Latest Odisha News

BREAKING NEWS

ଅଗ୍ନିପଥକୁ ବିରୋଧ: ୧୮୧ଟି ଏକ୍ସପ୍ରେସ୍ ଟ୍ରେନ୍ ଓ ୩୪୮ଟି ପାସେଞ୍ଜର ଟ୍ରେନକୁ ବାତିଲ୍

ନୂଆଦିଲ୍ଲୀ: ସେନାରେ ନିଯୁକ୍ତି ନେଇ କେନ୍ଦ୍ରର ଅଗ୍ନିପଥ ନିଯୁକ୍ତି ଯୋଜନାକୁ ବିରୋଧ ପ୍ରଦର୍ଶନ ଜାରି ରହିଛି । ବିଭିନ୍ନ ସଂଗଠନ ଏହି ଯୋଜନାକୁ ବିରୋଧ କରି ଆଜି ଭାରତ ବନ୍ଦ ଡାକରା ଦେଇଛନ୍ତି। ଯାହାର ପ୍ରଭାବ ଆଜି ସୋମବାର ଦେଖିବାକୁ ମିଳିଛି। ହିଂସା ଏବଂ ଆଇନ ଶୃଙ୍ଖଳାକୁ ଆଖି ଆଗରେ ରଖି ବିଭିନ୍ନ ରାଜ୍ୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ଅଗ୍ନିପଥକୁ ନେଇ ଆନ୍ଦୋଳନ ଯୋଗୁଁ ୧୮୧ଟି ଏକ୍ସପ୍ରେସ୍ ଟ୍ରେନ୍ ଓ ୩୪୮ଟି ପାସେଞ୍ଜର ଟ୍ରେନକୁ ବାତିଲ୍ କରାଯାଇଛି। ୪ଟି ଏକ୍ସପ୍ରେସ୍ ଓ ୬ଟି ପାସେଞ୍ଜର ଟ୍ରେନକୁ ଆଂଶିକ ବାତିଲ୍ କରାଯାଇଛି। ରେଳ ମନ୍ତ୍ରାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗତ ସପ୍ତାହରେ ଆନ୍ଦୋଳନାକାରୀ ବିହାର ସମେତ ଅନେକ ରାଜ୍ୟରେ ଟ୍ରେନରେ ନିଆଁ ଲଗାଇ ଦେଇଥିଲେ। ଏହାଦ୍ୱାରା ଅନେକ ରାଜସ୍ୱ କ୍ଷତି ଘଟିଛି । ତେଣୁ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି ଆନ୍ଦୋଳନ ହିଂସାର ରୂପ ନେଇପାରେ ବୋଲି ଆଶଙ୍କା କରି ରେଳ ମନ୍ତ୍ରାଳୟ କିଛି ଟ୍ରେନକୁ ବାତିଲ କରିଛି। ଯେଉଁ ଟ୍ରେନ ଆନ୍ଦୋଳନ ସ୍ଥଳ ଦେଇଯିବାର ଥିଲା।

ଆଜି ଦିଲ୍ଲୀ ସମେତ ବିଭିନ୍ନ ରାଜ୍ୟରେ ବିରୋଧ ପ୍ରଦର୍ଶନ ହେଉଛି । ଉତ୍ତର ପ୍ରଦେଶ, ବିହାର, ହରିଆଣା, ତେଲେଙ୍ଗାନା, ଓଡ଼ିଶା, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ପଞ୍ଜାବ, ଝାଡ଼ଖଣ୍ଡ ଓ ଆସାମରେ ଏବେ ଏହି ଅଗ୍ନିପଥ ଯୋଜନାକୁ ବିରୋଧ କରି ଆନ୍ଦୋଳନ ଚାଲିଛି। କେତେକ ସ୍ଥାନରେ ଆନ୍ଦୋଳନ ଉଗ୍ର ରୂପ ଧାରଣ କରିବାରୁ ବିକ୍ଷୋଭକାରୀମାନେ ଟ୍ରେନରେ ନିଆଁ ଲଗାଇଦେବା ସହ ଗାଡିରେ ନିଆଁ ଲଗାଇଦେଇଥିଲେ ଏବଂ ଉଭୟ ସରକାରୀ ଓ ବେସରକାରୀ ସମ୍ପତ୍ତିକୁ ନଷ୍ଟ କରିଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଜୁନ୍ ୧୪ରେ କେନ୍ଦ୍ର କ୍ୟାବିନେଟ୍ ଭାରତୀୟ ଯୁବକମାନଙ୍କ ପାଇଁ ଅଗ୍ନିପଥ ନାମକ ତିନି ସେନାରେ ସେବା କରିବା ପାଇଁ ଏକ ନିଯୁକ୍ତି ଯୋଜନାକୁ ଅନୁମୋଦନ ଦେଇଥିଲେ । ଏବଂ ଏହି ଯୋଜନାରେ ଚୟନ ହୋଇଥିବା ଯୁବକମାନେ ଅଗ୍ନିବୀର ନାମରେ ପରିଚିତ ହେବେ। ଏମାନଙ୍କୁ ଭାରତୀୟ ଯୁବକମାନଙ୍କୁ ଚାରି ବର୍ଷର ଅବଧି ପାଇଁ ସଶସ୍ତ୍ର ବାହିନୀର ନିୟମିତ କ୍ୟାଡରରେ ସେବା କରିବାକୁ ଅନୁମତି ଦେଇଥାଏ।

Comments are closed.