କୋଇଡା: ସରକାରୀ ଅଫିସରଙ୍କ ବ୍ୟବହାର ଏବଂ ବଢୁଥିବା ପ୍ରଭାବ ଏବେ ସାରା ରାଜ୍ୟରେ ଆଲୋଡନ ସୃଷ୍ଟି କରିଛି। ଆଉ ଏହାକୁ ନେଇ ଦେଖାଦେଇଥିବା ଅସନ୍ତୋଷକୁ ରାଜ୍ୟ ସରକାରଙ୍କ ନିକଟରେ ରଖିଛନ୍ତି ବିରୋଧୀ ଦଳ। କୋଇଡା ବିଡିଓଙ୍କୁ ବଦଳି କରିବାକୁ ସ୍ଥାନୀୟ ଲୋକେ ଦାବି କରି ପ୍ରତିବାଦ କରି କରୁଥିବା ବେଳେ ତାଙ୍କୁ କାହିଁକି ବଦଳି କରାଯାଉନି ସେ ନେଇ ପ୍ରଶ୍ନ ଉଠିଛି। ଯିଏକି ନିକଟରେ ଜଣେ ସ୍କୁଲ କମିଟି ସଭାପତିଙ୍କୁ ଚାପୁଡ଼ା ମାରିଥିଲେ।
ପ୍ରାୟ ସପ୍ତାହ ହେଲା କୋଇଡା ବିଡିଓଙ୍କ ବଦଳି ଦାବିରେ ଆନ୍ଦୋଳନ ଜାରି ରହିଛି। କୋଇଡାରୁ ଓଡିଶା ବିଧାନସଭା ଯାଏଁ ବିଡିଓଙ୍କ ତୁରନ୍ତ ବଦଳି ଦାବି କରିଛନ୍ତି ଲୋକମାନେ। ଏହାକୁ ନେଇ ସିପିଆଇଏମ୍ ପକ୍ଷରୁ କୋଇଡ଼ାରେ ଗତକାଲି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ଓ ବନ୍ଦ ପାଳନ କରାଯାଇଥିଲା। ଏହାଫଳରେ କୋଇଡ଼ା ଅଞ୍ଚଳରେ ଜୀବନଯାତ୍ରା ଏକପ୍ରକାର ଠପ୍ ହୋଇଯାଇଥିଲା।
ଏପରି ହେବା ଦ୍ୱାରା ସମସ୍ତ ଖଣି, ଖଣି ପରିବହନ, ରାଜରାସ୍ତା, ଜାତୀୟ ରାଜପଥ, ସରକାରୀ କାର୍ଯ୍ୟାଳୟ, ଚାରିଗୋଟି ରେଳସାଇଡିଂ ଯଥା ରେଞ୍ଜଡ଼ା, ବିମଳାଗଡ଼, ରକ୍ସି, ପାଟାସାହି ପ୍ରମୁଖ ବନ୍ଦ କରିବାସହ ରେଳରୋକ ମଧ୍ୟ କରିଥିଲେ। ଫଳସ୍ୱରୂପ ଖଣି ଅଞ୍ଚଳରେ ଦୈନିକ ଖଣି କଞ୍ଚାମାଲ୍ ପରିବହନ କରୁଥିବା ହଜାର ହଜାର ଟ୍ରକ୍ ଓ ଟିପର ରାସ୍ତାରେ ଛିଡ଼ା ହୋଇରହିଥିଲା।
ବିଡିଓଙ୍କ ବିରୋଧରେ ଦୁର୍ନୀତି ଓ ପରିବାରବାଦରେ ସମ୍ପୃକ୍ତି ଅଭିଯୋଗ ଆଣି ତାଙ୍କ ବଦଳି ଦାବି କରିଛି ସିପିଏମ୍। ଏନେଇ ବୋଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା କହିଛନ୍ତି, ଆମର ଗୋଟିଏ ଦାବି, ତୁରନ୍ତ ବିଡିଓଙ୍କୁ ବଦଳି କରାଯାଉ। ସମଗ୍ର ଘଟଣା ଓ ଅଭିଯୋଗ ସମ୍ପର୍କରେ କୋଇଡା ବିଡିଓ କିଛି କହିବାକୁ ମନା କରିଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, ଓଡ଼ିଶାରେ ଅଫିସର ରାଜ ଚାଲିଥିବା ଅଭିଯୋଗ କରି ବିରୋଧୀ ଦଳଗୁଡ଼ିକ ନିକଟରେ ବିଧାନସଭାରେ ହଟ୍ଟଗୋଳ କରିଥିଲେ। ସେମାନେ ମନ୍ତ୍ରୀ ରୀତା ସାହୁ ଓ ନିରଞ୍ଜନ ପୂଜାରୀଙ୍କ ଫଟୋ ମଧ୍ୟ ଦେଖାଇଥିଲେ। ବ୍ଲକ ଓ ତହସିଲରେ ଅଧିକାରୀଙ୍କ ଅବହେଳା, ଅବହେଳା ଓ ଏକଛତ୍ରବାଦ ଶାସନକୁ ଉଭୟ ବିଜେପି ଓ କଂଗ୍ରେସ ବିଧାୟକ ସମାଲୋଚନା କରିଛନ୍ତି।
ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଛନ୍ତି ଯେ, ଅଫିସର ରାଜ ଓ ସେମାନଙ୍କ ଦାଦାଗିରି ବଢ଼ି ଚାଲିଛି ଏବଂ ସେମାନେ ଲୋକ ପ୍ରତିନିଧିଙ୍କୁ ଚ୍ୟାଲେଞ୍ଜ କରୁଛନ୍ତି। ସମୟ ଆସିବ ଯେ ସରକାର ଉପରେ ଲୋକଙ୍କ ବିଶ୍ୱାସ ହରାଇବେ।
କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି,ବିଡିଓ କିପରି ଜଣେ ସ୍କୁଲ ସଭାପତିଙ୍କୁ ଚାପୁଡ଼ା ମାରିଲେ ତାହା ଲୋକେ ଦେଖିଲେଣି। ପରିସ୍ଥିତି ଆହୁରି ଖରାପ ହୋଇଛି ଏବଂ ଏଭଳି ଅଧିକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନ ଥିବାରୁ କେବଳ ସରକାରଙ୍କୁ ଦାୟୀ କରାଯାଉଛି।
ବିରୋଧୀଙ୍କ ଅଭିଯୋଗର ଜବାବରେ ଶାସକ ବିଜେଡି ବିଧାୟକ ଭୂପିନ୍ଦର ସିଂହ କହିଛନ୍ତି, “ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡ଼ିଶାରେ ଯେଉଁଭଳି ବିକାଶ ହେଉଛି, ତାହା ଦେଖିଲେ ଲାଗୁଛି ଯେ ବିରୋଧୀ ଅସହିଷ୍ଣୁ ହୋଇପଡ଼ିଛନ୍ତି।
Comments are closed.