Latest Odisha News

BREAKING NEWS

ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ

କୋରାପୁଟ: ଭିଜିଲାନ୍ସ ଜାଲରେ କୋରାପୁଟ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କୃଷି ଅଧିକାରୀ ପ୍ରଦୀପ ମହାନ୍ତିଙ୍କୁ ଭିଜିଲାନ୍ସ ଗିରଫ କରିଛି । ଏପରିକି ତାଙ୍କ କାର୍‌ରୁ ନଗଦ ୧୧ ଲକ୍ଷ ୭୩ ହଜାର ୪୩୦ ଟଙ୍କା ମଧ୍ୟ ଜବତ କରିଛି ଭିଜିଲାନ୍ସ ।

ନିକଟରେ ପ୍ରଦୀପ ମହାନ୍ତିଙ୍କ ଭୁବନେଶ୍ୱରକୁ ଟ୍ରାନ୍ସଫର ହୋଇଥିଲା । ତେବେ ସେ କାରରେ ଏତେ ମାତ୍ରାରେ ଟଙ୍କା ନେଇ ଆସୁଥିବା ବେଳେ ଜୟପୁର ଘାଟିରେ ଭିଜିଲାନ୍ସ ଟିମ୍ ଚଢାଉ କରି ଧରିଥିଲା । ଧରିବା ପରେ ତାଙ୍କୁ ଜୟପୁର କୃଷି କାର‌୍ୟ୍ୟାଳୟ ଅଣାଯାଇ ପଚରାଉଚରା କରାଯାଉଛି ।

Leave A Reply

Your email address will not be published.