Latest Odisha News

ପୁଣି ଆସନ୍ତାକାଲି ରାହୁଲ ଗାନ୍ଧିଙ୍କୁ ଜେରା କରିବ ଇଡି

ନୂଆଦିଲ୍ଲୀ: ଆସନ୍ତାକାଲି ପୁଣି ରାହୁଲ ଗାନ୍ଧିଙ୍କୁ ଜେରା କରିବ ଇଡି  ।  ନ୍ୟାସନାଲ ହେରାଲ୍ଡ ମାମଲାରେ ଲଗାତାର ଦ୍ୱିତୀୟ ଦିନ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ଆଠ ଘଂଟାରୁ ଅଧିକ ସମୟ ପଚରାଉଚରା କରିଛି ।  ସୋମବାର, ଇଡି ଦୁଇଟି ପର୍ଯ୍ୟାୟରେ 10 ଘଣ୍ଟା ଧରି ପଚରାଉଚରା କରିଥିଲା ​​| ଏଥିସହିତ ଆଜି ପ୍ରାୟ 8 ଘଣ୍ଟା ଧରି ପଚରାଉଚରା ଚାଲିଛି।
ରାହୁଲ ମଙ୍ଗଳବାର ସକାଳେ ଅନୁସନ୍ଧାନ ଏଜେନ୍ସିରେ ହାଜର ହୋଇଥିଲେ। ଏବଂ ତାଙ୍କୁ ଏହି ମାମଲା ସହ ଜଡିତ ଅନେକ ପ୍ରଶ୍ନ ପଚାରିଥିଲା ଇଡି । ତେବେ ଇଡିକୁ ଅନେକ ପ୍ରଶ୍ନର ଉତ୍ତର ଦେବାରେ ସଂକୋଚ କରୁଛନ୍ତି ରାହୁଲ , ଏହାହିଁ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ସୂଚନା ଅନୁସାରେ ରାହୁଲ ଅନେକ ପ୍ରଶ୍ନର ଉତ୍ତରକୁ ଜାଣିଶୁଣି ଦେଉନାହାଁନ୍ତି । ଅବଶ୍ୟ  ଏହି ସମୟରେ ତାଙ୍କ ଭଉଣୀ ତଥା କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ମଧ୍ୟ ତାଙ୍କ ସହ ଥିଲେ।
ସେପଟେ ଦିଲ୍ଲୀରେ କଂଗ୍ରେସ ନେତାମାନେ ଇଡି ବିରୋଧରେ ପ୍ରଦର୍ଶନ କରୁଛନ୍ତି ।  ପ୍ରଦର୍ଶନକୁ ଦୃଷ୍ଟିରେ ରଖି ଇଡି ମୁଖ୍ୟାଳୟ ପରିସରରେ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଇଡି ମୁଖ୍ୟାଳୟକୁ ଯାଉଥିବା ସମସ୍ତ ରାସ୍ତା ବ୍ୟାରିକେଡ୍ ହୋଇଛି ।  କଂଗ୍ରେସର ପ୍ରଦର୍ଶନ ରାହୁଲ ଗାନ୍ଧୀଙ୍କୁ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟର ପଚରାଉଚୁରାର ଦ୍ୱିତୀୟ ଦିନରେ କଂଗ୍ରେସ ନେତା ଓ କର୍ମୀମାନେ ମଧ୍ୟ ବିରୋଧ କରିଥିଲେ, ଏହା ପରେ ପୋଲିସ ଅନେକ ଲୋକଙ୍କୁ ଗିରଫ କରିଥିଲା। କଂଗ୍ରେସ ମୁଖ୍ୟାଳୟକୁ ଲାଗିଥିବା ଅଞ୍ଚଳରେ ପୋଲିସ ଧାରା 144 ଲଗାଇଛି।
Leave A Reply

Your email address will not be published.