Latest Odisha News

BREAKING NEWS

ମାର୍ଚ୍ଚ ୨୦୨୩ ସୁଦ୍ଧା ନୂଆ ବସ ଟର୍ମିନାଲ

ଭୁବନେଶ୍ୱର: ବରମୁଣ୍ଡା ସ୍ଥିତ ଆନ୍ତ ରାଜ୍ୟ ବସ ଟର୍ମିନାଲର ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଛନ୍ତି  5T ସଚିବ ଭି. କେ. ପାଣ୍ଡିଆନ  ।

ଭୁବନେଶ୍ୱର ସ୍ଥିତ ବରମୁଣ୍ଡା ଆନ୍ତ ରାଜ୍ୟ ବସ ଟର୍ମିନାଲରେ ପ୍ରତିଦିନ  ରାଜ୍ୟର ବିଭିନ୍ନ ଅଞ୍ଚଳ କୁ ଶହ ଶହ ବସ  ଚଳା ଚଳ  ହୋଇଥାଏ  । ଏହା ଏକ ବ୍ୟସ୍ତ ବସ ଟର୍ମିନାଲର ହୋଇଥିବାରୁ  ଯାତ୍ରୀଙ୍କ ସୁବିଧା, ନିରାପତ୍ତା ତଥା  ଆବଶ୍ୟକତା କୁ ଦୃଷ୍ଟିରେ ରଖି ଏହି ବସ ଟର୍ମିନାଲର ବିକାଶ କାର୍ଯ୍ୟ ଚାଲୁଛି  ।

ଯାତ୍ରୀଙ୍କ ସୁବିଧା କୁ ଦୃଷ୍ଟିରେ ରଖି ୧୮୦ କୋଟି ଟଙ୍କା ବ୍ୟୟ ରେ ୧୧.୮୪ ଏକର  ଜମି  ଉପରେ  ନିର୍ମିତ  ଆନ୍ତ ରାଜ୍ୟ ବସ ଟର୍ମିନାଲର  ପାର୍କିଙ୍ଗ  ଏଟିଏମ , ଫୁଡ କୋର୍ଟ , ରେଷ୍ଟ୍ରୁରାଣ୍ଟ ସହ ଅତ୍ୟାଧୁନିକ ବ୍ୟବସ୍ଥା କରାଯାଉଛି  ।

ମୁଖ୍ୟମନ୍ତ୍ରୀ ନବୀନ ପଟନାୟକଙ୍କ ନିର୍ଦେଶ ଅନୁଯାୟୀ  5T ଉପକ୍ରମରେ ଏହି ବସ ଟର୍ମିନାଲର ର ବିକାଶ କାର୍ଯ୍ୟ ଆଗେଇ ଚାଲିଛି । ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦେଶ କ୍ରମେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା  5T ସଚିବ ଭି .କେ. ପାଣ୍ଡିଆନ ବରମୁଣ୍ଡା ଯାଇ ଆନ୍ତ ରାଜ୍ୟ ବସ ଟର୍ମିନାଲର  ଓ ବସ  ଡିପୋ କାମର  ଅଗ୍ରଗତି  ସମୀକ୍ଷା  କରିଥିଲେ  । ଏହି ସମୟରେ ବିଡିଏ ଉପାଧ୍ୟାକ୍ଷ  ଶ୍ରୀ ସଞ୍ଜୟ  ସିଂହଙ୍କ ଉପସ୍ଥିତ ଥିଲେ  । ଏହି ଵସ  ଡିପୋ କାମ ସମ୍ପୂର୍ଣ୍ଣ ହୋଇଥିବା ବେଳେ ଆନ୍ତ ରାଜ୍ୟ ବସ ଟର୍ମିନାଲର  କାମ ର ଅଗ୍ରଗତି  ସନ୍ତୋଷ ଜନକ ରହିଁଛି  । 5T ସଚିବ ଭି .କେ. ପାଣ୍ଡିଆନ  ଏହି କାର୍ଯ୍ୟର  ଅଗ୍ରଗତି  ସମୀକ୍ଷା  କରିବା ସହ  ଆସନ୍ତା ମାର୍ଚ୍ଚ ୨୦୨୩ ସୁଦ୍ଧା କାମ  ଶେଷ  କରିବାକୁ  ସେ ନିର୍ଦେଶ ଦେଇଥିଲେ ।

 

 

 

 

Leave A Reply

Your email address will not be published.