Latest Odisha News

BREAKING NEWS

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ବୟସ ପାର୍ଥକ୍ୟ କେତେ ରହିବା ଉଚିତ୍ ?

କଥାରେ ଅଛି, ‘ବୟସ କେବଳ ଏକ ମାତ୍ର ସଂଖ୍ୟା’। ଏହି ଉକ୍ତିଟି ଆତ୍ମାକୁ ସନ୍ତୁଷ୍ଟ କରେ କିମ୍ବା ଆତ୍ମ-ପ୍ରେରଣା ପାଇଁ ଭଲ। କିନ୍ତୁ ଯେତେବେଳେ ବିବାହାକୁ ନେଇ ପ୍ରଶ୍ନ ଉଠେ ସେତେବେଳେ ଏହି ବୟସ ସମ୍ପର୍କରେ ଚିନ୍ତା କରିବାକୁ ବାଧ୍ୟ ହୁଅନ୍ତି ଲୋକେ। ଜଣେ ବ୍ୟକ୍ତିର ବୟସ ବଢିବା ସହିତ ତାର ପରିପକ୍ୱତା ସ୍ତର ଏବଂ ଅଭିଜ୍ଞତା ମଧ୍ୟ ବଢେ। ଏପରି ପରିସ୍ଥିତିରେ, ପ୍ରତ୍ୟେକ ବୟସ ବର୍ଗ ସହିତ ସମନ୍ୱୟ କରିବା ସହଜ ନୁହେଁ। ବିଶେଷ କରି ଦମ୍ପତିଙ୍କ ମଧ୍ୟରେ ଅଧିକ ବୟସ ପାର୍ଥକ୍ୟ ରହିବା ଉଚିତ୍ ନୁହେଁ, ନଚେତ୍ ସମ୍ପର୍କ ମଧ୍ୟରେ ମତଭେଦ, ତିକ୍ତତା ଆସିବାର ସମ୍ଭାବନା ଥାଏ। ଏହା ଆମେ ନୁହେଁ ବିଜ୍ଞାନ କହୁଛି।

ଯଦିଓ ଅନେକ ସେଲିବ୍ରିଟି ଏହି ଜିନିଷକୁ ଭୁଲ୍ ପ୍ରମାଣ କରିଛନ୍ତି। ମିଲିନ୍ଦ ସୋମନ୍ ଏବଂ ଅଙ୍କିତା, ସହିଦ କପୁର ଓ ମୀରା, ସୈଫ୍ ଅଲ୍ଲୀ ଖାଁ ଓ କରିନା, ଦିଲୀପ କୁମାର ଏବଂ ଶାୟରା ବାନୁ, ଧର୍ମେନ୍ଦ୍ର ଏବଂ ହେମା ମଲିନିଙ୍କ ପରି ଅନେକ ଉଦାହରଣ ଅଛନ୍ତି, ଯେଉଁମାନଙ୍କ ମଧ୍ୟରେ ବୟସ ପାର୍ଥ୍ୟର ଅଧିକ ରହିବା ସତ୍ତ୍ୱେ ସେମାନଙ୍କ ସମ୍ପର୍କ ଭଲ ରହିଛି। କିନ୍ତୁ ଫରହାନ ଅଖତର ଏବଂ ଅଧୁନା, ସୈଫ୍ ଅଲ୍ଲୀ ଖାନ ଏବଂ ଅମୃତା ସିଂ, ଆମୀର ଖାନ ଓ କିରଣ ରାଓଙ୍କ ପରି ଅନେକ ଉଦାହରଣ ଅଛି, ସେମାନଙ୍କ ମଧ୍ୟରେ ବୟସ ବ୍ୟବଧାନର ପ୍ରଭାବ ସ୍ପଷ୍ଟ ଦେଖାଯାଇଛି। ଏହି କାରଣରୁ, ସମ୍ପର୍କରେ ସମସ୍ୟା ଦେଖାଗଲା ଏବଂ ଶେଷରେ ଛାଡପତ୍ର ଦେବାକୁ ବାଧ୍ୟ ହୋଇଥିଲେ। ଏହି ଉଦାହରଣକୁ ଯଦି ଲକ୍ଷ୍ୟ କରିବା ତେବେ ବିଜ୍ଞାନକୁ ମଧ୍ୟ ଏହି ପ୍ରସଙ୍ଗରେ ସମ୍ପୂର୍ଣ୍ଣ ଭୁଲ୍ କୁହାଯାଇପାରିବ ନାହିଁ। ଏହା ମଧ୍ୟ ଧ୍ୟାନ ଦେବା ଉଚିତ୍ ଯେ ଯେଉଁ ସମ୍ପର୍କରେ ସ୍ୱାମୀଙ୍କଠାରୁ ପତ୍ନୀଙ୍କ ବୟସ ଅଧିକ ଥାଏ, ତେବେ ସେହି ସମ୍ପର୍କରେ ଅଧିକ ସମସ୍ୟା ଉପୁଜେ। ଏହି କାରଣରୁ ପୂର୍ବ କାଳରେ ମହିଳାଙ୍କ ପାଇଁ ତାଙ୍କଠାରୁ ବୟସରେ ବଡ଼ ଥିବା ପୁରୁଷଙ୍କ ସହ ବିବାହ କରେଇ ଦିଆଯାଉଥିଲା।

