Latest Odisha News

BREAKING NEWS

ଦିଲ୍ଲୀକୁ ହରାଇଲା କୋଲକତା, ପ୍ଲେ ଅଫ ଆଶା ଉଜ୍ଜୀବୀତ

ଆବୁଧାବି: ଉଭୟ ବ୍ୟାଟିଂ ଓ ବୋଲିଂରେ ଶୃଙ୍ଖଳିତ ପ୍ରଦର୍ଶନ କରି ଚଳିତ ଆଇପିଏଲରେ ଶନିବାର କୋଲକାତା ନାଇଟ ରାଇଡର୍ସ ୫୯ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଏଥିସହ କୋଲକାତା ଦଳ ପ୍ଲେଅଫ ପ୍ରବେଶ ଆଶା ଉଜ୍ଜୀବୀତ କରିଛି । ନୀତୀଶ ରାଣାଙ୍କ ବିସ୍ଫୋରକ ୮୧ ରନ୍ ପରେ ବୋଲିଂରେ  ବରୁଣ ଚକ୍ରବର୍ତ୍ତୀଙ୍କ  ୫ ୱିକେଟ ଦଖଲ ଯୋଗୁ କୋଲକାତା  ଦିଲ୍ଲୀକୁ ପରାସ୍ତ କରିଛି । ଦିଲ୍ଲୀ ଦ୍ୱିତୀୟ ସ୍ଥାନରେ ରହିଥିଲେ ହେଁ କୋଲକାତା ୧୧ଟି ମ୍ୟାଚ୍‌ରୁ ୬ଟିରେ ଜିତି ୧୨ ପଏଣ୍ଟ ହାସଲ କରି ନେଇଛି । ନୀତୀଶ ରାଣାଙ୍କ ୮୧ ଓ ସୁନୀଲ ନାରିନଙ୍କ ୬୪ ରନ୍ ବଳରେ କୋଲକାତା ପ୍ରଥମେ ବ୍ୟାଟିଂ କରି ୧୯୪ ରନ୍ କରିଥିଲା ।

ଏହାର ଜବାବରେ ଦିଲ୍ଲୀ ୯ ୱିକେଟ ହରାଇ ମାତ୍ର ୧୩୫ ରନ୍ କରିବାକୁ ସକ୍ଷମ ହୋଇଛି । ଦିଲ୍ଲୀ ପକ୍ଷରୁ ଶ୍ରେୟାଶ ଆୟାର ସର୍ବାଧିକ ୪୭ ରନ କରିଥିଲେ । କୋଲକାତା ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୫ଟି ୱିକେଟ ନେଇଥିବା ବେଳେ କମିନ୍ସ ୩ଟି ଓ ଫରଗୁସନ ୧ଟି ୱିକେଟ ଦଖଲ କରିଛନ୍ତି।

Leave A Reply

Your email address will not be published.