Latest Odisha News

BREAKING NEWS

ମେଟା ତିଆରି କରିବ ବିଶ୍ବର ସବୁଠାରୁ ଅତ୍ୟାଧୁନିକ ଓ ଫାଷ୍ଟେଷ୍ଟ ସୁପର କମ୍ପ୍ୟୁଟର

କାଲିଫର୍ଣ୍ଣିଆ : ମେଟା ତିଆରି କରିବ ବିଶ୍ବର ସବୁଠାରୁ ଅତ୍ୟାଧୁନିକ ଓ ଫାଷ୍ଟେଷ୍ଟ ସୁପର କମ୍ପ୍ୟୁଟର । ହେଟସ୍ପିଚକୁ ଠଉରାଇବ କମ୍ପ୍ୟୁଟର । ମେଟାର ଏଆଇ ରିସର୍ଚ୍ଚ ସୁପର କ୍ଲଷ୍ଟର ଏହାର ଡିଜାଇନ ତିଆରି କରୁଛି । ପୂର୍ବରୁ ଫେସବୁକ ନାମରେ ପରିଚିତ ମେଟାର ଏହି କମ୍ପ୍ୟୁଟର ଜରିଆରେ ମେସିନ ଲର୍ଣ୍ଣିଂ ସିଷ୍ଟମକୁ ଦିଆଯିବ ପ୍ରଶିକ୍ଷଣ । ଚଳିତ ବର୍ଷ ଏହି ସୁପର କମ୍ପ୍ୟୁଟର ଆସିବ ବୋଲି କହିଛନ୍ତି ମେଟାର ସିଇଓ ମାର୍କ ଜୁକରବର୍ଗ ।

ଏହି ପ୍ରକଳ୍ପରେ ବହୁ ବଡ଼ ବଡ଼ ଟେକ୍ନୋଲୋଜି କମ୍ପାନି ଯଥା ମାଇକ୍ରୋସଫ୍ଟ ଓ ନିଭିଦିଆ ନିବେଶ କରିଛନ୍ତି । ଏହି ସୁପର କମ୍ପ୍ୟୁଟର ଏପରିକି ବିଭିନ୍ନ ବିଷୟ ସମ୍ପର୍କରେ ଜାଣିପାରିବ । ମେଟାଭର୍ସର ଇଞ୍ଜିନିୟର କେଭିନ ଲି ଓ ଶୁଭୋ ସେନଗୁପ୍ତା କହିଛନ୍ତି, ଏଆଇ ମଡେଲ କମ୍ପ୍ୟୁଟର ଶହ ଶହ ଭାଷା ସମ୍ପର୍କରେ ଜାଣିପାରିବ । ଏହାସହ ଏହି କମ୍ପ୍ୟୁଟର ବିଭିନ୍ନ ଟେକ୍ସଟ, ଇମେଜ ଓ ଭିଡିଓକୁ ଚିହ୍ନିପାରିବା ସହ ନୂଆ ରିୟଲିଟି ଟୁଲ୍ସ ସମ୍ପର୍କରେ ଜାଣିପାରିବ । ପ୍ରାୟ ଏକ ବର୍ଷ ଧରି ଏହି ସୁପର କମ୍ପ୍ୟୁଟର ମଡେଲରେ ମେଟା ନିଜକୁ ନିୟୋଜିତ ରଖିଛି ।

Comments are closed, but trackbacks and pingbacks are open.