Latest Odisha News

BREAKING NEWS

ବୟସର ବୋଲ ମାନୁନି ବଲିଉଡ, ଚାଲିଛି ନିଜଠୁ ସାନ ପୁଅଙ୍କୁ ବିବାହ ଟ୍ରେଣ୍ଡ

ବିବାହ ବନ୍ଧନରେ ଆବଦ୍ଧ ହେଲେ ନେହା କକ୍କର । ଆଜି ସେ ପଂଜାବୀ ସିଙ୍ଗର ରୋହନ ପ୍ରୀତଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି । ତେବେ ରୋହନ ନେହାଙ୍କଠାରୁ ସାତ ବର୍ଷ ସାନ ।

କେବଳ ନେହା ନୁହେଁ ଅନେକ ସେଲିବ୍ରିଟି ଏପରି ଅଛନ୍ତି ଯେ କି ନିଜ ବୟସଠାରୁ ସାନ ପୁଅ ବା ପୁଅମାନେ ନିଜ ବୟସଠାରୁ ବଡ ଝିଅଙ୍କୁ ବିବାହ କରିଛନ୍ତି । ଆସନ୍ତୁ ନଜର ପକାଇବା ଏପରି କିଛି ଯୋଡିଙ୍କ ଉପରେ ।

ପ୍ରିୟଙ୍କା- ନିକ୍‌


ବଲିଉଡର ଏକ ଚର୍ଚ୍ଚିତ ଯୋଡି ହେଉଛନ୍ତି ପ୍ରିୟଙ୍କା ଚୋପ୍ରା ଓ ନିକ୍ । ନିକ୍ ପ୍ରିୟଙ୍କାଙ୍କଠାରୁ ପ୍ରାୟ ୧୦ ବର୍ଷ ସାନ । ୨୦୧୮ ମସିହାରେ ଏମାନେ ଦୁହେଁ ବିବାହ କରିଥିଲେ । ବହୁ ସମୟରେ ଏହି ଯୋଡିଙ୍କ ବୟସକୁ ନେଇ ଲୋକେ ବହୁ ସମାଲୋଚନା କରିଥାନ୍ତି ।

ସୈଫଅଲ୍ଲୀ ଖାନ- ଅମ୍ରିତା ସିଂ

୧୯୯୧ ମସିହାରେ ଅଭିନେତା ସୈଫଅଲ୍ଲୀ ନିଜଠାରୁ ୧୨ ବର୍ଷ ବଡ ଅମ୍ରିତା ସିଂଙ୍କ ସହ ବିବାହ ହୋଇଥିଲା । ଏମାନଙ୍କର ଗୋଟିଏ ପୁଅ ଓ ଝିଅ ବି ଅଛନ୍ତି । କିନ୍ତୁ ଏମାନଙ୍କ ମଧ୍ୟରେ ୨୦୦୪ରେ ବିବାହ ବିଚ୍ଛେଦ ହୋଇଥିଲା ।

ବିପାସା- କରନ


ଫିଲ୍ମରେ ସ୍ୱାମୀ ସ୍ତ୍ରୀ ଅଭିନୟରୁ ଆରମ୍ଭ ହୋଇଥିଲା ବିପାସା ଓ କରନ ସିଂଙ୍କ ପ୍ରେମ କାହାଣୀ । ୨୦୧୬ରେ ଦୁେିଁ ବିବାହ କରିଥିଲେ । କରନ ବିପାସାଙ୍କଠାରୁ ତିନି ବର୍ଷ ସାନ । ଏପରିକି କରନଙ୍କର ବିପାସାଙ୍କ ସହ ତୃତୀୟ ବିବାହ ହୋଇଛି । ତେବେ ଏମାନଙ୍କ ସାଂସାରିକ ଜୀବନ ସୁରୁଖୁରୁରେ ଚାଲିଛି ।

ଐଶ-ଅଭିଷେକ


ବଲିଉଡର ଆଉ ଏକ ଚର୍ଚ୍ଚିତ ଯୋଡି ଐଶ୍ୱର୍ଯ୍ୟା ରାୟ ଓ ଅଭିଷେକ ବଚ୍ଚନ । ଐଶ୍ୱର୍ଯ୍ୟାଙ୍କ ନାମ ସହିତ ବଲିଉଡର ବହୁ ଆଗ ଧାଡିର ହିରୋଙ୍କ ନାଁ ଶୁଣା ଯାଉଥିଲା । କିନ୍ତୁ ଫିଲ୍ମ ସୁଟିଂ ବେଳେ ଅଭିଷେକଙ୍କୁ ପ୍ରେମ କରି ବସିଲେ ଐଶ୍ୱର୍ଯ୍ୟା । ଅଭିଷେକଙ୍କଠାରୁ ଦୁଇ ବର୍ଷର୍ଡ ହେଉଛନ୍ତି ପତ୍ନୀ ଐଶ୍ୱର୍ଯ୍ୟା ।

ସଚିନ -ଅଂଜଳି


କ୍ରିକେଟର କିମ୍ବଦନ୍ତୀ କୁହାଯାଉଥିବା ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ୨୦ ବର୍ଷ ବୟସରେ ପ୍ରେମରେ ପଡିଥିଲେ ଡାକ୍ତର ଅଂଜଳିଙ୍କର । ସଚିନଙ୍କଠାରୁ ଅଂଜଳି ୫ ବର୍ଷ ବଡ । ୫ ବର୍ଷର ଡେଟିଂ ପରେ ସେମାନଙ୍କର ବିବାହ ହୋଇଥିଲା । ଆଉ ଆଜି ସେମାନେ ସଫଳ ଦମ୍ପତ୍ତି ।

Leave A Reply

Your email address will not be published.