Latest Odisha News

BREAKING NEWS

ପୁଣି ସାଲିଆ ସାହିରେ ଠାବ ହେଲା ଶହ ଶହ ମଦ ପୋଚ

ଭୁବନେଶ୍ବର: ପୁଣି ସାଲିଆ ସାହିରେ ଶହ ଶହ ଲିଟର ଦେଶୀ ମଦ ଠାବ କଲା ଅବକାରୀ ବିଭାଗ । ସାଲିଆସାହି ନୀଳଚକ୍ର ନଗରରେ ଆଜି ଅବକାରୀ ବିଭାଗର ରେଡ୍‌ ପରେ ପାଖାପାଖି ୫ ହଜାର ଲିଟର ପୋଚ ନଷ୍ଟ କରିବା ସହିତ ଦେଶୀ ମଦ ଜବତ  ହୋଇଛି । ଏଥିସହିତ ଏହି ମାମଲାରେ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଜଣେ ଫେରାର ରହିଥିବା ସୂଚନା ଦେଇଛନ୍ତି ଅବକାରୀ ବିଭାଗ ପୋଲିସ୍ ।

ଏହାସହିତ ଗତକାଲି ମୟୂରଭଞ୍ଜରୁ ଦେଶୀ ମଦ ନେଇ ଆସୁଥିବା ଏକ କାର୍ ଅବକାରୀ ବିଭାଗ ଜବତ କରିବା ପରେ ଏହାର ଲିଙ୍କ୍ ନେଇ ପୁଣି ସାଲିଆ ସାହିରେ ଚଢାଉ ଆରମ୍ଭ କରିଥିଲା ଅବକାରୀ ପୋଲିସ୍ ।

ତେବେ ଏହି ଗତ ମାସରେ ସାଲିଆ ସାହିରେ ଅବକାରୀ ପୋଲିସର ଚଢାଉ ପରେ ଶହ ଶହ ଲିଟର ପୋଚ ସହ ଦେଶୀ ମଦ ଭାଟି ଜବତ ହୋଇଥିଲା । ମଦ ଭାଟିରେ ଜେସିବି ଚଳାଇଥିଲା ଅବକାରୀ ପୋଲିସ୍ ।

Leave A Reply

Your email address will not be published.