Latest Odisha News

ଦ୍ଵିତୀୟ ବିଳାଶୁଣୀ ମହୋତ୍ସବ ଉଦଯାପିତ

କଟକ : ଭଲ୍ୟୁଣ୍ଟାରୀ ଏମ୍ପ୍ପୱାରମେଣ୍ଟ ଡେଭେଲପମେଣ୍ଟ ଏଣ୍ଡ ଆକ୍ସନ(ବେଦା) ଦ୍ବାରା ପ୍ରତିଷ୍ଠିତ ସାମାଜିକ ଉନ୍ନୟନ ପରିଷଦ, ବିଳାଶୁଣୀ ଆନୁକୂଲ୍ୟରେ କଟକ ଜିଲ୍ଲାର ନିଆଳି ବ୍ଲକ ଅନ୍ତର୍ଗତ ବିଳାଶୁଣୀ ଗ୍ରାମରେ ତିନିଦିନିଆ ଦ୍ବିତୀୟ ବିଳାଶୁଣୀ ମହୋତ୍ସବ ମହା ସମାରୋହରେ ସମାପ୍ତ ହୋଇଯାଇଛି।ଏହି କ୍ରୀଡା, ଆଧ୍ୟାତ୍ମିକ ଓ ସାଂସ୍କୃତିକ ମହାକୁମ୍ଭରେ ପ୍ରାୟ ଦଶ ହଜାର ସ୍ଥାନୀୟ ବାସିନ୍ଦା ଯୋଗ ଦେଇଥିବା ଦେଖାଯାଇଥିଲା । ଏହି ଅବସରରେ ମହୋତ୍ସବର ସ୍ମରଣିକାକୁ ଅତିଥିମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା । ଏହା ସହ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପ୍ରଦାନ କରିଥିବା ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଦ୍ଵିତୀୟ ବିଳାଶୁଣୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।

ଜୀବନ ତମାମ ସାଧନା ପାଇଁ ପ୍ରଶାନ୍ତ ନନ୍ଦଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା। ଉତ୍କୃଷ୍ଟ ପ୍ରଶାସନିକ ସେବା ପାଇଁ ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ ଏବଂ ଶ୍ରୀ ମନ୍ଦିରର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ଚଳିତ ବର୍ଷର ବିଳାଶୁଣୀ ସମ୍ମାନ ଲାଭ କରିଛନ୍ତି। ଅନ୍ୟାନ୍ୟ ପୁରସ୍କୃତ ପ୍ରତିଭା ମାନଙ୍କ ମଧ୍ୟରେ ବିଜୟ ଜେନା, ବିପିନ ବିହାରୀ ମିଶ୍ର, କ୍ଷୀରୋଦ କୁମାର ଜେନା,ରବି ମହାପାତ୍ର ,ଜୀତେନ୍ଦ୍ର କୁମାର ନାୟକ, ପ୍ରଭାସ କୁମାର ପ୍ରଧାନ, ଅଭିନ୍ନ କୁମାର ହୋତା, କୃପାନିଧୀ ବିଶ୍ଵାଳ, ସୁକାନ୍ତି ରାଉତ, ପୁଷ୍ପାଞ୍ଜଳି ବାରିକ, ପ୍ରତିଭା ପଣ୍ଡା, ଅନୁଶ୍ରୀ ଦାଶ, ଭୀଷ୍ମ ପ୍ରସାଦ ରଥ, ଅନନ୍ତ ଚରଣ ଖଟେଇ, ମୀନା କୁମାରୀ ପ୍ରଧାନ, ସବ୍ୟସାଚୀ ମିଶ୍ର, ଭଗବାନ ହରିହର ପଣ୍ଡା, ସୁରେନ୍ଦ୍ର ନାଥ ମହାପାତ୍ର, ବଂଶୀଧର ଜେନା, ସତ୍ୟବ୍ରତ ମହାପାତ୍ର, ପୂର୍ଣ୍ଣେନ୍ଦୁ କୁମାର ବେହେରା, ଲମ୍ବୋଦର ରାଉତ, କୁଳମଣି ବିଶ୍ଵାଳ,କମଳ କୁମାର, ଲଭଲୀନ ମହାପାତ୍ର, ରମେଶ ବାରିକ ଓ ମହେଶ୍ୱର ମହାନ୍ତିଙ୍କୁ ସମ୍ମାନିତ କରାଯାଇଥିଲା ।

 