ବିବାହ ପାଇଁ ଦମ୍ପତିଙ୍କ ବୟସ ପାର୍ଥକ୍ୟ ଉପରେ ଆଟଲାଣ୍ଟାର ଏମୋରୀ ବିଶ୍ୱବିଦ୍ୟାଳୟରେ ଏକ ଅଧ୍ୟୟନ କରାଯାଇଥିଲା। ଏହି ଅଧ୍ୟୟନ ୩୦୦୦ ଲୋକଙ୍କ ଉପରେ କରାଯାଇଥିଲା। ଅଧ୍ୟୟନରୁ ଏହା ପ୍ରକାଶ ପାଇଥିଲା ଯେ, ଯେଉଁ ଦମ୍ପତିଙ୍କ ମଧ୍ୟରେ କେବଳ ଗୋଟିଏ ବର୍ଷର ବ୍ୟବଧାନ ରହିଛି, ସେମାନଙ୍କ ମଧ୍ୟରେ ଛାଡପତ୍ର ହେବାର ସମ୍ଭାବନା ମାତ୍ର ତିନି ପ୍ରତିଶତ ଅଟେ। ପାଞ୍ଚ ବର୍ଷର ପାର୍ଥକ୍ୟ ଥିବା ଦମ୍ପତିମାନଙ୍କ ମଧ୍ୟରେ ଅଲଗା ହେବାର ସମ୍ଭାବନା ୧୮ ପ୍ରତିଶତ, ୧୦ ବର୍ଷର ପାର୍ଥକ୍ୟ ଥିବା ଦମ୍ପତିଙ୍କ ମଧ୍ୟରେ ୩୯ ପ୍ରତିଶତ ଏବଂ ୨୦ ବର୍ଷର ପାର୍ଥକ୍ୟ ଥିବା ଦମ୍ପତିଙ୍କ ମଧ୍ୟରେ ୯୫ ପ୍ରତିଶତ ରହିଥାଏ। ଏଥି ସହିତ ସନ୍ତାନ ଜନ୍ମ ପରେ ଛାଡପତ୍ର ହେବାର ସମ୍ଭାବନା ୫୯ ପ୍ରତିଶତ କମିଯାଏ। ଅଧ୍ୟୟନ ଅନୁଯାୟୀ, ବୟସ ବ୍ୟବଧାନ ଯେତେ କମ ରହିବ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ସେତେ ଭଲ ରହିବ ଏବଂ ଛାଡପତ୍ର ହେବାର ସମ୍ଭାବନା ମଧ୍ୟ କମିଯିବ।

