Latest Odisha News

BREAKING NEWS

ଏଆଇ ମାନବ ସମାଜ ପାଇଁ ବିପଦ କହି ଗୁଗୁଲ୍‌ରୁ ଇସ୍ତଫା ଦେଲେ ଏଆଇର ଗଡ୍‌ଫାଦର ଜୋଫ୍ରେ ହିଣ୍ଟନ

ନୂଆଦିଲ୍ଲୀ: ‘ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ ବିଶ୍ୱ ପାଇଁ ବିପଦଜନକ। ଏହାର କୁପ୍ରଭାବ ମାନବିକତା ଉପରେ ପଡ଼ୁଛି।’ ଏକଥା ଆଉ କେହି ନୁହେଁ ବରଂ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI)ର ଗଡ୍‌ଫାଦର୍‌ ଭାବରେ ଜଣାଶୁଣା ଡ. ଜୋଫ୍ରେ ହିଣ୍ଟନ କହିଛନ୍ତି। ବର୍ତ୍ତମାନ ଏହା ଏକ ବରଦାନ ଭଳି ଲାଗୁଥିଲେ ବାସ୍ତବାରେ ତାହା ନୁହେଁ ବୋଲି ସେ କହିଛନ୍ତି।

୭୫ ବର୍ଷୀୟ ହିଣ୍ଟନ୍ ନ୍ୟୁୟର୍କ ଟାଇମ୍ସକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ, ଏଆଇ’ର ପ୍ରଭାବରେ ବହୁଳ ମାତ୍ରାରେ ନିଯୁକ୍ତି ଅଭାବ ଦେଖାଦେବ। ସମାଜରେ ଭୁଲ ତଥ୍ୟ ଶୀଘ୍ର ପ୍ରଘଟ ହେବ, ଯାହାକୁ ରୋକିବା ସମ୍ଭବପର ନୁହେଁ। ତେବେ ଏଭଳି ସମସ୍ୟା ପାଇଁ ହିଣ୍ଟନ୍ ନିଜକୁ ଦାୟୀ କରିଛନ୍ତି ଏବଂ ଏନେଇ ଅନୁତାପ କରୁଥିବା କଥା ମଧ୍ୟ କହିଛନ୍ତି। ସେ କହିଛନ୍ତି, ‘ଯଦି ମୁଁ ଏହା କରି ନ ଥା’ନ୍ତି, ତେବେ ଅନ୍ୟ କେହି ଏହା କରିଥାନ୍ତେ, କିନ୍ତୁ ଏଆଇ ଯେମିତି ହେଲେ ଆସିଥାଆନ୍ତା। ବର୍ତ୍ତମାନ ଏହାର ମୁକାବିଲା କରିବା ଅତ୍ୟନ୍ତ କଷ୍ଟକର ହେବ।’

The Transformative Impact of Artificial Intelligence on Hardware  Development: Its Applications, Need for Redesigning Chips, Market Growth  and Who is the Leading Chipmaker for AI - MarkTechPost

ଏଆଇ’ର ପ୍ରଭାବ ସମ୍ପର୍କରେ ସୂଚାଇ ଦେବାକୁ ଛାଡ଼ିଲେ ଗୁଗୁଲ୍‌ରୁ ଚାକିରି

ଡକ୍ଟର ହିଣ୍ଟନ୍‌ ୨୦୧୨ରେ ଟରୋଣ୍ଟୋ ବିଶ୍ୱବିଦ୍ୟାଳୟରେ ତାଙ୍କର ଦୁଇ ଛାତ୍ର ଇଲ୍ୟା ସୁତସ୍କେବର ଏବଂ ଏଲେକ୍ସ କୃଶେବସ୍କିଙ୍କୁ ନେଇ ଏମିତି ଏକ ନେଟୱର୍କ ତିଆରି କରିଥିଲେ, ଯାହା ହଜାର ହଜାର ଫଟୋକୁ ବିଶ୍ଳେଷଣ କରିପାରିବ। କେବଳ ଏତିକି ନୁହେଁ, ଏହି ନେଟୱର୍କ ଫୁଲ, କୁକୁର ଏବଂ କାର୍ ପରି ସାଧାରଣ ବସ୍ତୁଗୁଡ଼ିକୁ ଚିହ୍ନିବା ପାଇଁ ଶିକ୍ଷା ଦେଇପାରିବ। ଏହି କୌଶଳଟି ହେଉଛି AI ର ମୁଖ୍ୟ ବୈଶିଷ୍ଟ୍ୟ। ୧୯୭୨ ମସିହାରୁ ସେ ଏଆଇ ଉପରେ କାମ କରିଆସୁଛନ୍ତି। ସେତେବେଳେ କେହି ବି ଏଆଇ’ ବିଷୟରେ ଶୁଣି ନଥିଲେ। ସେ କହିଛନ୍ତି ଯେ, ‘ଏଆଇର ବିପଦ ବିଷୟରେ ଖୋଲାଖୋଲି ସୂଚନା ଦେବାକୁ ସେ ଗୁଗୁଲ୍‌ରୁ ଚାକିରି ଛାଡି ଦେଇଛନ୍ତି।’

