Latest Odisha News

BREAKING NEWS

ଚୟନ କମିଟି ମୂଖ୍ୟ ଦୌଡରେ ସବୁଠାରେ ଆଗରେ ଅଗରକର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ଚୟନ କମିଟି ମୂଖ୍ୟ ଦୌଡରେ ଅଜିତ ଅଗରକର ସବୁଠାରୁ ଆଗରେ ରହିଛନ୍ତି । ଏହି ପୂର୍ବତନ ଆନ୍ତର୍ଜାତୀୟ ପେସ ବୋଲର ଶେଷ ଦିନ ଏହି ପଦ ପାଇଁ ଆବେଦନ କରିଥିଲେ । ପୂର୍ବତନ ଚେୟାରମ୍ୟାନ ଚେତନ ଶର୍ମା ଷ୍ଟିଙ୍ଗ ଅପରେସନରେ ଫସିବା ପରଠାରୁ ଏହି ପଦ ଖାଲି ରହିଛି । ଅଜିତ ଭାରତ ପକ୍ଷରୁ ୨୬ ଟେଷ୍ଟ, ୧୯୧ ଦିନିକିଆ ଓ ୪ଟି ଟି୨୦ ମ୍ୟାଚ ଖେଳିଛନ୍ତି । ସେ ୩୪୯ ଆନ୍ତର୍ଜାତୀୟ ୱିକେଟ ହାସଲ କରିଛନ୍ତି । ୨୦୧୩ରେ ସେ ଅବସର ଘୋଷଣା କରିବା ପରେ ମଧ୍ୟ କ୍ରିକେଟ ସହ ଜଡିତ ଅଛନ୍ତି । ଭାଷ୍ୟକାର ଦାୟିତ୍ୱ ତୁଲାଇବା ପରେ ସେ ମୁମ୍ବାଇ ଚୟନ କମିଟି ଚେୟାରମ୍ୟାନ ମଧ୍ୟ ରହି ସାରିଛନ୍ତି ।

ଆଇପିଏଲରେ ୨୦୨୨ ଓ ୨୩ରେ ଦିଲ୍ଲୀ କ୍ୟାପିଟାଲ୍ସର ବୋଲିଂ କୋଚ ଥିଲେ । ୪୫ ବର୍ଷୀୟ ଅଗରକର ଯୁବ ପିଢ଼ୀର କ୍ରିକେଟରଙ୍କ ସହ ଭଲ ତାଳମେଳ ରଖିପାରିବେ ବୋଲି ଆଶା କରାଯାଉଛି । କ୍ରିକେଟ ପ୍ରତିଭା ଚୟନରେ ଧୂରନ୍ଧର ଥିବା ବେଳେ ସାହାସିକ ନିର୍ଣ୍ଣୟ ମଧ୍ୟ ନେଇଥାନ୍ତି । ଏହି ସବୁ କମ୍ବିନେଶନ ଦେଖି ଅଧିକାଂଶ କ୍ରିକେଟ ସମୀକ୍ଷକ ସେ ଚୟନ କମିଟି ମୂଖ୍ୟ ହେବେ ବୋଲି ଆଶା ବ୍ୟକ୍ତ କରିଛନ୍ତି ।

Leave A Reply

Your email address will not be published.