Latest Odisha News

BREAKING NEWS

ପୁରୀ ରଥଯାତ୍ରା ପାଇଁ ଲାଗିବ ଏଆଇ କ୍ୟାମେରା

ଭୁବନେଶ୍ବର: ପୁରୀ ରଥଯାତ୍ରା ପାଇଁ ଲାଗିବ ଏଆଇ କ୍ୟାମେରା । ରଥଯାତ୍ରା ପାଇଁ ଟ୍ରାଫିକ୍ ଓ କ୍ରାଉଡ୍ ମ୍ୟାନେଜମେଣ୍ଟ ପାଇଁ ଏହି ଏଆଇ କ୍ୟାମେରା ଲାଗିବ । ଜାତୀୟ ରାଜପଥ ଓ ବଡ଼ଦାଣ୍ଡରେ ଏଆଇ କ୍ୟାମେରା ଲଗାଇବାକୁ ପ୍ରକ୍ରିୟା ଆରମ୍ଭ ହୋଇଥିବା ନେଇ ସୂଚନା ଦେିଛନ୍ତି ପୁରୀ ଏସ୍‌ପି ।

ତେବେ ଆସନ୍ତା ଜୁନ ୨୭ରେ ପୁରୀରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଅନୁଷ୍ଠିତ ହେବ । ଆଉ ଏହି ସମୟରେ ସୁରକ୍ଷା ସହ ଶାନ୍ତି ଶୃଙ୍ଖଳା କେମିତି ବଜାୟ ରହିବ ତାହା ପୋଲିସ ପାଇଁ ବଡ ଚ୍ୟାଲେଞ୍ଜ ରହିବ । ଯାହାକୁ ଦୃଷ୍ଟିରେ ରଖି ରାଜ୍ୟ ପୋଲିସ ପକ୍ଷରୁ ଏବେ ଠାରୁ ପ୍ରସ୍ତୁତି ଆରମ୍ଭ ହୋଇଛି । ରଥଯାତ୍ରାରେ ସମ୍ଭାବ୍ୟ ଭିଡ଼ ନିୟନ୍ତ୍ରଣ ଓ ଗତ ବର୍ଷ ହୋଇଥିବା ବିଭିନ୍ନ ସମସ୍ୟାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ଉତ୍ତରା ଛକଠାରୁ ପୁରୀ ଯାଏଁ ସିସିଟିଭି ଲାଗିବ  ।

ଏଥିସହିତ ଟ୍ରାଫିକ ସମସ୍ୟାର ସୁପରିଚାଳନା, ଦଳାଚକଟା ଭଳି ପରିସ୍ଥିତିକୁ ଏଡାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା, ଗାଡି ପାର୍କିଂ, ଅତି ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କ ପାଇଁ ସ୍ବତନ୍ତ୍ର ହେଲିପ୍ୟାଡ୍‌, ପୋଲିସ ଫୋର୍ସଙ୍କ ରହଣୀ ପାଇଁ ସ୍ବତନ୍ତ୍ର ସୁବିଧା, ଶୃଙ୍ଖଳିତ ରଥଟଣା, ବ୍ୟାରିକେଡ଼ ବ୍ୟବସ୍ଥା, ଜିଲ୍ଲା ପ୍ରଶାସନ ସହ ମିଶି ବିଭିନ୍ନ ଅସୁବିଧାର ସମାଧାନ ଏବଂ ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ବତନ୍ତ୍ର ସୁବିଧା ଆଦି ଉପରେ ବିଶେଷ ଗୁରୁତ୍ବ ଦେିଛି ପ୍ରଶାସନ ।

Comments are closed.