Latest Odisha News

BREAKING NEWS

ବିୟର ବୋତଲ ପିଛା ନେଉଥିଲେ ଅଧିକ ୧୦ ଟଙ୍କା, ଏବେ ଗଲେ ଜେଲ୍

ନୂଆଦିଲ୍ଲୀ: ମଦ ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ତଥାପି ଅନେକ ଲୋକ ମଦ ପିଅନ୍ତି । ସକାଳ ପାଇଲେ ମନ୍ଦିର ଅପେକ୍ଷା ମଦ ଦୋକାନରେ କହିଲେ ହୁଏତ ଅଧିକ ଭିଡ଼ ହୋଇଥାଏ । ଆଉ ଯାହାର ଫାଇଦା ନେଇଥାନ୍ତି ମଦ ଦୋକାନୀ । ଅନେକ ସମୟରେ ମଦ ଦୋକାନୀ ସର୍ବାଧିକ ଧାର୍ଯ୍ୟ ମୂଲ୍ୟ (MRP) ଠାରୁ ଅଧିକ ଟଙ୍କା ଦାବି କରିଥାନ୍ତି ।

ଆଉ ଏମଆରପି ଠାରୁ ଅଧିକ ଟଙ୍କା ନେଇଥିବା ଜଣେ ମଦ ଦୋକାନୀଙ୍କୁ ଜେଲ୍ ଯିବାକୁ ପଡ଼ିଛି । ଜେଲ୍ ଯିବା ସହ ମଦ ଦୋକାନୀଙ୍କୁ ୭୫ ହଜାର ଟଙ୍କା ଜରିମାନା କରାଯାଇଛି । ଏ ଘଟଣା ଘଟିଛି ଦିଲ୍ଲୀ-ଏନସିଆରରେ ।

ସୂଚନା ଅନୁସାରେ, ନୋଏଡ଼ାର ଏକ ମଦ ଦୋକାନ ୫୦୦ ଏମ୍ଏଲ୍ କିଙ୍ଗଫିସର ଷ୍ଟ୍ରଙ୍ଗ ଲାଗି ୧୩୦ ଟଙ୍କା ମାଗିଥିଲେ । ଯାହାକି ପ୍ରକୃତ ମୂଲ୍ୟ ଠାରୁ ୧୦ ଟଙ୍କା ଅଧିକ । ଏନେଇ ଅଭିଯୋଗ ପରେ ଅବକାରୀ ବିଭାଗର କର୍ମଚାରୀ ଗ୍ରାହକ ବେଶରେ ମଦ କିଣିବାକୁ ଯାଇଥିଲେ । ତାଙ୍କ ସହ ମଧ୍ୟ ସମାନ ଘଟଣା ଘଟିଲା ।

ପରେ ଅବକାରୀ ବିଭାଗ ଆକ୍ସନ ମୋଡକୁ ଆସି କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିଛି । ମଦ ଦୋକାନୀ ରବି ସିଂଙ୍କୁ ଜେଲ୍ ପଠାଇବା ସହ ୭୫ ହଜାର ଟଙ୍କା ଜରିମାନା କରାଯାଇଛି । ସ୍ଥାନୀୟ ଥାନାରେ ଏନେଇ ଏତଲା ମଧ୍ୟ ଦିଆଯାଇଛି ।

Leave A Reply

Your email address will not be published.