ପ୍ରଖ୍ୟାତ ଆଧ୍ୟାତ୍ମିକ ପ୍ରବଚକ ପଣ୍ଡିତ କାଶୀନାଥ ମିଶ୍ର ଦୁଇ ଦିନ ଧରି ମାଳିକାର ମାହାତ୍ମ୍ୟ ଏବଂ ଅଲୌକିକତା ତଥା ଶ୍ରମଦ ଭାଗବତର ଗୂଢ ରହସ୍ୟ ଓ ସାର ତତ୍ତ୍ୱ ସମ୍ପର୍କରେ ବିସ୍ତୃତ ଭାବେ ବାଖ୍ୟାନ କରିଥିଲେ।ମହୋତ୍ସବର ପ୍ରଥମ ଓ ଦ୍ଵିତୀୟ ସନ୍ଧ୍ୟାରେ ପଣ୍ଡିତ ମିଶ୍ରଙ୍କର ଓଜସ୍ୱିନୀ ଅଭିଭାଷଣ ଶ୍ରୋତାମାନଙ୍କୁ ମୁଗ୍ଧ କରିଥିଲା । ଉଭୟ ଦିନ ସନ୍ଧ୍ୟାରେ ପ୍ରବଚନ ସହିତ ଆୟୋଜିତ ଭଜନ ସମାରୋହରେ ବିଖ୍ୟାତ କଣ୍ଠ ଶିଳ୍ପୀ ସୁବାଷ ଦାସ, ସୁନାମଧନ୍ୟା ଗାୟିକା ଅନୁସୟା ନାଥ, ଶୈଳଭାମା ମହାପାତ୍ର ଓ ରବୀନ୍ଦ୍ର ମହାପାତ୍ର ପ୍ରମୁଖ ମର୍ମସ୍ପର୍ଶୀ ଭକ୍ତି ସଂଗୀତମାନ ପରିବେଷଣ କରିଥିଲେ । ଏହା ସହ ପାରଦର୍ଶି ସେବା ପାଇଁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିବା ବ୍ୟକ୍ତି ବିଶେଷ ଙ୍କ ମଧ୍ୟରେ ଭରଦ୍ୱାଜ ମିଶ୍ର, ଘନଶ୍ୟାମ ବିଶ୍ଵାଳ, ପ୍ରମୋଦ ରାଉତରାୟ, ଶାଶ୍ୱତୀ ପତି,ଜ୍ଞାନାନନ୍ଦ ସାହୁ,କାର୍ତ୍ତିକ ଚନ୍ଦ୍ର ଷଡ଼ଙ୍ଗୀ,ମଦନମୋହନ ଜେନା, ମୁରଲୀଧର ଜେନା, ରଞ୍ଜନ ପ୍ରଧାନ ଓ ସୁକାନ୍ତ ବିଶ୍ଵାଳଙ୍କୁ ମଧ୍ୟ ସମ୍ମାନିତ କରାଯାଥିଲା ।

ଚଳିତ ବର୍ଷର ବିଳାଶୁଣୀ ମହୋତ୍ସବର ବିଶେଷ ଆକର୍ଷଣ ମହାଦେବ ମହାପାତ୍ର ସ୍ମାରକୀ ଆନ୍ତଃ ଜିଲ୍ଲା ଫୁଟବଲ ପ୍ରତିଯୋଗିତା ଥିଲା।ଏଥିରେ କଟକ, ଖୋର୍ଦ୍ଧା, କେନ୍ଦ୍ରାପଡା, ଢେଙ୍କାନାଳ, ବଲାଙ୍ଗୀର, ସମ୍ବଲପୁର, ସୁନ୍ଦରଗଡ ଓ ଦେବଗଡ଼ ଆଦି ଜିଲ୍ଲାର ଆଠଟି ଅଗ୍ରଣୀ ଫୁଟବଲ ଟିମ ଭାଗ ନେଇଥିଲେ।ପ୍ରତିଯୋଗିତାରେ ବଲାଙ୍ଗୀର ଟିମ ବିଜୟୀ ହୋଇ ଚମ୍ପିୟାନ ବନିଥିବା ବେଳେ ଦେବଗଡ଼ ଟିମ ରନର୍ସଅପ୍ ହୋଇଥିଲା।

 

