ନୂଆଦିଲ୍ଲୀ: ଏଆଇର କବଳରେ ମନୁଷ୍ୟ ପଡି ଯାଇଛି । ଯାହାକୁ ନେଇ ବୈଜ୍ଞାନିକମାନେ ଚିନ୍ତା ବ୍ୟକ୍ତ କରିଛନ୍ତିି । ମନୁଷ୍ୟର ମସ୍ତିଷ୍କ ଏଆଇର ଗୋଲାମ ହୋଇଯିବ ବୋଲି ସେମାନେ କହିଛନ୍ତି । ଟାଇମ ମ୍ୟାଗାଜିନର ଏ ନେଇ ଏକ ଗବେଷକ ଭିତିକ ଲେଖା ପ୍ରକାଶ ପାଇଛି । ଏଆଇ ଆମଠାରୁ ପାଦେ ଆଗେଇ ସାରଛି । ପ୍ରତ୍ୟେକ ପ୍ରଶ୍ନରେ ଏବେ ମନୁଷ୍ୟ ଏଆଇର ସହଯୋଗ ନେଉଛି । ଏହା ଏକ ଅଭ୍ୟାସରେ ପରିଣତ ହେବାରେ ଲାଗିଛି । ଓକିଲମାନେ ମଧ୍ୟ ଏହାର ସହଯୋଗ ନେବା ଆରମ୍ଭ କରିଛନ୍ତି । ଏଥିରେ କେତେକ ଶୁଣାଣୀ ଭୁଲ ମଧ୍ୟ ପ୍ରମାଣିତ ହୋଇଛି । ମନୁଷ୍ୟ ନିଜ ବୁଦ୍ଧି ଉପରେ ବିଶ୍ୱାସ ରଖିପାରୁନି ।
ଏଆଇ ପ୍ରଶ୍ନର ସଠିକ ଉତର ଦେଉଛି କି ନାହିଁ ତାହା ମଧ୍ୟ କେହି ଅନୁଧ୍ୟାନ କରୁ ନାହାନ୍ତି । ଗବେଷକଙ୍କ କହିବା ଅନୁସାରେ ଏଆଇର ଦାସ ହେବା ପୂର୍ବରୁ ପ୍ରଥମେ ଭଲ ଭାବେ ଚିନ୍ତା କର ଏହି ପ୍ରଶ୍ନ ପଚରାଯିବା ଉଚିତ କି ? ନିଜ ବୁଦ୍ଧିକୁ ଭଲ ଭାବେ ପ୍ରୟୋଗ କର । ଏଆଇର ସହାୟତା ଆମେ ନେଇପାରିବା କିନ୍ତୁ ତାର ଚାକର ହେବାନି । ନିଜର ଯାହା ଦକ୍ଷତା ରହିଛି ସେଥିରେ ଏଆଇକୁ ଭାଗୀଦାର କରନି । ନିଜ ଉପରେ ବିଶ୍ୱାସ ରଖିଲେ ଏଆଇର ଗୋଲାମ ହୋଇପାରିବ ନାହିଁ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି ।