Latest Odisha News

BREAKING NEWS

ଜାମ୍ମୁ-କାଶ୍ମୀରରେ କଂଗ୍ରେସକୁ ଝଟ୍‌କା: ଇସ୍ତଫା ଦେଲେ ପ୍ରବକ୍ତା ଦୀପିକା ପୁଷ୍କର ନାଥ

ଶ୍ରୀନଗର: ଭାରତ ଯୋଡ଼ ଯାତ୍ରା ପହଞ୍ଚିବା ପୂର୍ବରୁ ଦଳ ଛାଡ଼ିଲେ ଜାମ୍ମୁ-କାଶ୍ମୀର କଂଗ୍ରେସ ପ୍ରବକ୍ତା ଦୀପିକା ପୁଷ୍କର ନାଥ। ଜାମ୍ମୁ-କାଶ୍ମୀରର ପୂର୍ବତନ ମନ୍ତ୍ରୀ ଚୌଧୁରି ଲାଲ୍ ସିଂହ କଂଗ୍ରେସରେ ପୁଣିଥରେ ଯୋଗ ଦେବାକୁ ସେ ବିରୋଧ କରି ଦଳ ଛାଡ଼ିଥିବା ଦୀପିକା କହିଛନ୍ତି। ଲାଲ୍ ସିଂହ କାଠୁଆ ଦୁଷ୍କର୍ମ ମାମଲାରେ ଦୋଷୀକୁ ସମର୍ଥନ ଦେଇଥିଲେ ବୋଲି ଦୀପିକା ଅଭିଯୋଗ କରିଛନ୍ତି। ତେଣୁ ଏଭଳିକୁ ବିଚାରଧାରା ଥିବା ଲୋକ ସହ ସେ କଂଗ୍ରେସର ଗୋଟିଏ ପ୍ଲାଟ୍‌ଫର୍ମରେ ରହିପାରିବେ ନାହିଁ ବୋଲି ଦୀପିକା କହିଛନ୍ତି। ତେଣୁ ବିନା କୌଣସି ବିକଳ୍ପ ଥାଇ ସେ ଦଳରୁ ଇସ୍ତଫା ଦେଇଥିବା ଦୀପିକା ଟ୍ୱିଟ୍ କରିଛନ୍ତି।

୨୦୧୮ରେ ହୋଇଥିବା କାଠୁଆ ଦୁଷ୍କର୍ମ ଘଟଣାରେ ଲାଲ୍ ସିଂହ ଅପରାଧିମାନଙ୍କର ଖୋଲା ସମର୍ଥନ କରିଥିଲେ। ଏଥିପାଇଁ ତାଙ୍କୁ ମନ୍ତ୍ରୀ ପଦ ମଧ୍ୟ ହରାଇବାକୁ ପଡିଥିଲା। ସେତେବେଳେ ବିଜେପି-ପିଡିପି ସରକାର ସେ ଜାମ୍ମୁ-କାଶ୍ମୀରର ଜଙ୍ଗଲ ମନ୍ତ୍ରାଳୟରୁ ବହିସ୍କୃତ ହୋଇଥିଲା।

ସୂଚନା ଥାଉକି ଜାମ୍ମୁର ମାନବାଧିକାର ଓକିଲ ଦୀପିକା ପ୍ରଥମେ କାଠୁଆ ଦୁଷ୍କର୍ମ ମାମଲାରେ ଆଇନର ଦ୍ୱାରସ୍ଥ ହୋଇଥିଲେ। ପୀଡ଼ିତାଙ୍କ ପରିବାର ପକ୍ଷରୁ ସେ ପ୍ରଥମେ କୋର୍ଟରେ ପ୍ରତିନିଧିତ୍ୱ କରିଥିଲେ।

ଦୁଇ ଥର ସାଂସଦ ଓ ୩ଥର ବିଧାୟକ ହୋଇସାରିଥିା ଲାଲ୍ ସିଂହ ୨୦୧୪ରେ କଂଗ୍ରେସର ହାତ ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ଏହାପରେ ଦୁଷ୍କର୍ମ ମାମଲାରେ ତାଙ୍କୁ ମନ୍ତ୍ରୀ ପଦରୁ ବହିସ୍କାର କରାଯିବା ପରେ ସେ ୨୦୧୯ ସେ ପୁଣି ବିଜେପି ଛାଡ଼ି ଡୋଗ୍ରା ସ୍ୱାଭିମାନ ସଂଗଠନ ପାର୍ଟି(DSSP)ନାଁରେ ଏକ ଦଳ ଗଠନ କରିଥିଲେ। ହେଲେ ୨୦୨୩ରେ ସେ ପୁଣିଥରେ କଂଗ୍ରେସ ସହ ମିଶିଯାଇଛନ୍ତି।

ସୂଚନା ଥାଉକି କି ଶୁକ୍ରବାର ଭାରତ ଯୋଡ଼ ଯାତ୍ରା ଜାମ୍ମୁ-କାଶ୍ମୀରରେ ପ୍ରବେଶ କରିବ। ଏଥିରେ କଂଗ୍ରେସ ନେତାଙ୍କ ସହ ନ୍ୟାସ୍‌ନାଲ କନଫରେନ୍ସ ନେତା ଫାରୁକ ଅବଦୁଲ୍ଲା, ଉମାର ଅବଦୁଲ୍ଲା, ପିଡିପି ମୁଖ୍ୟ ମେହେବୁବା ମୁଫ୍‌ତୀ ଓ ସିପିଏମ୍‌ ମହମ୍ମଦ ୟୁସୁଫ ତରିଗାମୀ ଯୋଗ ଦେବେ।

ସଂକ୍ଷେପରେ କାଠୁଆ ଦୁଷ୍କର୍ମ ମାମଲା…

୨୦୧୮ ଜାନୁଆରୀ ପ୍ରଥମ ସପ୍ତାହରେ ମୁସ୍ଲିମ ଧର୍ମର ପଛୁଆ ଥିବା ବାକେରୱାଲ ସମ୍ପ୍ରଦାୟର ଏକ ୮ ବର୍ଷର ନାବାଳିକାକୁ କାଠୁଆର ଗାଁରୁ ଅପହରଣ କରି ଗଣଦୁଷ୍କର୍ମ କରାଯାଇଥିଲା। ନିକଟସ୍ଥ ମନ୍ଦିର ଭିତରେ ନାବାଳିକାକୁ ଭୋକିଲ ରଖି ଅନେକ ଦିନ ପର୍ଯ୍ୟନ୍ତ ଦୁଷ୍କର୍ମ କରାଯାଇଥିଲା। ଶେଷରେ ତାର ଗଳାକାଟି ହତ୍ୟା କରିବା ସହ ପଥରରେ ମୁଣ୍ଡକୁ ଛେଚି ତାକୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ୮ ଜଣଙ୍କୁ ଗିରଫ କରାଯାଇଥିଲା।

 

Leave A Reply

Your email address will not be published.