Latest Odisha News

BREAKING NEWS

[ଦେଖନ୍ତୁ ଭିଡିଓ] ଚୋରି ଓ ହଜି ଯାଇଥିବା ମୋବାଇଲକୁ ଠାବ କରି ଫେରାଇଲା ଝାରସୁଗୁଡ଼ା ପୋଲିସ

ଝାରସୁଗୁଡ଼ା: ବିଭିନ୍ନ ଜିଲ୍ଲାରେ ମୋବାଇଲ୍ ଚୋରି ମାମଲା ବଢ଼ିବାରେ ଲାଗିଛି । ଝାରସୁଗୁଡ଼ା ପୋଲିସ ସ୍ୱତନ୍ତ୍ର ଡ୍ରାଇଭ୍ ମାଧ୍ୟମରେ ଚୋରି ଓ ହଜି ଯାଇଥିବା ୨୦୧ଟି ମୋବାଇଲ୍ ଠାବ କରିବା ସହ ହିତାଧିକାରୀଙ୍କୁ ଫେରାଇଛି । ଏଥିପାଇଁ ଜୁନ୍ ୧୦ ତାରିଖରୁ ଆରମ୍ଭ ହୋଇଥିଲା ସ୍ୱତନ୍ତ୍ର ଅପରେସନ୍ । ଜିଲ୍ଲାରେ ଗତ ବର୍ଷକ ମଧ୍ୟରେ ରୁଜୁ ହୋଇଥିବା ୪୧୩ଟି ମାମଲା ଆଧାରରେ ପୋଲିସ ତଦନ୍ତ କରି ୨୦୧ଟି ମୋବାଇଲ ଠାବ କରିଛି ।

ଏସବୁ ମୋବାଇଲ ଗୁଡ଼ିକ ରାଜ୍ୟର ବିଭିନ୍ନ ସ୍ଥାନ ସହ ରାଜ୍ୟ ବାହାରୁ ଛତିଶଗଡ଼, ମହାରାଷ୍ଟ୍ର, ଦିଲ୍ଲୀ, ଝାଡ଼ଖଣ୍ଡରୁ ମିଳିଥିବା ସୂଚନା ଦେଇଛନ୍ତି ଏସପି । ପୋଲିସ ଚୋରି ମୋବାଇଲ୍ ଠାବ କରି ଫେରାଇଥିବା ବେଳେ ମୋବାଇଲ୍ ମାଲିକଙ୍କ ମୁହଁରେ ହସ ଫୁଟିଛି । ଚୋରି ଓ ହଜି ଯାଇଥିବା ମୋବାଇଲର ଆଇଏମଇଆଇ ନମ୍ବରକୁ ଟ୍ରେସ୍ କରି ପୋଲିସ ମୋବାଇଲ ଗୁଡ଼ିକୁ ଠାବ କରିଛି ।

ପୋଲିସର ପ୍ରୟାସ ଯୋଗୁ ମୋବାଇଲ୍ ଫେରି ପାଇଥିବା ଲୋକ ଜିଲ୍ଲା ପୋଲିସକୁ ଧନ୍ୟବାଦ ଜଣାଇଛନ୍ତି । ଝାରସୁଗୁଡ଼ା ପୋଲିସର ଏଭଳି ପଦକ୍ଷେପ ପୋଲିସ ପ୍ରତି ଲୋକଙ୍କ ଆସ୍ଥାକୁ ଆହୁରି ସୁଦୃଢ଼ କରିଛି । ସାଇବର ସେଲ୍ ଓ ସମସ୍ତ ପୋଲିସ କର୍ମଚାରୀମାନଙ୍କ ଅକ୍ଲାନ୍ତ ପରିଶ୍ରମ ଯୋଗୁ ପୋଲିସକୁ ମିଳିଛି ସଫଳତା । ଆଗକୁ ଏହି ଧାରା ବଜାୟ ରହିବ ବୋଲି କହିଛନ୍ତି ଏସପି ।

Leave A Reply

Your email address will not be published.