Latest Odisha News

କଟକ ଜିଲ୍ଲାରେ ୧୨ ନୂଆ ଆକ୍ରାନ୍ତ; ଜାଣନ୍ତୁ ଜିଲ୍ଲାର କରୋନା ସ୍ଥିତି

କଟକ: ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇଚାଲିଥିବା ବେଳେ ଗୁରୁବାର ଦିନ କଟକ ଜିଲ୍ଲାରେ ୧୨ଟି ନୂଆ କରୋନା ପଜିଟିଭ୍ କେସ୍ ଚିହ୍ନଟ ହୋଇଛି । ଏହାଫଳରେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬୨୦କୁ ବୃଦ୍ଧି ପାଇଛି ।

କଟକ ଜିଲ୍ଲା ପ୍ରଶାସନର ସୂଚନାନୁଯାୟୀ, ଏଥିମଧ୍ୟରୁ ୯ଜଣ ନିଶ୍ଚିନ୍ତକୋଇଲିରୁ ଚିହ୍ନଟ ହୋଇଥିବା ବେଳେ ଡମପଡ଼ା, ସାଲେପୁର ଏବଂ ମ୍ୟୁନିସିପାଲିଟି (ସିଏମସି)ଅଞ୍ଚଳରୁ ଜଣେ ଲେଖାଏଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ସମୁଦାୟ ଆକ୍ରାନ୍ତଙ୍କ ମଧ୍ୟରୁ ୪୭୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି । ଏବେ କଟକ ଜିଲ୍ଲାରେ ୧୩୭ ଜଣ କରୋନା ଆକ୍ଟିଭ୍ କେସ୍ ରହିଛି ।

Leave A Reply

Your email address will not be published.