Latest Odisha News

BREAKING NEWS

ଗାଡ଼ି ପାର୍କିଂକୁ କେନ୍ଦ୍ରକରି ୟୁନିଟ୍-୧ ମାର୍କେଟରେ ଉତ୍ତେଜନା: ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ମାର୍କେଟ ବନ୍ଦ

ଭୁବନେଶ୍ଵର: ୟୁନିଟ୍‌-୨ ମାର୍କେଟ ବିଲ୍ଡିଂ ପରେ ଏବେ ୧ ନମ୍ବର ହାଟରେ ମାର୍କେଟ ଆସୋସିଏଶନ୍‌ ଏବଂ ଭେଣ୍ଡିଂଜୋନ୍‌ ବ୍ୟବସାୟୀଙ୍କ ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ଫୁଟ୍‌ପାଥ୍‌ ଉପରେ ଦୋକାନ କରିଥିବା ବ୍ୟବସାୟୀମାନେ ଦୋକାନ ଆୟତ୍ତନର ଦୁଇଗୁଣ ବାହାରକୁ ଜବରଦଖଲ କରି ରଖୁଥିବାରୁ ଗ୍ରାହକମାନେ ଯାତାୟାତରେ ହଇରାଣ ହେଉଛନ୍ତି। ଏହାକୁ ନେଇ ଗୁରୁବାର ଉଭୟ ପକ୍ଷ ମଧ୍ୟରେ ପ୍ରଥମେ କଥା କଟାକଟି ହୋଇଥିଲା ଏବଂ ପରେ ଘଟଣା ଥାନାକୁ ଯାଇଥିଲା। ତେବେ ସେଠାରେ କୌଣସି ସମାଧାନ ହୋଇପାରି ନ ଥିବାବେଳେ ଉକ୍ତ ଘଟଣା ପ୍ରତିବାଦରେ ଆସୋସିଏଶନ୍‌ ପକ୍ଷରୁ ୧ନମ୍ବର ମାର୍କେଟକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି।

BjdElectrycity

ୟୁନିଟ-୧ ମାର୍କେଟ ବାହାରେ ଭୂତଳ ମାର୍କେଟ ନିକଟସ୍ଥ ଫୁଟ୍‌‌ପାଥରେ ଉଠାଦୋକାନୀମାନେ ଦୋକାନ ଖୋଲିଥିଲେ।  ଉକ୍ତ ଫୁଟପାଥ୍‌‌ରେ ସ୍ଥାୟୀ ଦୋକାନୀମାନଙ୍କ ପକ୍ଷରୁ ଗାଡ଼ି ପାର୍କିଂ କରାଯାଇଥିଲା। ଫଳରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚିବାରୁ ଉଭୟପକ୍ଷ ନିଜ ନିଜର ଯୁକ୍ତି ବାଢ଼ିଥିଲେ। ପରେ ଉଭୟ ପକ୍ଷରୁ ଥାନା ଘେରାଉ କରିବାରୁ ପୁଲିସ ସେମାନଙ୍କୁ ବୁଝାସୁଝା କରିଥିଲା। ପୁଲିସ ଉପସ୍ଥିତିରେ ବିଏମ୍‌‌ସି ଏବଂ ଉଭୟପକ୍ଷ ସହ ଆଲୋଚନା ହେବ ବୋଲି କୁହାଯିବାରୁ ଧାରଣା ପ୍ରତ୍ୟାହୃତ ହୋଇଥିଲା। ହେଲେ ଏହାର ସ୍ଥାୟୀ ସମାଧାନ ନ ହେବା ପର୍ୟ୍ୟନ୍ତ ୟୁନିଟ୍‌‌-୧ର ସମସ୍ତ ଦୋକାନ ବନ୍ଦ ରହିବ ବୋଲି ଭଭୟପକ୍ଷ ନିଜ ଜିଦ୍‌‌ରେ ଅଟଳ ରହିଛନ୍ତି । ବିବାଦର ସମାଧାନ ନ ହେବା ପର୍ଯ୍ୟନ୍ତ ମାର୍କେଟ ବନ୍ଦ ରହିବ। ସେପଟେ ବ୍ୟବସାୟୀମାନଙ୍କ ମଧ୍ୟରେ ତାଳମେଳ ଠିକ୍‌ ରହୁ ନ ଥିବାବେଳେ ମାର୍କେଟ ବନ୍ଦ ରଖାଯିବା ନେଇ ସାଧାରଣରେ ଅସନ୍ତୋଷ ଦେଖାଦେଇଛି।

 

 

Leave A Reply

Your email address will not be published.