ସ୍ୱାମୀ କାହିଁକି ସ୍ତ୍ରୀଠାରୁ ବଡ଼ ହେବା ଉଚିତ୍, ବୈଜ୍ଞାନିକ ତଥ୍ୟ…

ସମସ୍ତ ଅଧ୍ୟୟନରୁ ଜଣାପଡିଛି ଯେ ଝିଅମାନଙ୍କର ମସ୍ତିଷ୍କ ପୁଅମାନଙ୍କ ତୁଳନାରେ ଅଧିକ ପରିପକ୍ୱ ଅଟେ। ଏପରି ପରିସ୍ଥିତିରେ, ଯଦି ପୁଅ ସମାନ ବୟସର ଝିଅ କିମ୍ବା ତାଙ୍କଠାରୁ ବଡ ଝିଅ ସହିତ ବିବାହ କରନ୍ତି, ତେବେ ପତ୍ନୀ ତାଙ୍କ ଅପେକ୍ଷା ମାନସିକ ସ୍ତରରେ ଅଧିକ ପରିପକ୍ୱ ଥାନ୍ତି। ଏଭଳି ପରିସ୍ଥିତିରେ ଉଭୟଙ୍କ ମଧ୍ୟରେ ଅହଂକାର ସମସ୍ୟା ବାରମ୍ବାର ଆସେ। ସେ ତାଙ୍କ ସ୍ୱାମୀଙ୍କ ସମସ୍ତ କଥା ଗ୍ରହଣ କରିବାକୁ ସମର୍ଥ ନଥାନ୍ତି। ସ୍ୱାମୀଙ୍କୁ ଯେଉଁ ସମ୍ମାନ ଦିଆଯିବା ଉଚିତ୍ ତାହା ସ୍ତ୍ରୀ ଦେଇପାରେ ନାହିଁ। ଫଳରେ ଉଭୟଙ୍କ ମଧ୍ୟରେ ଝଗଡା ବୃଦ୍ଧି ପାଏ।

ଏହା ବ୍ୟତୀତ ହରମୋନାଲ ପରିବର୍ତ୍ତନ ହେତୁ, ଗୋଟିଏ ଝିଅ ପୁଅଠାରୁ ଶାରୀରିକ ଭାବରେ ବୟସ୍କ ଦେଖାଯାଏ। ଯଦି ସ୍ତ୍ରୀର ବୟସ ସ୍ୱାମୀ ଅପେକ୍ଷା ଅଧିକ ଦେଖାଗଲେ ସ୍ୱାମୀର ପତ୍ନୀ ପ୍ରତି ଆକର୍ଷିଣ କମିଯାଏ। ଉଭୟଙ୍କ ମଧ୍ୟରେ କୌଣସି ଉପଯୁକ୍ତ ସମନ୍ୱୟ ରହେ ନାହିଁ। ଆମ ସମାଜରେ ଆଜି ବି ଜଣେ ପୁରୁଷ ଉପରେ ପରିବାର ଚଳାଇବା ଦାୟିତ୍ୱ ରହିଛି। ଏଭଳି ପରିସ୍ଥିତିରେ ସମାନ ବୟସର ଦୁଇଜଣ ହେଲେ ସମ୍ମାନର ଅଭାବ ଦେଖାଯାଏ। ଏଥି ସହିତ ବ୍ୟକ୍ତି ଜଣକ ନିଜର ଦାୟିତ୍ୱକୁ ମଧ୍ୟ ସମ୍ପୂର୍ଣ୍ଣ ରୂପେ ତୁଲାଇ ପାରେ ନାହିଁ। ତେଣୁ, ଯଦି ପୁରୁଷଙ୍କ ବୟସ ମହିଳାଙ୍କ ତୁଳନାରେ ଅଧିକ ଥାଏ ତେବେ ଉଭୟଙ୍କ ଭିତରେ ଭଲ ସମନ୍ୱୟ ହୁଏ। ପରସ୍ପରକୁ ସମ୍ମାନ ଦିଅନ୍ତି, ଉଭୟଙ୍କ ପ୍ରତି ଆକର୍ଷଣ ରହିଥାଏ ଏବଂ ସମ୍ପର୍କ ମଜବୁତ ହୁଏ।

Leave A Reply

Your email address will not be published.