Latest Odisha News

BREAKING NEWS

ଆଗଲପୁର ବ୍ଲକ ଆଇସିଡିଏସ ସୁପରଭାଇଜର କୁନି ନାଏକ ଗିରଫ

ଆଗଲପୁର: ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକର ରୋଧ ସେକ୍ଟର ଆଇସିଡିଏସ ସୁପରଭାଇଜର କୁନି ନାଏକଙ୍କୁ ଭିଜିଲାନ୍ସ ଗିରଫ କରିଛି । ୧୯ ହଜାର ୮୦୦ ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ରାଜ୍ୟ ଭିଜିଲାନ୍ସ ବିଭାଗ ତାଙ୍କୁ ଗିରଫ କରିଛି ।

ତାଙ୍କ ଅଧୀନସ୍ଥ ୬ ଜଣ ଅଙ୍ଗନବାଡ଼ି କର୍ମୀଙ୍କ ଠାରୁ ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଥିଲା । ମଙ୍ଗଳବାର ଲାଞ୍ଚ ନେଉଥିବା ସମୟରେ କୁନି ନାଏକଙ୍କ ନିକଟରୁ ନେଇଥିବା ସମସ୍ତ ଟଙ୍କା ଜବତ କରାଯାଇଥିଲା । ଏହା ପରେ ତାଙ୍କୁ ଗିରଫ କରାଯାଇ ସମ୍ବଲପୁର ଭିଜିଲାନ୍ସ ଥାନାରେ କେସ ନଂ-୨୪, ସେକ୍ସନ-୭ରେ ଏକ ମାମଲା ରୁଜୁ କରାଯାଇଛି । ଏବଂ ଅଧିକ ତଦନ୍ତ ଜାରି ରହିଛି ବୋଲି ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.