Latest Odisha News

BREAKING NEWS

ବିଶ୍ବର ସବୁଠୁ ବଡ଼ ସୁଇମିଂପୁଲ…

ନୂଆଦିଲ୍ଲୀ : ଆପଣମାନେ ଜାଣିଥିବେ ସାଧାରଣତ ଲୋକମାନେ ନଦୀ, ସମୂଦ୍ର, ବା ପୋଖରୀରେ ଗାଧୋଇବାକୁ ପସନ୍ଦ କରନ୍ତି । ଏବଂ ସେଥିମଧ୍ୟରୁ ଅେନକଙ୍କର ଇଛା ଥାଇବି ଡରିକି ଗାଧୋଇନଥାନ୍ତି । ଆଉ ସେଥିପାଇଁ ସେମାନେ ସୁଇମିଂପୁଲକୁ ନିଜର ଇଛା ପୁରଣ କରିବାକୁ ଯାଇଥାନ୍ତି । ଦେଖିବାକୁ ଗଲେ ବତ୍ତର୍ମାନ ପ୍ରାୟ ସମସ୍ତ ରିସର୍ଟେର ସୁଇମିଂପୁଲର ବ୍ୟବସ୍ଥା ରହିଛି । ସୁଇମିଂପୁଲ ସବୁଠୁ ଛୋଟ ଏବଂ ବେଶି ଗଭୀର ହୋଇନଥିବାରୁ ଏହା ସବୁଠୁ ସୁରକ୍ଷିତ ହୋଇଥାଏ । ହେଲେ ଆପଣମାନେ ଜାଣିଛନ୍ତି କି ଦୁନିଆର ଏମିତି ଏକ ସୁଇମିଂପୁଲ ଅଛି, ଯାହା ସବୁଠୁ ବଡ଼ ସୁଇମିଂପୁଲ । ତେବେ ଆସନ୍ତୁ ଜାଣିବା ଏହି ବୃହତ ସୁଇମିଂପୁଲ ସମ୍ପର୍କରେ ।

 

View this post on Instagram

 

A post shared by Orlando Desigual (@orlandodesigual)

ଏହି ସୁଇମିଂପୁଲ ଚିଲିର ଆଲଗାରୋବୋ ସହରରେ ଅବସ୍ଥିତ । ସେଠାରେ ଅବସ୍ଥିତ ସାନ୍ ଆନ୍‌ଫାନ୍‌ସୋ ଡେଲ୍‌ ମାର୍ ନାମକ ଏକ ରିସର୍ଟ ପ୍ରସିଦ୍ଧ । ତେବେ ଏହି ରିସର୍ଟର୍ଠାରୁ ବେଶି ପ୍ରସିଦ୍ଧ ସୁଇମିଂପୁଲ୍ । କେବଳ ଏତିକି ନୁହେଁ ଏହି ବୃହତ ସୁଇମିଂପୁଲ ଗିନିଜ୍‌ବୁକ୍‌ ଅଫ୍‌ ରେକର୍ଡରେ ମଧ୍ୟ ସ୍ଥାନ ପାଇଛି । ତେବେ ରିପୋର୍ଟ ଅନୁଯାୟୀ ଏହି ସୁଇମିଂପୁଲ ୧ କିଲୋମିଟର ଠାରୁ ଅଧିକ ବଡ଼ । ଯାହାକି ଦେଖିବାକୁ ଗଲେ ପ୍ରାୟ ୧୬ ଫୁଟବଲ ପଡ଼ିଆ ସହ ସମାନ ହେବ ।

ଏହି ବୃହତ ସୁଇମିଂପୁଲଟି ୧୧୫ ଫୁଟ୍‌ ଗଭୀର ହୋଇଥିବା ବେଳେ ଏଥିରେ ୨୫୦ ମିଲିୟନ୍‌ ଲିଟର ଶୁଦ୍ଧ ସମୁଦ୍ର ପାଣି ରହିଛି । ଏହି ପାଣିକୁ ଛଣାଯାଇ ସବୁବେଳେ ଶୁଦ୍ଧ କରାଯାଇଥାଏ । ତେବ ୨୦୦୬ ମସିହାରେ ସୁଇମିଂପୁଲ ତିଆରି କରିବା ପାଇଁ ୧୬ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ତେବ ଏହି ସୁଇମିଂପୁଲର ମଜା କେବଳ ସେହି ରିସର୍ଟରେ ରହୁଥିବା ଲୋକହିଁ ପାଇପାରିବେ ।

Leave A Reply

Your email address will not be published.