Latest Odisha News

BREAKING NEWS

[ଭିଡ଼ିଓ] ପୁରୀରେ ପୁଣି ଆରମ୍ଭ ହୋଇଛି ଉଚ୍ଛେଦ

ପୁରୀ: ପୁରୀରେ ପୁୂଣି ଆରମ୍ଭ ହୋଇଛି ଉଚ୍ଛେଦ। ଶ୍ରୀମନ୍ଦିର ଚତୁର୍ପାଶ୍ୱ ହେରିଟେଜ କରିଡରରେ ପୁଣି ଉଚ୍ଛେଦ ଅଭିଯାନ ଆରମ୍ଭ କରଯାଇଛି। ଜିଲ୍ଲାପାଳ ଓ ଉପଜିଲ୍ଲାପାଳଙ୍କ ଉପସ୍ଥିତିରେ ପଶ୍ଚିମ ଦ୍ୱାରରେ ଥିବା କୋଠା ଗୁଡିକର ଭଙ୍ଗା କାର୍ଯ୍ୟ ଆରମ୍ଭ ହୋଇଛି ।

ପୂର୍ବରୁ ୯୫ ପ୍ରତିଶତ ଅଂଚଳରୁ ଉଛେଦ କାର୍ଯ୍ୟ ଶେଷ ହୋଇଥିଲା । ଅନେକ ଗୁଡିଏ ନିର୍ମାଣ ଉଛେଦକୁ ନେଇ କୋର୍ଟରେ ମାମଲା ଚାଲିଥିବାରୁ ଏଗୁଡିକୁ ଭଙ୍ଗାଯାଇ ପାରିନଥିଲା । ଜମି ଅଧିଗ୍ରହଣ ଆଇନ୍ ଅନୁଯାୟୀ କ୍ଷତିପୂରଣ ରାଶି ପ୍ରଶାସନ ତରଫରୁ ସରକାରଙ୍କ ନିକଟରେ ଜମା ଦେଇ ଆଜିଠାରୁ ପୁଣି ଉଛେଦ କାର୍ଯ୍ୟ ଆରମ୍ଭ ହୋଇଛି ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଗତ ନଭେମ୍ବର ୨୪ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ । ଜମି ଅଧିଗ୍ରହଣ ସମ୍ପୂର୍ଣ୍ଣ ହେବା ପରେ ପୁଣିଥରେ ଖୁବଶୀଘ୍ର ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ଆରମ୍ଭ କରାଯିବ । ଟାଟା ପ୍ରୋଜେକ୍ଟ ଦ୍ବାରା ଏହି ନିର୍ମାଣ କାର୍ଯ୍ୟ ଦେଢବର୍ଷ ଅବଧି ମଧ୍ୟରେ ଶେଷ ହେବାକୁ ଲକ୍ଷ ରଖାଯାଇଛି ।

ଆଜିର ଏହି ଉଛେଦ କାର୍ଯ୍ୟରେ ୫ ପ୍ଲାଟୁନ ପୋଲିସ ଫୋର୍ସ ସହ ବିଭିନ୍ନ ଥାନା ଅଧିକାରୀ, ଅଗ୍ନିଶମ ବାହିନୀ ଉପସ୍ଥିତ ଥିଲେ।

Comments are closed.