Latest Odisha News

BREAKING NEWS

ଶିମିଳିପାଳରେ ପୁଣି ଏକ ହାତୀର ମୃତ୍ୟୁ; କାରଣ ଅସ୍ପଷ୍ଟ

ବାଙ୍ଗିରିପୋଷି: ରାଜ୍ୟରେ ହାତୀ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । କିଛି ଦିନ ବ୍ୟବଧାନରେ ଶିମିଳିପାଳରେ ପୁଣି ଏକ ହାତୀର ମୃତଦେହ ଠାବ ହୋଇଛି । ବାଙ୍ଗିରିପୋଷି ରେଞ୍ଜ ଅଧୀନ ବାଲିଆଢିପା ନିକଟରେ ଆଜି ଏକ ମାଈ ହାତୀର ମୃତଦେହ ଠାବ କରିଛି ବନ ବିଭାଗ ।

ତେବେ ମାଈ ହାତୀ ଟିର ମୃତ୍ୟୁର କାରଣ ଜଣା ପଡିନାହିଁ । ଘଟଣା ସ୍ଥଳରେ ବନ ବିଭାଗ ଅଧିକାରୀ ପହଞ୍ଚି ହାତୀର ମୃତ୍ୟୁ କେବେ ଆଉ କିପରି ହୋଇଛି ତାହାକୁ ନେଇ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.