Latest Odisha News

BREAKING NEWS

ରାଜ୍ୟ କ୍ୟାବିନେଟ୍ ବୈଠକରେ ୨୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମୋହର

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ୍ ବୈଠକ ବହୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ନବୀନଙ୍କ କ୍ୟାବିନେଟ୍ ୨୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି । ବୟନଶିଳ୍ପ, କୌଶଳ ବିକାଶ ଓ ବୈଷୟିକ ଶିକ୍ଷା, ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି, ଚାଷ ଓ କୃଷକ ଶସକ୍ତିକରଣ, ସମବାୟ, ଅର୍ଥ, ଜଙ୍ଗଲ ଓ ପରିବେଶ, ସାଧାରଣ ଅଭିଯୋଗ ଓ ପ୍ରଶାସନ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଉଚ୍ଚଶିକ୍ଷା ବିଭାଗ, ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ଏବଂ ସଂସଦୀୟ ବ୍ୟାପାର ବିଭାଗ ସହ ସଂଶ୍ଲିଷ୍ଟ ପ୍ରସ୍ତାବକୁ କ୍ୟାବିନେଟରେ ଅନୁମୋଦନ ମିଳିଛି ।

୧୪ଟି ବିଭାଗର ୨୭ଟି ପ୍ରସ୍ତାବକୁ କ୍ୟାବିନେଟ ମୋହର ମାରିଛି । ଓଡ଼ିଶା ହସ୍ତଶିଳ୍ପ ସେବା ନିୟମ-୨୦୨୧କୁ କ୍ୟାବିନେଟ ମଞ୍ଜୁରୀ ମିଳିଛି । ଏଣିକି ବୟନ ଓ ହସ୍ତଶିଳ୍ପ ବିଭାଗରେ କାମ କରିବେ ଗ୍ରୁପ‌-ଏ ଓ ବି କର୍ମଚାରୀ । ଶିଳ୍ପ ବିଭାଗରେ ଥିବା ହସ୍ତଶିଳ୍ପ ଏବେ ବୟନ ଶିଳ୍ପ ବିଭାଗରେ କାମ କରୁଛି । ବରଗଡ଼ରେ ଗଙ୍ଗାଧର ଉଠାଜଳସେଚନ ପ୍ରକଳ୍ପ ପାଇଁ ଟେଣ୍ଡରକୁ ଅନୁମୋଦନ କରିଛି କ୍ୟାବିନେଟ୍ । ୩୪.୧୦ କିମିର କେନାଲ ପାଇଁ ଖର୍ଚ୍ଚ ହେବ ୩୪୦.୩୬ କୋଟି ଟଙ୍କା ।

Leave A Reply

Your email address will not be published.