ଏହି ମହୋତ୍ସବର ସମାପନ ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ କ୍ରୀଡ଼ା, ଯୁବ ବ୍ୟାପାର, ଇଲକ୍ଟ୍ରୋନିକ୍ସ, ଆଇ ଟି ଓ ଗୃହ ରାଜ୍ୟ ମନ୍ତ୍ରୀ ତୁଷାରକାନ୍ତି ବେହେରା ଗ୍ରାମାଞ୍ଚଳରେ ଏଭଳି ଅନନ୍ୟ ମହୋତ୍ସବ ଆୟୋଜନ କରାଯିବାର ସାଧୁ ପ୍ରୟାସ କୁ ଭୁୟସୀ ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥି ରାଜ୍ୟ କ୍ରୀଡା ବିଭାଗର ଯୁଗ୍ମ ସଚିବ ଶୈଳେନ୍ଦ୍ର ଜେନା, ସ୍ଥାନୀୟ ସାଂସଦ ରାଜଶ୍ରୀ ମଲ୍ଲିକ ଓ ବିଧାୟକ ପ୍ରମୋଦ କୁମାର ମଲ୍ଲିକ ଷ୍ଟାଡିଅମ ନିର୍ମାଣ ନେଇ ଆବଶ୍ୟକୀୟ ସମ୍ବଳ ଉପଲବ୍ଧ କରିବାରେ ସହଯୋଗ କରିବେ ବୋଲି ଘୋଷଣା କରିଥିଲେ। ସେହିପରି ଦ୍ଵିତୀୟ ଦିବସରେ ସମ୍ମାନୀୟ ଅତିଥି ଭାବରେ ସାମିଲ ହୋଇ ଅଭିନେତା ତଥା ସାଂସଦ ପ୍ରଶାନ୍ତ ନନ୍ଦ, ବିଳାଶୁଣୀକୁ ଏକ ଆଦର୍ଶ ଓ ସ୍ମାର୍ଟ ଗ୍ରାମ ଭାବରେ ଗଢିତୋଳିବାର ପ୍ରଚେଷ୍ଟାକୁ ସ୍ୱାଗତ ଜଣାଇଥିଲେ। ଶୋଭନୀୟ ଆନ୍ଦୋଳନର ନିର୍ଦ୍ଦେଶୀକା ଅରୁନ୍ଧତୀ ଦେବୀ, ବିଳାଶୁଣୀ ଭଳି ଗ୍ରାମରେ ଏଭଳି ବିଶାଳ ମହୋତ୍ସବର ଆୟୋଜନ ତୃଣମୂଳ ସ୍ତରରେ ସଦ୍ଭାବନା ଓ ସଂସ୍କୃତିକୁ ସୁଦୃଢ କରିବାରେ ସହାୟକ ହେବ ବୋଲି ମତବ୍ୟକ୍ତ କରିଥିଲେ।

 

ତିନି ଦିନର ସଭାରେ ସଭାପତିତ୍ୱ କରି ମୁଖ୍ୟ ଆୟୋଜକ ଓ ସାମାଜିକ ଉନ୍ନୟନ ପରିଷଦର ସଭାପତି ବଦ୍ରୀ ମହାପାତ୍ର ବିଳାଶୁଣୀକୁ ଏକ ସ୍ୱୟଂ ସମ୍ପନ୍ନ ଓ ସର୍ବସମୃଦ୍ଧ ଗ୍ରାମରେ ପରିଣତ କରିବା ପାଇଁ ସମସ୍ତଙ୍କର ସାହାଯ୍ୟ ସହଯୋଗ କାମନା କରିଥିଲେ। ଅନ୍ୟ ନିମନ୍ତ୍ରିତ ଅତିଥିମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ପଞ୍ଚାନନ କାନୁନଗୋ, ରାଜ୍ୟ ସୂଚନା କମିଶନର ସୁଶାନ୍ତ କୁମାର ମହାନ୍ତି, ୱାଲର୍ଡ଼ ଓଡ଼ିଶା ସୋସାଇଟିର ଭାରତୀୟ ଅଧ୍ୟାୟର ସଭାପତି ବିପିନ ମିଶ୍ର,ବିଶ୍ୱ ମାନବ ଅଧିକାର ସୁରକ୍ଷା ସଙ୍ଗଠନର ସଭାପତି ଅଭିନ୍ନ ହୋତା,ମୁମ୍ବଇ ସ୍ଥିତ ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠାତା ଭଗବାନ ହରିହର ପଣ୍ଡା, ନିଆଳୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ଉମେଶ ଚନ୍ଦ୍ର ବେହେରା, ବିଳାଶୁଣୀ ଗ୍ରାମ ପଞ୍ଚାୟତର ସରପଞ୍ଚ ସବିତା ନନ୍ଦ ଓ ପଞ୍ଚାୟତ ସମିତି ସଭ୍ୟ ସମ୍ପଦ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.