How artificial intelligence will impact customer service: 5 Benefits AI has  to offer

AI ଗ୍ରହଣ କରିବା ଦୌଡ଼ରେ ଟେକ୍‌ କମ୍ପାନୀ

ଗୁଗୁଲ୍ ଛାଡ଼ିବା ପରେ ହିଣ୍ଟନ୍ କହିଛନ୍ତି ଯେ, ଟେକ୍ କମ୍ପାନୀଗୁଡିକ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କୌଶଳ ଆପଣାଇବା ରେସ୍‌ରେ ଅଛନ୍ତି। ସେମାନେ ଖୁବଶୀଘ୍ର AI ଆଧାରିତ ଉତ୍ପାଦ ପ୍ରସ୍ତୁତ କରିବାକୁ ଚାହୁଁଛନ୍ତି। ସେମାନଙ୍କର ଧାରଣା ରହିଛି ଯେ, ୯୦ ଦଶକରେ ଆସିଥିବା ଟେକ୍ନୋଲୋଜି ଭଳି ଏହା ମଧ୍ୟ ଭବିଷ୍ୟତର ଆଧାର ସାଜିବ। ଏନେଇ କମ୍ପାନୀଗୁଡିକ ଏହି ଦୌଡ଼ରେ ଲାଗିପଡ଼ିଛନ୍ତି ଓ ଏଆଇ ଦୁନିଆରେ ନୂତନ ଆବିଷ୍କାର କରୁଛନ୍ତି। କିନ୍ତୁ ଏହାଦ୍ୱାରା ଯେଉଁ ପ୍ରଭାବ ପଡ଼ିବ, ତାହାର ମୁକାବିଲା କରିବା ପାଇଁ ସେମାନଙ୍କ ପାଖରେ କୌଣସି ବିକଳ୍ପ ନାହିଁ।

ଏଆଇ’ର ସମ୍ଭାବ୍ୟ ବିପଦକୁ ନେଇ ଚେତାବନୀ ଦେଇ ହିଣ୍ଟନ୍ କହିଛନ୍ତି, ‘ଖରାପ ଲୋକଙ୍କୁ ଖରାପ କାମ କରିବା ପାଇଁ ଏହାର ବ୍ୟବହାରକୁ କିପରି ରୋକିବେ ତାହା ଦେଖିବା କଷ୍ଟକର। ହିଣ୍ଟନ୍ ଚାଟ୍‌ବୋଟ୍‌ସକୁ ‘ବହୁତ ଭୟାନକ’ ବୋଲି ବର୍ଣ୍ଣନା କରିଛନ୍ତି।

User-friendly AI: Article Collections on Artificial Intelligence - Science  & research news | Frontiers

କର୍ମଚାରୀଙ୍କ ପାଇଁ ଏଆଇ ଟୁଲ୍‌ ବ୍ୟାନ୍‌ କଲା ସାମ୍‌ସଙ୍ଗ୍‌:

ଗୋଟିଏ ପଟେ ଏଆଇକୁ ନେଇ ଏହାର ଗଡ୍‌ଫାଦର ଜୋଫ୍ରେ ହିଣ୍ଟନ ଏହି ଭୟଙ୍କର ବିବୃତ୍ତି ଦେଇଥିବା ବେଳେ ସେପଟେ ଦକ୍ଷିଣ କୋରିଆ ଟେକ୍‌ କମ୍ପାନୀ ‘ସାମ୍‌ସଙ୍ଗ୍’ ଏହାର କର୍ମଚାରୀମାନଙ୍କ ପାଇଁ ଏଆଇ ଟୁଲ୍‌କୁ ବ୍ୟାନ୍‌ କରିଛି। ସାମ୍‌ସଙ୍ଗ୍ ଏହାର କର୍ମଚାରୀଙ୍କ ଦ୍ୱାରା ବ୍ୟବହାର କରାଯାଉଥିବା ChatGPT ପରି AI ଟୁଲ୍‌ ଉପରେ ପ୍ରତିବନ୍ଧକ ଲଗାଇଛି। ବ୍ଲୁମବର୍ଗ

