ପାଇଁ ଲକ୍ଷ୍ୟ ରଖିଥିବା ଯୁବପିଢିଙ୍କୁ ସୂର୍ଯ୍ୟକିରଣ ଟିମର ପ୍ରଦର୍ଶନ ଆହୁରି ଉତ୍ସାହିତ କରିଛି ।

Leave A Reply

Your email address will not be published.