Latest Odisha News

BREAKING NEWS

ଦେଖନ୍ତୁ ଭିଡିଓ, ଲୋକଙ୍କୁ ଆକ୍ରମଣ କରୁଛି AI ରୋବୋଟ୍ !

ଭୁବନେଶ୍ବର: ଆର୍ଟିଫିସିୟାଲ ଇଣ୍ଟେଲିଜେନ୍ସ ଲୋକଙ୍କ ଜୀବନକୁ ବଦଳାଉଛି । ଯେତେ ସଫଳ ଏବଂ ଲାଭଦାୟକ ଏଆଇ(AI) ପ୍ରମାଣିତ ହେଉଛି, ସେତିକି ଏହାର ଭୟଙ୍କର ପରିଣାମ ବିଷୟର ମଧ୍ୟ ପ୍ରଶ୍ନ ଉଠୁଛି । ଗୋଟିଏ ପଟେ AI କାର୍ଯ୍ୟକୁ ସହଜ କରିଛି, ଅନ୍ୟ ପଟେ ଏହା ମଧ୍ୟ ନୂଆ ସମସ୍ୟା ସୃଷ୍ଟି କରୁଛି । ବର୍ତ୍ତମାନ ଚୀନ୍‌ ରୁ ଏକ ଆଚମ୍ବିତ କଲାଭଳି ମାମଲା ସାମ୍ନାକୁ ଆସିଛି। ଏଠାରେ ଆୟୋଜିତ ଏକ ଇଭେଣ୍ଟ ସମୟରେ, AI ଦ୍ୱାରା ନିୟନ୍ତ୍ରିତ ଏକ ରୋବଟ୍ ହଠାତ୍ ଲୋକଙ୍କ ଉପରେ ଆକ୍ରମଣ କରିଥିଲା । ଯେତେବେଳେ ରୋବଟ୍ ଏପରି ଆକ୍ରମଣ କରିଥିଲା, ସେଠାରେ ଉପସ୍ଥିତ ଲୋକମାନେ ଭୟଭୀତ ହୋଇଯାଇଥିଲେ । ଏହି ଘଟଣାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯାହା ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ହ୍ୟୁମାନୋଇଡ୍ ରୋବଟ୍ ଲୋକଙ୍କ ଆଡକୁ ଯାଇ କିଛି ଲୋକଙ୍କୁ ଆକ୍ରମଣ କରିବାକୁ ଚେଷ୍ଟା କରୁଛି । ତେବେ ସୁରକ୍ଷା କର୍ମୀମାନେ ରୋବଟକୁ ଠିକ୍ ସମୟରେ ନିୟନ୍ତ୍ରଣ କରିଛନ୍ତି । ଏହି ଘଟଣା ସଫ୍ଟୱେୟାରରେ ତ୍ରୁଟି ଯୋଗୁଁ ଘଟିଥିବା କୁହାଯାଉଛି। ସଫ୍ଟୱେୟାରରେ ଏକ ପ୍ରକାର ଗ୍ଲିଚ ହେତୁ ରୋବଟ୍ ଏହିପରି ଆଚରଣ କରିଛି । ଭାଗ୍ୟବଶତଃ ଏହି ଘଟଣାରେ କେହି ଆହତ ହୋଇ ନାହାଁନ୍ତି ।

ଚୀନର ଏହି ଘଟଣା ଏଆଇ ଟେକ୍ନୋଲୋଜିର ସୁରକ୍ଷା ଏବଂ ଏହାର ସମ୍ଭାବ୍ୟ ବିପଦକୁ ନେଇ ଏକ ନୂଆ ବିତର୍କ ସୃଷ୍ଟି କରିଛି। ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରାଯିବା ଆବଶ୍ୟକ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି।

ଗତ ବର୍ଷ ଜୁଲାଇରେ ଦକ୍ଷିଣ କୋରିଆରେ ଘଟିଥିବା ଏକ ଘଟଣା କିପରି ଭୁଲି ପାରିବା? ଯେଉଁଠାରେ ଏକ ରୋବଟ୍ କାମ ସମୟରେ ସିଡ଼ିରୁ ଡେଇଁ ଆତ୍ମହତ୍ୟା କରିଥିଲା ​​।https://euvitafarm.com/

Comments are closed.