Latest Odisha News

BREAKING NEWS

ବାରିପଦାରେ ଶେଷ ହେଲା ବାଣ୍ଠିଆ ଜଗନ୍ନାଥଙ୍କ ଘୋଷଯାତ୍ରା

ବାରିପଦା : ଶେଷ ହେଲା ବାଣ୍ଠିଆ ଜଗନ୍ନାଥଙ୍କ ଘୋଷଯାତ୍ରା ।  ତିନିଠାକୁର ରଥାରୂଢ ହୋଇ ମାଉସୀମା ମନ୍ଦିର ଯାଉଥିବା ବେଳେ ବାରିପଦା ରଥଯାତ୍ରାର ପରମ୍ପରା କିଛି ନିଆରା । ବହୁ ପ୍ରଚୀନ ଆମଳରୁ ବାରିପଦା ସ୍ଥିତ ବାଣ୍ଠିଆ ଜଗନ୍ନାଥ ମନ୍ଦିରରେ ଚାଲିଆସିଛି ଏକ ନିଆରା ପରମ୍ପରା। କେବଳ କୁନି କନି ବାଳକ ବାଳିକା ମନେ ଟାଣିଥାନ୍ତି ରଥକୁ ।ତେବେ ଏହି କୁନିକୁନିପିଲା ମାନେ ରଥ ଟାଣିବା ନେଇ ରହିଛି ବହୁ ପୁରୁଣା କିମ୍ବଦନ୍ତୀ ।

ଏହି ନିଆରା ପରମ୍ପରା ଅନୁଯାୟୀ ଚଳିତ ବର୍ଷ ମଧ୍ୟ ରଥଟାଣିବା ନିମନ୍ତେ ବାଳକ ବାଳିକା ମନଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଉତ୍ସାହ । ପରମ୍ପରା ଅନୁଯାୟୀ ସକାଳ ୯ଟା ବେଳେ ଆରମ୍ଭ ହୋଇଥିଲା ରଥଟଣା ପ୍ରାୟ ୫୦୦୦ ରୁ ଉର୍ଦ୍ଧ ବାଳକ ବାଳିକା ମନେ ଟାଣିଥିଲେ ରଥକୁ ।

ଏହି କୁନି କୁନି ପିଲାଙ୍କ ଦ୍ବାରା ଟଣାଯାଉଥିବା ରଥ ପାଇଁ ଜିଲ୍ଲା ପ୍ରସାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା । ଶିଶୁ ମାନଙ୍କ ଦ୍ବାରା ରଥଟଣାଯିବା ଦୃଶ୍ୟ ସୃଷ୍ଟି କରିଥିଲା ଏକ ଭିନ୍ନ ପରିବେଶ । ଆଉ ଏହି ଦୃଶ୍ୟକୁ ଦେଖିବା ନିମନ୍ତେ ଭିଡ ଲାଗିଥିଲା ଲୋକଙ୍କ । ତିନି ଠାକୁରଙ୍କ ପାଇଁ କେବଳ ୮ ଚକ ବିଶିଷ୍ଠ ଗୋଟିଏ ରଥ ନିର୍ମାଣ କରାଯାଉଥିଲେ ମଧ୍ୟ ଭକ୍ତମାନଙ୍କ ବେସ ଭିଡ ପରିଲକ୍ଷିତ ହୋଇଥାଏ ।

ରାଜାରାଜୁଡା ଅମଳରୁ ଆରମ୍ଭ ହୋଇଥିବା ଏହି ରଥଯାତ୍ରା କୁ କେବଳ ଯେ ମୟୂରଭଞ୍ଜ ବାସୀ ଆନନ୍ଦ ନେଇଥାନ୍ତି, ତାହା ନୁହେଁ  ପଶ୍ଚିମବଙ୍ଗ ଓ ଝାଡଖଣ୍ଡ ରାଜ୍ୟରୁ ମଧ୍ୟ ଭକ୍ତଙ୍କ ସୁଅ ଛୁଟିଥାଏ ଏହି ନିଆରା ପରମ୍ପରା ଉପଭୋଗ କରିବା ପାଇଁ ।

Leave A Reply

Your email address will not be published.