Latest Odisha News

BREAKING NEWS

ଏଣିକି ମଧ୍ୟାହ୍ନ ଭୋଜନରେ ମିଳିବ ଚିକେନ୍ ଓ ଋତୁକାଳୀନ ଫଳ

କୋଲାକାତା: ଏଣିକି ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ସହିତ ଚିକେନ୍ ଓ ଋତୁ ଅନୁସାରେ ମିଳୁଥିବା ଫଳ ଖାଇବାକୁ ଦିଆଯିବ। ଏହି ନିଷ୍ପତ୍ତି ନେଇଛନ୍ତି ପଶ୍ଚିମବଙ୍ଗ ସରକାର। ହେଲେ ମାତ୍ର ୪ ମାସ ପାଇଁ ଏହି ଯୋଜନା କାର୍ଯ୍ୟକାରୀ ହେବ। ଜାନୁଆରୀ ମାସରୁ ସରକାରଙ୍କର ଏହି ଯୋଜନା ଆରମ୍ଭ ହୋଇ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ।

ହେଲେ ବେଙ୍ଗଲ ସରକାରଙ୍କର ଏଭଳି ନିଷ୍ପତ୍ତି ପଛରେ ରାଜନୈତିକ ଗନ୍ଧ ବାରିଛି ବିଜେପି। ଆଗକୁ ୨୦୨୩ ପଞ୍ଚାୟତ ନିର୍ବାଚନ ଥିବାରୁ ହଠାତ ପଶ୍ଚିମବଙ୍ଗ ସରକାରଙ୍କର ଏଭଳି ଘୋଷଣା କରିଛନ୍ତି ବୋଲି ବିଜେପି କହିଛି। ଏନେଇ ବିଜେପି-ଟିଏମ୍‌ସି ପରସ୍ପରକୁ ଟାର୍ଗେଟ୍ କରିଛନ୍ତି।

ରାଜ୍ୟ ସରକାରଙ୍କର ଦ୍ୱାରା ଜାରି କରାଯାଇଥିବା ସୂଚନା ଅନୁସାରେ, ମଧ୍ୟାହ୍ନ ଭୋଜନରେ ଭାତ,ଆଳୁ, ଶୋୟାବିନ ଏବଂ ଅଣ୍ଡା ସହ ସପ୍ତାହକୁ ଥରେ ମାତ୍ର ଚିକେନ ଓ ଋତୁ ଅନୁସାରେ ମିଳୁଥିବା ଫଳ ଖାଇବାକୁ ଦିଆଯିବ। ପ୍ରଧାନମନ୍ତ୍ରୀ ପୋଷଣ ଯୋଜନାରେ ଏହି ଖାଦ୍ୟ ଦିଆଯିବ ବୋଲି ବିବୃତ୍ତିରେ କୁହାଯାଇଛି।

ତେବେ ଜାନୁଆରୀ ୨୩ ତାରିଖୁ ଏପ୍ରିଲ ୨୩ ତାରିଖ ପର୍ଯ୍ୟନ୍ତ ଏପରି ଖାଦ୍ୟ ଦିଆଯିବ ବୋଲି ବେଙ୍ଗଲ ସରକାର କହିଛନ୍ତି। ଏଥିପାଇଁ ଜଣେ ବିଦ୍ୟାର୍ଥୀ ପିଛା ଅତିରିକ୍ତ ୨୦ ଟଙ୍କା ଖର୍ଚ୍ଚ ହେବ। ଯଦିଓ ଏପ୍ରିଲ ପରେ ଏହି ଯୋଜନା ଚାଲିବାର ସମ୍ବାବନା ନାହିଁ ତେବେ ଏଥିପାଇଁ ୩୭୧ କୋଟି ବ୍ୟୟବରାଦ ହୋଇଛି ବୋଲି ରାଜ୍ୟ ଶିକ୍ଷା ବିଭାଗ କହିଛି।

ଏହି ଯୋଜନା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ୬୦-୪୦ ଅନୁପାତରେ ଖର୍ଚ୍ଚ କରିବେ। ୧୬ ସପ୍ତାହ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଚାଲିବ ବୋଲି ଜାନୁଆରୀ ୩ ରେ ବେଙ୍ଗଲ ସରକାର ନୋଟିଫିକେସନ ଜାରି କରିଛନ୍ତି। ଏଥିରେ ୧.୬ କୋଟି ବିଦ୍ୟାର୍ଥୀ ଲାଭବାନ ହେବେ।

ତେବେ ରାଜ୍ୟ ସରକାରଙ୍କର ଏପରି ନିଷ୍ପତ୍ତିକୁ ନେଇ ବିଜେପି ଟାର୍ଗେଟ୍ କରିଛି। ଆଗତୁ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ଅଛି ଓ ୨୦୨୪ ଲୋକସଭା ନିର୍ବାଚନ ଆସୁଥିବାରୁ ସରକା ଲୋକଙ୍କୁ ଲୋଭ ଦେବାକୁ ଏଭଳି ଯୋଜନା କରିଛନ୍ତି ବୋଲି ବିଜେପି ଟାର୍ଗେଟ୍ କରିଛି। ଏପଟେ ଟିଏମ୍‌ସି କହି ବିରୋଧୀ ସବୁକଥାକୁ ନେଇ ରାଜନୀତି ହିଁ କରୁଛି।

Leave A Reply

Your email address will not be published.