Latest Odisha News

ରାଜ୍ୟସଭାରେ ପାସ୍ ହେଲା କୃଷି ବିଲ୍‌

ନୂଆଦିଲ୍ଲୀ: ରାଜ୍ୟସଭାରେ ପାସ୍ ହେଲା କୃଷି ବିଲ୍ । ଜୋରଦାର ହଙ୍ଗାମା ଭିତରେ କୃଷି ବିଲ ରାଜ୍ୟସଭାରେ ପାରିତ ହୋଇଛି । ଧ୍ୱନିମତରେ ପାସ ହୋଇଛି କୃଷି ବିଲ । ଏହାସହ ବିରୋଧୀ ଦଳ ଉପସଭାପତିଙ୍କ ଆସନ ସମ୍ମୁଖରେ ଜୋରଦାର ହଟ୍ଟଗୋଳ କରିଛନ୍ତି । ତେବେ ବିରୋଧୀଙ୍କ ହଙ୍ଗମା ମଧ୍ୟରେ ରାଜ୍ୟସଭାରେ ୨ଟି କୃଷି ବିଲ୍ କୃଷି ଉତ୍ପାଦ ବ୍ୟାପାର ଏବଂ ବାଣିଜ୍ୟ ବିଧେୟକ, ୨୦୨୦, କୃଷକ ସଶକ୍ତିକରଣ ଏବଂ ସଂରକ୍ଷଣ ପାସ୍ ହୋଇଛି। ଏହା ପୂର୍ବରୁ ଲୋକସଭାରେ କୃଷି ବିଲ୍ ପାସ ହୋଇଥିଲା।

ଦେଶର କୃଷି କ୍ଷେତ୍ରରେ ପରିବର୍ତ୍ତନ ଏବଂ କୃଷକମାନଙ୍କ ଉପାର୍ଜନ ବୃଦ୍ଧି ଉଦ୍ଦେଶ୍ୟରେ ଲୋକସଭା ପରେ ଆଜି ରାଜ୍ୟସଭାରେ ୩ଟି ପୃଥକ୍ କୃଷି‌ ବିଲ୍‌ ଉପସ୍ଥାପନ କରାଯାଇଥିଲା । ଲୋକସଭ‌ାରେ କୃଷି‌ ବିଲ୍‌ ପାସ୍ ହୋଇ ସାରିଥିବା ବେଳେ ଆଜି ରାଜ୍ୟସଭାରେ ଏହି ୩ଟି ବିଲକୁ ଉପସ୍ଥାପନ କରାଯାଇଥିଲା। ଏହି ବିଲ୍ ଗତ ଜୁନ୍ ୫ ତାରିଖ ଦିନ ଜାରି ଅଧ୍ୟାଦେଶକୁ ବିଧିବଦ୍ଧ ଆଇନରେ ପରିଣତ କରିବ ।

ଏହି ୩ଟି  ବିଲ୍‌ ହେଉଛି: କୃଷି ଉତ୍ପାଦ ବ୍ୟାପାର ଏବଂ ବାଣିଜ୍ୟ (ସଂବର୍ଦ୍ଧନ ଏବଂ ସୁବିଧା) ବିଧେୟକ, ୨୦୨୦, କୃଷକ (ସଶକ୍ତିକରଣ ଏବଂ ସଂରକ୍ଷଣ)ଙ୍କ ମୂଲ୍ୟ ଆଶ୍ୱାସନ ଅନୁବନ୍ଧ ଏବଂ କୃଷି ସେବା ବିଧେୟକ ଓ ଆବଶ୍ୟକ ସାମଗ୍ରୀ (ସଂଶୋଧନ) ବିଧେୟକ)।

ଟିଏମସି ସାଂସଦ ଡେରେକ ଓ ବ୍ରାଏନ ଉପସଭାପତିଙ୍କ ସମ୍ମାନରେ ରୁଲ ବୁକ ଚିରି ଦେଇଛନ୍ତି । ମାଇକ ମଧ୍ୟ ଭଙ୍ଗାଯାଇଛି । ଡେରେକ ଏ ବ୍ରାଏନଙ୍କ ସମେତ ତୃଣମୂଳ କଂଗ୍ରେସର ସାଂସଦ ଉପସଭାପତିଙ୍କ ଆସନ ସମ୍ମୁଖକୁ ଆସି ରୁଲ ବୁକ୍ ଦେଖିବାକୁ ଉଦ୍ୟମ କରି ଏହାକୁ ଚିରିଦେଇଥିଲେ ।

କୃଷି ବିଲ ନେଇ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମରଙ୍କ ଉତ୍ତରରେ କଂଗ୍ରେସ ଓ ଆମ ଆଦମୀ ପାର୍ଟିର ସାଂସଦ ଅସନ୍ତୋଷ ପ୍ରକାଶ କରିଥିଲେ । ସେମାନେ ଉପସଭାପତିଙ୍କ ଆସନ ସମ୍ମୁଖକୁ ଆସି ପ୍ରବଳ ହଟ୍ଟଗୋଳ କରିଥିଲେ । କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କହିଥିଲେ, ରାଜ୍ୟସଭାର ସମୟକୁ ବଢାନଯାଉ । ସରକାର ରାଜ୍ୟସଭାର ସମୟକୁ ବଢାଇ ବିଲକୁ ପାସ କରିବାକୁ ଚାହିଁଛନ୍ତି । ଏହାରି ମଧ୍ୟେରେ ବିରୋଧୀ ସାଂସଦ ମାଇକ ବି ଭାଙ୍ଗିଥିଲେ । ବିଲକୁ ଆମ ଆଦମୀ ପାର୍ଟି କଳା ଆଇନ ବୋଲି କହିଛି । କୃଷି ବିଲ ଲୋକସଭାରେ ପାରିତ ହୋଇସାରିଥିବାବେଳେ ରାଜ୍ୟସଭାରେ ଆଜି ଆଗତ ହୋଇଛି ।

Comments are closed.