କୋରାପୁଟ: ଜୟପୁର ସହରରେ ବଡ଼ ଦୁର୍ଘଟଣା। ଅଟୋକୁ ପିଟିଲା ଟିପ୍ପର। ଦୁର୍ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏକାଧିକ ଗୁରୁତର ହୋଇଛନ୍ତି। ଜୟପୁର ଥୁରୁଡିପୁଟ ରସ୍ତାରେ ଘଟିଛି ଦୁର୍ଘଟଣା। ସ୍ଥାନୀୟ ହସ୍ପିଟାଲରେ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି।
ସୂଚନା ଅନୁସାରେ କୋରାପୁଟ ଜିଲ୍ଲା ବ୍ରାହ୍ମଣୀ ଗାଁ ନିକଟରେ ଘଟିଛି ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବ୍ରାହ୍ମଣୀ ଗାଁ ନିକଟରେ ଏକ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଇଥିଲା ଟିପ୍ପର। ଏହି ଦୁର୍ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକ ଗୁରୁତର ହୋଇଥିଲେ। ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରିଛି।
ଏହା ସହ ୪ଜଣଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି ପୋଲିସ। ତେବେ ମେଡିକାଲରେ ଭର୍ତ୍ତି ହୋଇଥିବା କିଛି ବ୍ୟକ୍ତିଙ୍କ ଅବସ୍ଥା ଗୁରୁତର ରହିଛି । ସେଥିପାଇଁ ଆଗକୁ ଏହି ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଅନୁମାନ କରାଯାଉଛି। ପୋଲିସ ଘଟଣାସ୍ଥଳରେ ଉପସ୍ଥିତ ରହି ଘଟଣାର ତଦନ୍ତ ଚଳାଇଛି। ତଦନ୍ତ ପରେ ହିଁ ଦୁର୍ଘଟଣା ସଂପର୍କରେ ଅଧିକ ତଥ୍ୟ ମିଳି ପାରିବ ବୋଲି ଆଶା କରାଯାଉଛି।
Comments are closed.