ରିପୋର୍ଟ ଅନୁଯାୟୀ, କମ୍ପାନୀ ଏକ ମେମୋ ମାଧ୍ୟମରେ ନୂତନ ନୀତି ବିଷୟରେ କର୍ମଚାରୀମାନଙ୍କୁ ସୂଚନା ଦେଇଛି। ସୂଚନା ଥାଉକି, ନିକଟରେ ଇଞ୍ଜିନିୟରମାନଙ୍କ ଭୁଲ ଯୋଗୁ ସାମ୍‌ସଙ୍ଗ୍‌ର ଅନେକ ସମ୍ବେଦନଶୀଳ ତଥ୍ୟ ChatGPT ମାଧ୍ୟମରେ ଲିକ୍ ହୋଇଥିଲା। ଏହା ପରେ ଭବିଷ୍ୟତରେ ଏପରି ଘଟଣା ଯେପରି ନହୁଏ ସେଥିପାଇଁ କମ୍ପାନୀ ଏହି ପଦକ୍ଷେପ ନେଇଛି।

Artificial intelligence isn't close to becoming sentient - UPI.com

ଉଲ୍ଲେଖଯୋଗ୍ୟ ଯେ, ଅନ୍ତର୍ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ସାମ୍‌ସଙ୍ଗ୍‌ ଗତ ମାସରେ କମ୍ପାନୀର କର୍ମଚାରୀଙ୍କ ମଧ୍ୟରେ AI ଟୁଲ୍‌ ବ୍ୟବହାରକୁ ନେଇ ଏକ ସର୍ଭେ କରିଥିଲା। ଏହି ସର୍ବେକ୍ଷଣରେ ୬୫% ଅଂଶଗ୍ରହଣକାରୀ ଏଆଇ ସୁରକ୍ଷା ପାଇଁ ବିପଦ ବୋଲି କହିଥିଲେ।

ଏହାପରେ ସାମସଙ୍ଗ ନିଜ କର୍ମଚାରୀଙ୍କ ପାଇଁ ଏକ ନିର୍ଦ୍ଦେଶବଳୀ ଜାରି କରି କହିଛି ଯେ, ‘ଆମେ ଚାହୁଁଛୁ ସୁରକ୍ଷା ନିର୍ଦ୍ଦେଶାବଳୀର ପାଳନ କରାଯାଉ। ଯଦି କର୍ମଚାରୀମାନେ ଏହି ନିର୍ଦ୍ଦେଶ ପାଳନ ନକରନ୍ତି ଏବଂ କମ୍ପାନୀର ତଥ୍ୟ ଲିକ୍ ହୁଏ, ତେବେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ଯେଉଁଥିରେ ଚାକିରିରୁ ଛଟେଇ ମଧ୍ୟ କରାଯାଇପାରେ।

What is OpenAI's ChatGPT and Can You Invest? (Updated April 18)

ଗୋଟିଏ ପଟେ ଏଆଇକୁ ନେଇ ଏହାର ଗଡ୍‌ଫାଦର ଜୋଫ୍ରେ ହିଣ୍ଟନ ଏଭଳି ବିବୃତ୍ତି ଦେଇଥିବା ବେଳେ ସେପଟେ ସାମ୍‌ସଙ୍ଗରେ ଏଆଇ କାରଣରୁ ତଥ୍ୟ ଲିକ୍‌ ଘଟଣା ଆହୁରି ଚିନ୍ତାରେ ପକାଇ ଦେଇଛି। ପୂର୍ବରୁ ଟେସ୍‌ଲା ତଥା ଟ୍ୱିଟରର ସିଇଓ ଏଲନ ମସ୍କ ଏଆଇର ଭୟଙ୍କର ପ୍ରଭାବକୁ ନେଇ ମଧ୍ୟ ଟିପ୍ପଣୀ ଦେଇସାରିଛନ୍ତି।

Samsung bans ChatGPT, will other companies follow suit? – Cryptopolitan

Leave A Reply

Your email address will not be published.