Latest Odisha News

ଜିତିବା ପରେ ବିଜେପିକୁ ଫେରିଲେ ସ୍ୱାଧୀନ ବିଧାୟକ ହିମାଂଶୁ ଶେଖର ସାହୁ

ଭୁବନେଶ୍ବର: ଘର ବାହୁଡା ହେଲେ ହିମାଂଶୁ । ଧର୍ମଶାଳାରୁ ସ୍ୱାଧୀନ ଭାବେ ବିଜୟୀ ହୋଇଥିବା ବିଧାୟକ ହିମାଂଶୁ ଶେଖର ସାହୁ ପୁଣି ବିଜେପିରେ ଯୋଗଦେଇଛନ୍ତି । ବିଜେପି ରାଜ୍ୟ କାର୍ଯ୍ୟାଳୟରେ ପହଞ୍ଚି ଆନୁଷ୍ଠାନିକ ଭାବେ ଦଳରେ ସାମିଲ ହୋଇଛନ୍ତି ହିମାଂଶୁ ।

ସୂଚନାଯୋଗ୍ୟ, ନିର୍ବାଚନର କିଛି ମାସ ପୂର୍ବରୁ ବିଜେପିରେ ସାମିଲ ହୋଇଥିଲେ ହିମାଂଶୁ । କିନ୍ତୁ ଦଳ ତାଙ୍କୁ ଟିକେଟ ଦେଇନଥିଲା ଯେଉଁକାରଣରୁ ସେ ସ୍ୱାଧୀନ ଭାବେ ଲଢିବାକୁ ନିଷ୍ପତ୍ତି ନେଇଥିଲେ । ଦଳର ନିଷ୍ପତ୍ତି ବିରୋଧରେ ଯାଇ ସେ ନିର୍ବାଚନ ଲଢିଥିବାରୁ ବିଜେପିରୁ ତାଙ୍କୁ ନିଲମ୍ବନ କରାଯାଇଥିଲା ।

ହିମାଂଶୁ ବିଜେଡିର ହେଭିୱେଟ ନେତା ପ୍ରଣବ ବଳବନ୍ତରାୟ ବିପକ୍ଷରେ ସ୍ୱାଧୀନ ଭାବେ ଲଢି ତାଙ୍କୁ ୪ ହଜାର ୧୫୦ ଭୋଟ୍ ରେ ମାତ୍ ଦେଇଥିଲେ । ବିଜୟୀ ହେବା ପରେ ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଭେଟିଛନ୍ତି ହିମାଂଶୁ ଶେଖର ସାହୁ । ତେବେ ସେ ବିଜେପିରେ ରହି କାର୍ଯ୍ୟ କରିବେ ବୋଲି କହିଛନ୍ତି ।

ତେବେ ହିମାଂଶୁଙ୍କ ଯୋଗଦାନ ପରେ ବିଜେପିର ବିଧାୟକଙ୍କ ସଂଖ୍ୟା ୭୯କୁ ବୃଦ୍ଧି ପାଇଛି ।

Leave A Reply

Your email address will not be published.