ନୂଆଦିଲ୍ଲୀ: ସ୍ୱାମୀ ବ୍ୟତୀତ ଅନ୍ୟ ଜଣେ ପୁରୁଷଙ୍କ ସହ ଅନୈତିକ ସଂପର୍କ ରଖି ଯଦି ସ୍ତ୍ରୀ ସନ୍ତାନ ଜନ୍ମ କରନ୍ତି, ତେବେ ସନ୍ତାନଟିର ଜେବିକ ପିତା ନହୋଇ ମଧ୍ୟ ଆଇନଗତ ପିତା ରହିବେ ସ୍ବାମୀ । ପିତୃତ୍ୱ ଏବଂ ବୈଧତା ମଧ୍ୟରେ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱର ସମାଧାନ କରି କିଛି ଏପରି ବଡ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟଙ୍କ ରାୟ ଅନୁଯାୟୀ, ସ୍ତ୍ରୀଙ୍କ ଅନୈତିକ ସଂପର୍କରୁ ଜାତ ସନ୍ତାନ ଜନ୍ମ ହେବା ପରେ ବି ଯଦି ବିବାହ ବଜାୟ ରହେ, ତେବେ ପତି-ପତ୍ନୀ ପରସ୍ପର ସହିତ ଯୋଗାଯୋଗ ରୁହନ୍ତି, ତାହେଲେ ଜୈବିକ ପିତାମାତା ନ ହୋଇ ମଧ୍ୟ ସ୍ୱାମୀ ହିଁ ଉକ୍ତ ସନ୍ତାନର ଆଇନଗତ ପିତା ରହିବେ ।
କେରଳର ଏକ ମାମଲାରେ ‘ପିତୃତ୍ୱ ବନାମ ବୈଧତା’ ବିତର୍କ ଉପରେ ଶୁଣାଣି ଏହି ରାୟ ଦେଇଛନ୍ତି । ଗତ ଜାନୁଆରୀରେ ସୁପ୍ରିମକୋର୍ଟ ଏଭଳି କିଛି ପରିସ୍ଥିତି ଉପରେ ୟୁକେ, ଆମେରିକା ଏବଂ ମାଲେସିଆରେ ପାରିବାରିକ ଆଇନ ସ୍ଥିତି ପରୀକ୍ଷା କରିବାକୁ ଜଷ୍ଟିସ ସୂର୍ଯ୍ୟକାନ୍ତ ଏବଂ ଉଜ୍ଜଲ ଭୂୟାଁଙ୍କ ଏକ ଖଣ୍ଡପୀଠଙ୍କୁ ନେତୃତ୍ୱ ଦେଇଥିଲେ । ଯେଉଁଥିରେ ଜୈବିକ ପିତାମାତା ନହୋଇ ମଧ୍ୟ ସ୍ତ୍ରୀଙ୍କ ଅନୈତିକ ସନ୍ତାନର ବାପାର ଆଖ୍ୟା କାହାକୁ ମିଳିବ ତାହା ଉପରେ ତର୍ଜମା କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଯେତେବେଳେ କି ପିଲାଟି କାହାର?, ପ୍ରଶ୍ନ ଉଠିବା ବେଳେ ଏହି ସବୁ ଦେଶ ଡିଏନଏ ଟେଷ୍ଟକୁ ଅନୁମତି ଦେଇ ଦେଇଥାନ୍ତି ।
ଯାହାକ ଉପରେ ଶୁଣାଣି କରି ଖଣ୍ଡପୀଠ ଦେିଥିବା ରାୟ ଅନୁଯାୟୀ, ଭାରତୀୟ ପ୍ରମାଣ ଆଇନର ଧାରା ୧୧୨ ଅନୁଯାୟୀ, ସ୍ୱାମୀ ତାଙ୍କ ସ୍ତ୍ରୀଙ୍କ ଦ୍ୱାରା ସେମାନଙ୍କ ବୈବାହିକ ଜୀବନ ବିତାଇବା ବେଳେ ଜନ୍ମିତ ସନ୍ତାନର ପିତା ହେଉଛନ୍ତି ସ୍ବାମୀ । ଏହି ଧାରା ଅନୁଯାୟୀ ବୈଧତାର ନିର୍ଣ୍ଣାୟକ ପ୍ରମାଣ, ପିତୃତ୍ୱ ସହିତ ସମାନ । ଏହି ନୀତିର ଉଦ୍ଦେଶ୍ୟ ହେଉଛି ଏକ ସନ୍ତାନର ପିତାମାତା ବିଷୟରେ ଯେକୌଣସି ଅନାବଶ୍ୟକ ତଦନ୍ତକୁ ରୋକିବା । ଯେହେତୁ ଅନୁମାନ ବୈଧତାର ସପକ୍ଷରେ, ତେଣୁ ‘ଅବୈଧତା’ ବୋଲି ଦାବି କରୁଥିବା ବ୍ୟକ୍ତି ଉପରେ କେବଳ ନନ୍ ଆସେସ୍ ମାଧ୍ୟମରେ ପ୍ରମାଣ କରିବାର ସୁଯୋଗ ରହିଛି । ଏହାର ଅର୍ଥ ହେଉଛି, ଜଣେ ସ୍ୱାମୀ କେବଳ ସେତେବେଳେ ସନ୍ତାନର ବୈଧତା ଉପରେ ପ୍ରଶ୍ନ ଉଠାଇପାରିବେ, ଯେତେବେଳେ ସେ ପ୍ରମାଣ କରିପାରିବେ, ଯେ ସନ୍ତାନଟିର ଗର୍ଭଧାରଣ ସମୟରେ, ସେ ତାଙ୍କ ସ୍ତ୍ରୀଙ୍କ ପାଖରେ ହିଁ ନଥିଲେ । କିମ୍ବା ତାଙ୍କ ସହ କିଛି ବି ଶାରୀରିକ ସଂପର୍କ ରଖିନଥିଲେ । ଅର୍ଥାତ୍, ସେହି ସମୟରେ ସନ୍ତାନ ଟିଏ ଜନ୍ମ ହେବା ଅସମ୍ଭବ ବୋଲି ଯଦି ସ୍ବାମୀ ଦାବି କରନ୍ତି । ତାହେଲେ ସେଭଳି ସ୍ଥଳରେ ଡିଏନଏ ଟେଷ୍ଟ ହୋଇପାରିବ । କିନ୍ତୁ ଯଦି ଜଣେ ସ୍ତ୍ରୀ, ଅନ୍ୟ ପୁରୁଷର ନିଜ ପିଲା ସହ ଡିଏନଏ ଟେଷ୍ଟ କରାଇବା ପାଇଁ ଚାହିଁବ ଏବଂ ବ୍ୟକ୍ତି ଜଣଙ୍କ ରାଜି ନଥିବେ, ତାହା ହେଲେ ତାଙ୍କୁ ବାଧ୍ୟ କରାଯାଇପାରିବ ନାହିଁ ।
ତେବେ କେରଳ ଘଟଣା ଅନୁଯାୟୀ, ଜଣେ ମହିଳା ବିବାହ ସମୟରେ ତାଙ୍କ ସ୍ୱାମୀ ବ୍ୟତୀତ ଅନ୍ୟ ଜଣେ ପୁରୁଷଙ୍କ ସହ ଅନୈତିକ ସଂପର୍କରୁ ସନ୍ତାନ ଜନ୍ମ କରିଥିବା ସ୍ୱୀକାର କରିଛନ୍ତି । ପରେ ସେ ଛାଡପତ୍ର ନେଇ କୋଚିନ୍ ପୌରପାଳିକାରେ ସନ୍ତାନଟିର ଟାଇଟେଲକୁ ସ୍ବମୀଙ୍କ ଟାଇଟେଲ ପରିବର୍ତ୍ତେ, ଜୈବିକ ପିତାଙ୍କ ଟାଇଟେଲର ପରିବର୍ତ୍ତନ କରିବା ପାଇଁ ଆବେଦନ କରିଥିଲେ । କିନ୍ତୁ ପୌରପାଳିକା ଏନେଇ ମନା କରିବା ସହ, ଏହା କେବଳ କୋର୍ଟଙ୍କ ନିର୍ଦ୍ଦେଶରେ କରାଯାଇପାରିବ ବୋଲି କହିଥିଲା । ଯାହାକୁ ନେଇ ମହିଳାଜଣଙ୍କ ଅନୈତିକ ସଂପର୍କ ରଖିଥିବା ବ୍ୟକ୍ତିକୁ ହିଁ, ତାଙ୍କ ପିଲାର ପିତା ବୋଲି ଦାବି କରି କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କିନ୍ତୁ ବ୍ୟକ୍ତି ଜଣଙ୍କ ମହିଳାଙ୍କ ସହ କିଛି ବି ସଂପର୍କ ରଖିବାକୁ ମନା କରିଦେଇଥିଲେ । ଯେଉଁଥିରେ ରାଗିଯାଇ ବ୍ୟକ୍ତିଙ୍କ ଠାରୁ ନିଜର ଏବଂ ପିଲାର ଭରଣପୋଷଣ ଦାବି କରିଥିଲେ ମହିଳାଜଣଙ୍କ । ଏହାକୁ ନେଇ କେରଳର କୋର୍ଟ ଉକ୍ତ ବ୍ୟକ୍ତିଙ୍କୁ ଡିଏନଏ ଟେଷ୍ଟ କରିବାକୁ ନିର୍ଦ୍ଦେଶ ଦେଇଥିଲେ ।
ହେଲେ ବ୍ୟକ୍ତି ଜଣଙ୍କ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ । ଯାହାକୁ ନେଇ ସୁପ୍ରିମକୋର୍ଟ କହିଛନ୍ତି, ଯେ ପିତୃତ୍ୱତା ପ୍ରମାଣ କରିବା ପାଇଁ ପୁରୁଷଙ୍କୁ ଡିଏନଏ ପରୀକ୍ଷା କରିବାକୁ ବାଧ୍ୟ କରାଯାଇପାରିବ ନାହିଁ । କାରଣ ଏହା ପ୍ରମାଣ ଆଇନର ଧାରା ୧୨୨ ନିର୍ଦ୍ଦେଶର ଘୋର ଉଲ୍ଲଂଘନ । ଏଥିସହିତ କୋର୍ଟ ବାହ୍ୟ ବ୍ୟକ୍ତିଟିର ସମ୍ମନକୁ ଦୃଷ୍ଟିରେ ରଖି କହିଥିଲେ, ତାଙ୍କର ସମ୍ମାନ ଏବଂ ଗୋପନୀୟତାକୁ ସୁରକ୍ଷା ଦେବା ପାଇଁ କିଛି କାର୍ଯ୍ୟ କରିବାର ଅଧିକାର ଅଛି, ଯେଉଁଥିରେ ଡିଏନଏ ପରୀକ୍ଷାକୁ ସେ ମନା କରିବା ମଧ୍ୟ ଅନ୍ତର୍ଭୁକ୍ତ ।
Comments are closed.