Latest Odisha News

BREAKING NEWS

ରାଜ୍ୟର ୩ଟି ରୁଟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ପାଇଁ ରେଳମନ୍ତ୍ରୀଙ୍କୁ ରାଜ୍ୟ ପରିବହନ ମନ୍ତ୍ରୀଙ୍କ ଚିଠି

ଭୁବନେଶ୍ୱର: ଓଡ଼ିଶାର ୩ଟି ରୁଟରେ ଚାଲୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ । ଏନେଇ ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଚିଠି ଲେଖିଛନ୍ତି । ପୂର୍ବଭାରତର ପ୍ରଗତିଶୀଳ ରାଜ୍ୟ ହେଉଛି ଓଡ଼ିଶା । ବିଗତ ୨ ଦଶନ୍ଧି ଧରି ଓଡ଼ିଶାର ଅର୍ଥନୈତିକ ଅଭିବୃଦ୍ଧି ଘଟୁଥିବା ବେଳେ ପୁଞ୍ଜିନିବେଶ ବଢ଼ିଛି ।

BjdElectrycity

ଯାହା ଫଳରେ ଓଡ଼ିଶାରେ ରେଳ ନେଟୱର୍କର ବିସ୍ତାର ଆବଶ୍ୟକତା ରହିଥିବା ଲେଖିଛନ୍ତି ପରିବହନ ମନ୍ତ୍ରୀ । ଦେଶର ବିଭିନ୍ନ ରାଜ୍ୟରେ ଦ୍ରୁତ ପରିବହନ ପାଇଁ ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ୍ ଆରମ୍ଭ କରାଯାଇଥିବା ବେଳେ ଓଡ଼ିଶାର ୩ଟି ରୁଟକୁ ସାମିଲ୍ କରିବାକୁ ମନ୍ତ୍ରୀ ଟୁକୁନି ସାହୁ ଦାବି କରିଛନ୍ତି ।

ଏପ୍ରିଲ୍ ୨୭ ତାରିଖରେ ଲେଖିଥିବା ଚିଠିରେ ପୁରୀ ଓ ହାୱଡ଼ା ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ପାଇଁ ସେ ଦାବି କରିଛନ୍ତି । ଆଜି ହାୱଡ଼ାରୁ ପୁରୀ ମଧ୍ୟରେ ରେଲୱେ ପକ୍ଷରୁ ବନ୍ଦେ ଭାରତ ଏକ୍ସପ୍ରେସର ପରୀକ୍ଷାମୂଳକ ଚଳାଚଳ କରାଯାଇଛି ।

ସେହିଭଳି ପୁରରୁ ରାଉରକେଲା, ସମ୍ବଲପୁର ଦେଇ ରାୟପୁରକୁ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ପାଇଁ ନିବେଦନ କରିଛନ୍ତି ମନ୍ତ୍ରୀ । ଏହାଦ୍ୱାରା ପଶ୍ଚିମ ଓଡ଼ିଶା ବାସୀ ରାଜଧାନୀ ସହ ସହଜରେ ଯୋଡ଼ି ହୋଇ ପାରିବେ । ଏଥିସହ ଆନ୍ତଃରାଜ୍ୟ ବାଣିଜ୍ୟିକ କାରବାର ବୃଦ୍ଧି ପାଇବ ।

ଓଡ଼ିଶାର ସଂଖ୍ୟାଧିକ ଲୋକ ହାଇଦ୍ରାବାଦରେ ରହୁଥିବାରୁ ଭୁବନେଶ୍ୱରରୁ ହାଇଦ୍ରାବାଦ ମଧ୍ୟରେ ବନ୍ଦେ ଭାରତ ଏକ୍ସପ୍ରେସ୍ ଚଳାଚଳ ପାଇଁ ଦାବି କରିଛନ୍ତି । ଏହାଦ୍ୱାରା ୨ ରାଜ୍ୟର ରାଜଧାନୀ ମଧ୍ୟରେ ଯୋଗାଯୋଗ ସହଜ ହୋଇ ପାରିବ ।

Leave A Reply

Your email address will not be published.