Latest Odisha News

BREAKING NEWS

ଫିଲ୍ମ ‘ଆନିମଲ’ ଦେଖି ଭାବବିହ୍ୱଳ ହେଲେ ମା’ ପ୍ରକାଶ କୌର, ପୁଅ ବବିଙ୍କୁ କହିଲେ ଏପରି କିଛି ….

ମୁମ୍ବାଇ: ନିକଟରେ ରିଲିଜ୍ ହୋଇଥିବା ବଲିଉଡ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ ବର୍ତ୍ତମାନ ବକ୍ସ ଅଫିସରେ ଧୁମ୍ ମଚଉଛି । ଏହି ଫିଲ୍ମ ରିଲିଜ ହେବାର 6 ଦିନ ମଧ୍ୟରେ ୩ ଶହ କୋଟି ଟଙ୍କା ପାର କରିଛି । ଲୋକମାନେ ଫିଲ୍ମ ଆନିମଲ କୁ ବହୁତ ପସନ୍ଦ କରିଛନ୍ତି । ରଣବୀର କପୁରଙ୍କ ଦମଦାର ଅଭିନୟ ସହିତ ଦର୍ଶକ ଫିଲ୍ମରେ ନେଗେଟିଭ ରୋଲରେ ଅଭିନୟ କରୁଥିବା ବବି ଦେଓଲଙ୍କୁ ମଧ୍ୟ ବେଶ୍ ପ୍ରଶଂସା କରିଛନ୍ତି ।

ଆନିମଲ ଫିଲ୍ମରେ ଜଣେ ମୂକ ଭିଲେନ୍ ଭୂମିକାରେ ଅଭିନୟ କରିବା ସତ୍ତ୍ବେ ବବି ଦେଓଲ୍ ତାଙ୍କ ଅଭିନୟରେ ଦର୍ଶକମାନଙ୍କୁ ପ୍ରଭାବିତ କରିଛନ୍ତି । ଫିଲ୍ମରେ ବବି ଦେଓଲଙ୍କ ଭୂମିକା ବହୁତ କମ୍ ସମୟ ରହିଛି ସତ, କିନ୍ତୁ ସେ ନିଜର ଦମଦାର ଅଭିନୟ ସହିତ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି । ଉଭୟ ରଣବୀର କପୁର ଏବଂ ବବି ଦେଓଲଙ୍କ ଭୟଙ୍କର ଲୁକ୍ କୁ ଦର୍ଶକ ବେଶ୍ ପସନ୍ଦ କରୁଛନ୍ତି ।

ତେବେ ଏକ ସାକ୍ଷାତକାର ସମୟରେ ବବି ଦେଓଲଙ୍କ ଫିଲ୍ମ ‘ଆନିମଲ’ ଦେଖିବା ପରେ ବବି ଙ୍କ ମାଆ ପ୍ରକାଶ କୌର କିପରି ପ୍ରତିକ୍ରିୟା ରଖିଥିଲେ ତାହା ସେ ପ୍ରକାଶ କରିଛନ୍ତି । ବବି ଦେଓଲ କହିଛନ୍ତି ଯେ, ଫିଲ୍ମରେ ତାଙ୍କର ମୃତ୍ୟୁ ର ଦୃଶ୍ୟ ଦେଖିବା ପରେ ତାଙ୍କ ମା ତାଙ୍କୁ କହିଥିଲେ ଯେ, ମୁଁ ଏହିପରି ସିନ୍ ଦେଖିପାରିବି ନାହିଁ । ଆଉ ବବିଙ୍କୁ ଏପରି ଫିଲ୍ମ ନକରିବାକୁ କହିଥିଲେ, । ଏହା ପରେ ବବି ଦେଓଲ ତାଙ୍କ ମାଙ୍କୁ ବୁଝାଇଥିଲେ ଯେ ଏହା ଫିଲ୍ମର ଏକ ଦୃଶ୍ୟ ଏବଂ ବାସ୍ତବ ଜୀବନରେ ତାଙ୍କ ସହିତ କିଛି ଘଟି ନଥିଲା । ମୁଁ ତୁମ ସାମ୍ନାରେ ସମ୍ପୂର୍ଣ୍ଣ ସୁସ୍ଥ ଭାବେ ଠିଆ ହୋଇଛି । ବବି ଦେଓଲ ଆହୁରି କହିଛନ୍ତି- ଆନିମଲରେ ମୋର ଅଭିନୟ ଦେଖିବା ପରେ ମା ମଧ୍ୟ ବହୁତ ଖୁସି ଅଛନ୍ତି । ମା କହିଛନ୍ତି ଯେ ତାଙ୍କର ସମସ୍ତ ସାଙ୍ଗ ମୋତେ ଭେଟିବାକୁ ଚାହୁଁଛନ୍ତି ।

ତେବେ ଫିଲ୍ମଟି ଡିସେମ୍ବର 1 ତାରିଖରେ ରିଲିଜ ହୋଇଥିବାବେଳେ, ଏହା ବକ୍ସ ଅଫିସରେ ଧୁମ୍ ମଚଉଛି । ଆଉ ଏହାକୁ ଦର୍ଶକମାନଙ୍କ ପକ୍ଷରୁ ଜବରଦସ୍ତ ରେସପନ୍ସ ମିଳିଛି । ଏହି ଫିଲ୍ମ ସାହାରୁଖ ଖାନଙ୍କ ପଠାନ୍ ଓ ଯବାନ ର ରେକର୍ଡ ଭାଙ୍ଗିଛି ।

 

Leave A Reply

Your email address will not be published.